ପୁରୀ,୧୯/୦୮: ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ଅବସରରେ ଭାଦ୍ରବ କୃଷ୍ଣ ଏକାଦଶୀ ମଙ୍ଗଳବାର ଶ୍ରୀବିଗ୍ରହଙ୍କ  କାଳୀୟଦଳନ ନୀତି ଓ ଧେନୁକାସୁର ବଧ  ପ୍ରସ୍ତାବ ଅନୁଷ୍ଠିତ ହେବ । କାଳୀୟଦଳନ  ବେଶରେ ମହାପ୍ରଭୁ ଉଭା ହେବେ ।  ସାତ ଫଣା ଥାଇ କାଳୀୟନାଗ ଉପରେ ଶ୍ରୀଜଗନ୍ନାଥ ନୃତ୍ୟ କରୁଥିବା ଭଙ୍ଗିରେ  ଦର୍ଶନ ଦେବେ । କାଳୀୟ ନାଗ ଠାକୁରଙ୍କ  ଶ୍ରୀଅଙ୍ଗକୁ ଆବୃତ କରିଥିବ । କାଳିନ୍ଦୀ  ହ୍ରଦର ଭୟାବହ କାଳୀୟ ସର୍ପକୁ  ଶ୍ରୀକୃଷ୍ଣ ଦଳି ଦମନ କରିଥିଲେ । ଏହି  ଆଖ୍ୟାୟିକା ସ୍ମୃତିରେ ବଡ଼ଦେଉଳରେ  ମହାପ୍ରଭୁଙ୍କ କାଳୀୟଦଳନ ବେଶ  ଅନୁଷ୍ଠିତ ହୋଇଥାଏ । ଏହି ଅବସରରେ  ଧେନୁକାସୁର ବଧ ପ୍ରସ୍ତାବ ଆଗତ ହେବ ।