ଭୁବନେଶ୍ୱର,୧୯/୦୯: ଶୁକ୍ରବାର ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ।  କଣ୍ଟାମାଳ ବ୍ଲକ୍ ସଚେତନ ନାଗରିକ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଫଳରେ ଦୋକାନ ବଜାର, ଗାଡ଼ି ଚଳାଚଳ ସବୁ ବନ୍ଦ ରହିଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ ବୋଲି କଣ୍ଟାମାଳ ଓକିଲ ସଂଘ ପକ୍ଷରୁ ସୂଚନା ମିଳିଛି। ତେବେ କଣ୍ଟାମାଳ ବ୍ଲକରେ ଉପକାରାଗାର ପ୍ରତିଷ୍ଠା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦରେ  ଓକିଲ ସଂଘ, ବଣିକ ସଂଘ, ବରିଷ୍ଠ ନାଗରିକ, ଅବସରପ୍ରାପ୍ତ କର୍ମଚାରୀ ସଂଘ ସାମିଲ ରହିଛନ୍ତି। ପ୍ରକାଶ ଥାଉକି, ନିକଟରେ ରାଜ୍ୟ ସରକାର ନୂଆ ଏନଏସି ଘୋଷଣା କରିଛନ୍ତି । ଏଥିରୁ ବାଦ୍ ପଡିଛି ବୌଦ୍ଧ କଣ୍ଟାମାଳ । ପୂର୍ବରୁ ବି ଦୀର୍ଘଦିନ ଧରି କଣ୍ଟାମାଳ ବ୍ଲକକୁ NAC ଓ ଉପଖଣ୍ଡ ମାନ୍ୟତା ଦେବାକୁ ଦାବି ହେଉଥିଲା । ଏସବୁକୁ ସରକାର ନ ଶୁଣିବା ପରେ ଶେଷରେ ରାସ୍ତାକୁ ଓହ୍ଲାଇଛନ୍ତି କଣ୍ଟାମାଳବାସୀ । ଫଳରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।