ନୂଆଦିଲ୍ଲୀ : AIMIM ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ୍ ଓୱେସିଙ୍କ ଏକ ବୟାନ ଏବେ ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି। ସୋଲାପୁରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଓୱେସି କହିଥିଲେ ଯେ, ଭବିଷ୍ୟତରେ ହିଜାବ୍ ପିନ୍ଧିଥିବା ଜଣେ ମହିଳା ଦେଶର ପ୍ରଧାନମନ୍ତ୍ରୀ ହେବେ। ଏହି ବୟାନକୁ ନେଇ ଏବେ ବିବାଦ ଛିଡା ହୋଇଛି।
ଏହି ସମୟରେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ କପିଲ୍ ମିଶ୍ରା ଓୱେସିଙ୍କ ବୟାନକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଏମିତି ଏକ ଦିନ ଆସିବ ଯେଉଁଦିନ ଓୱେସି ନିଜେ ବୁର୍ଖା ପିନ୍ଧି ପଳାଇବାକୁ ପଡ଼ିପାରେ। ସୂଚନାଥାଉକି, ଦେଶରେ ପୁଣି ଥରେ ହିଜାବ୍ ଉପରେ ବିତର୍କ ଆରମ୍ଭ ହୋଇଛି। ବିଜେପି କ୍ରମାଗତ ଭାବେ ଏବେ ହିଜାବ୍କୁ ଟାର୍ଗେଟ କରୁଛି।
କ’ଣ କହିଥିଲେ ଓଓ୍ବେସୀ ?
ଏକ ସାଧାରଣ ସଭାରେ ଅସଦୁଦ୍ଦିନ୍ ଓୱେସି କହିଛନ୍ତି ଯେ, ପାକିସ୍ତାନକୁ ଦେଖିଲେ ଭାରତର ସମ୍ବିଧାନ ଠିକ୍ ଅଛି। ଏଠାରେ ଯେକୌଣସି ବ୍ୟକ୍ତି ପ୍ରଧାନମନ୍ତ୍ରୀ ହୋଇପାରିବେ। ଏହି କ୍ରମରେ ଭବିଷ୍ୟତରେ ହିଜାବ୍ ପିନ୍ଧିଥିବା ଜଣେ ମହିଳା ଦେଶର ଦାୟିତ୍ୱ ନେବେ…
ଏହି ସମୟରେ କପିଲ ମିଶ୍ରା ଉଦ୍ଧବ ଠାକରେଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଯଦି ଉଦ୍ଧବ ଠାକରେଙ୍କ ସାହସ ଅଛି, ତେବେ ସେ ଏକ ରାଲିରେ ଜୟ ଶ୍ରୀ ରାମ କହି ଦେଖାନ୍ତୁ । ଉଦ୍ଧବ ଭାଷଣ ଦେବା ସମୟରେ ସବୁଜ ପତାକା ମଝିରେ ଠିଆ ହେଉଛନ୍ତି, ଆଉ ଯେତେବେଳେ ତାଙ୍କର ଗେରୁଆ ରଙ୍ଗ ବିଷୟରେ ମନେ ପଡିବ, ସେତେବେଳେ ବହୁତ ଡେରି ହୋଇଥିବ। ସେ ଏହା ମଧ୍ୟ କହିଛନ୍ତି ଯେ ଉଦ୍ଧବ ପରାଜୟ ଏବଂ ହତାଶାରୁ ମେୟର ପଦ ପ୍ରସଙ୍ଗରେ ବୟାନ ଦେଉଛନ୍ତି।