ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

କାଳବୈଶାଖୀର କରାଳ ରୂପ; ବଜ୍ରାଘାତରେ ଯୁବତୀ ମୃତ, ୭ ଗୁରୁତର

Published By : Bijay Swain | May 16, 2025 10:23 PM

ମୋହନା, ୧୬/୫(ଆପ୍ର): ନିଜ ଦୋକାନ ଆଗରେ ବସିଥିଲେ ଯୁବତୀ। ଏଥିସହ ଗଛ ମୂଳେ ଘରକାମ କରୁଥିଲେ କିଛି ଲୋକ। ଏତିକିବେଳେ ହେଲା ବଜ୍ରପାତ। ଫଳରେ ଘଟଣା ସ୍ଥଳରେ ହିଁ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ରା.ଉଦୟଗିରି ଥାନା କାନକଟା ଗାଁରେ। ମୃତ ଯୁବତୀ ହେଲେ ଦମୟନ୍ତୀ ମଣ୍ଡଳ (୨୨)l ଗୁରୁତର ଆହତ ମାନେ ହେଲେ ସେହି ଗାଁର ଦlଉଡ଼ ମଣ୍ଡଳ (୩୩), ସୁନୀଲ ମଣ୍ଡଳ (୨୦), ମାଙ୍ଗୀ ଭୂୟାଁ (୪୨), ଲେଙ୍ଗି ଭୂୟାଁ (୫୫) ଓ ଦୀପା ରଇତ। 

ସେହିପରି ମୋହନା ଥାନା ରାଇପୁର ଗାଁରେ ବଜ୍ରପାତରେ ମାଆ, ପୁଅ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଶୁଭ୍ରକେଶୀ ବର୍ଦ୍ଧନ (୩୨) ଓ ସଞ୍ଜୟ ବର୍ଦ୍ଧନ (୧୫)। ସମସ୍ତ ଗୁରୁତରଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ମୃତଦେହ ଜବତ କରି ତଦନ୍ତ କରୁଛି। ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟାରେ ଅଚାନକ ପାଗ ବଦଳିବା ସହ ପବନ, ବର୍ଷା ଆରମ୍ଭ ହୋଇଥିଲା। ଏଥିସହ ବିଜୁଳି ଓ ଘଡଘଡି ମଧ୍ୟ ହୋଇଥିଲା। ଏହି ସମୟରେ କାନକଟା ଗାଁର ଦମୟନ୍ତୀ ମଣ୍ଡଳ ନିଜ ଦୋକାନ ଆଗରେ ବସିଥିବା ବେଳେ ହୋଇଥିଲା ବଜ୍ରପାତ। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏଥିସହ ଦୋକାନ ପାଖରେ ଥିବା ଏକ ଗଛ ମୂଳରେ କିଛି ଲୋକ କାମ କରୁଥିବା ବେଳେ ବଜ୍ରପାତ ଯୋଗୁ ୫ ଜଣ ଗୁରୁତର ହୋଇଛନ୍ତି। 

ଅନ୍ୟପଟେ ରାଇପୁର ଗାଁରେ ଶୁଭ୍ରକେଶୀ ବର୍ଦ୍ଧନ ଓ ତାଙ୍କ ପୁଅ ଘର ପାଖରେ ଥିବାବେଳେ ବଜ୍ରପାତ ହୋଇଥିଲା। ଫଳରେ ଉଭୟ ମାଆ ଓ ପୁଅ ଗୁରୁତର ଆହତ ହୋଇ ଚନ୍ଦ୍ରଗିରି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଖବର ପାଇ ପୁଲିସ ଓ ରାଜସ୍ବ ନିରୀକ୍ଷକ କାନକଟା ରେ ପହଞ୍ଚି ଶବ ଜବତ କରି ତଦନ୍ତ କରୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.