ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

କନ୍ନଡ ଅଭିନେତ୍ରୀ ଶୋଭିତା ଶିବନ୍ନାଙ୍କ ଆତ୍ମହତ୍ୟା, ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କଲା ପୋଲିସ

Published By : Krishna Priya | December 2, 2024 8:33 AM

ହାଇଦ୍ରାବାଦ ୦୨/୧୨: କନ୍ନଡ ଅଭିନେତ୍ରୀ ଶୋଭିତା ଶିବନ୍ନାଙ୍କ ମୃତଦେହ ତାଙ୍କ ହାଇଦ୍ରାବାଦସ୍ଥିତ ବାସଭବନରୁ ଉଦ୍ଧାର କରାଯାଇଛି । ତାଙ୍କ ମୃତଦେହ ଶ୍ରୀରାମ ନଗର କଲୋନିସ୍ଥିତ ଘର ଭିତରେ ସିଲିଂ ଫ୍ୟାନ୍‌ରେ ଝୁଲୁଥିବା ବେଳେ ପୁଲିସ ଉଦ୍ଧାର କରିଛି । ପ୍ରାଥମିକ ଅନୁସନ୍ଧାନରୁ ସେ ଆତ୍ମହତ୍ୟା କରିଥିବା ପୁଲିସ କହିଛି । ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ଗାନ୍ଧୀ ହସ୍ପିଟାଲକୁ ପଠାଯାଇଛି । ତେବେ ଆତ୍ମହତ୍ୟାର କାରଣ ଜଣାପଡିନାହିଁ । ଘର ଭିତରୁ ମଧ୍ୟ କୌଣସି ସୁଇସାଇଡ୍‌ ନୋଟ ମିଳିନାହିଁ । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । 

ଶୋଭିତା ଅନେକ କନ୍ନଡ ଫିଲ୍ମରେ ଅଭିନୟ କରିଥିଲେ । ତା’ଛଡା କେତେକ ଟେଲିଭିଜନ ସିରିଏଲରେ ମଧ୍ୟ ନଜର ଆସିଛନ୍ତି । ନିକଟରେ ତେଲୁଗୁ ଫିଲ୍ମ ଜଗତରେ ପ୍ରବେଶ କରିବା ଲାଗି ସେ ଉଦ୍ୟମ ଜାରି ରଖିଥିଲେ । କିନ୍ତୁ କ’ଣ ପାଇଁ ସେ ଆତ୍ମହତ୍ୟା କଲେ ତାର କାରଣ ଜଣାପଡିନାହିଁ । ତାଙ୍କ ଅକାଳ ମୃତ୍ୟୁ କନ୍ନଡ ଫିଲ୍ମ ଓ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳାଇ ଦେଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.