କାନପୁର; /୧ : ବାଡ଼ ଯେବେ ଫସଲ ଖାଇବ, କହିବେ ବା କାହାକୁ ? କାନପୁରରୁ ଆସିଥିବା ଛାତିଥରା ଘଟଣା ଯେକେହି ବି ଶୁଣିବ ଲଜ୍ଜା ଅନୁଭବ କରିବ । ଜଣେ ପୋଲିସବାବୁ ଏବଂ ସାମ୍ବାଦିକ ମିଶି ନାବାଳିକାଙ୍କୁ ଦୁଷ୍କର୍ମ କରିବା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ପୀଡ଼ିତା ଜଣକ ନାବାଳିକା ହୋଇଥିଲେ ସୁଦ୍ଧା ଅଭିଯୁକ୍ତମାନେ କୌଣସି ଦୟା ମାଞା ଦେଖାଇ ନଥିଲେ । କାମନାର ବଶବର୍ତ୍ତୀ ହୋଇ ଦୁଇ ଅଭିଯୁକ୍ତ କିଭଳି ନିର୍ଯାତନା ଦେଇଥିଲେ ସବୁ ଖୋଲି କହିଛନ୍ତି ପୀଡ଼ିତା ।

ଏହି ଛାତିଥରା ଘଟଣାଟି ଘଟିଛି ସାଚେଣ୍ଡି ଥାନା ଅଞ୍ଚଳରେ । ନାବାଳିକା ଜଣକ ଘର ବାହାରେ ଛିଡ଼ା ହୋଇଥିବାବେଳେ କଳା ସ୍କର୍ପିଓ ଆସି ତାଙ୍କ ପାଖରେ ଅଟକି ଥିଲା । ସେ କିଛି ଭାବିବା ପୂର୍ବରୁ ଦୁଇଜଣ ତାଙ୍କୁ ଗାଡ଼ି ଭିତରକୁ ଟାଣି ନେଇଥିଲେ । କିଚି କହିବା ପୂର୍ବରୁ ବଳପୂର୍ବକ ଗାଡ଼ି ଭିତରେ ପାଟି ବନ୍ଦ କରିଦେଇଥିଲେ । ସ୍ଥାନୀୟ ରେଳ ଷ୍ଟେସନ ପାଖ ନିର୍ଜନ ସ୍ଥାନକୁ ନେଇ ଯାଇଥିଲେ । ଗାଡ଼ିର ଝରକା ବନ୍ଦ ରଖିଥିବାବେଳେ ଦୂର ଦୂର ପର୍ଯ୍ୟନ୍ତ କୌଶସି ଶବ୍ଦ ଶୁଣା ଯାଉନଥିଲା । ସେମାନେ ଜୋର ଜବରଦସ୍ତ ଦୁଇଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ଏଭଳି ନିର୍ଯାତନା ଦେଇଥିଲେ । ଯେତେ କାକୁତି ମିନତି ହୋଇ କହିଥିଲେ ସୁଦ୍ଧା ସେମାନେ ଦୁଷ୍କର୍ମ କରିଥିଲେ ଏହି ଦୁଇ ନରରାକ୍ଷସ ।

ଦୁଷ୍କର୍ମ କରିବା ପରେ ଉଭୟ ନାବାଳିକାଙ୍କୁ ଆଣି ତାଙ୍କ ଘର ନିକଟରେ ଛାଡ଼ି ପଳାଇଥିଲେ । ପୀଡ଼ିତା ଜଣ କଷ୍ଟେମଷ୍ଟେ ଘରେ ପହଞ୍ଚି ଯାଇଥିଲେ । ପରିବାର ଲୋକଙ୍କୁ ଏସମ୍ପର୍କରେ ଜଣାଇଥିଲେ । ଘର ଲୋକ ପୋଲିସକୁ ଅଭିଯୋଗ କରିଥିବାବେଳେ ପୁଲିସ ଏହାକୁ ଗୁରୁତରଭାବେ ନେଇନଥିଲା । ପୋସ୍କୋ ଆଇନ ଅନୁଯାୟୀ ସଙ୍ଗେ ସଙ୍ଗେ ମାମଲା ରୁଜୁ କରିବା ବଦଳରେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହୋଇଥିଲା । ପୀଡ଼ିତାଙ୍କ ଭାଇଙ୍କ ପକ୍ଷରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ସେ କହିଥିଲେ କି, ଖାକି ବର୍ଦିରେ ଜଣେ ପୁଲିସ ଅଧିକାରୀ ଏହି କଦର୍ଯ୍ୟ କାର୍ଯରେ ଲିପ୍ତ ରହିଥିବା କହିଥିଲେ । ପରେ ଭିଡିଓ ଭାଇରାଲ ହେବା ପରେ ଘଟଣାକୁ ଗୁରୁତର ସହ ନିଆଯାଇଛି । ପୁଲିସ ଇନ୍ସିପେକ୍ଟର ଅମିତ ମୌର୍ଯ୍ୟଙ୍କୁ ନିଲମ୍ବିତ କରାଯାଇଛି । ପୁଲିସ ଇନ୍ସିପେକ୍ଟର ଅମିତ ଫେରାର ରହିଥିବାବେଳେ ଏହି ଘଟଣାରେ ଜଡ଼ିତ ସାମ୍ବାଦିକ ଶିବବରଣଙ୍କ ଗିରଫ କରାଯାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୁଲିସ । ସେପଟେ ପୁଲିସ ଏବଂ ସାମ୍ବାଦିକଙ୍କ ଏଭଳି କଳା କାରନାମା ବିଷୟରେ ଯିଏ ଶୁଣୁଛି ନିନ୍ଦା କରୁଛି ।