ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

କରମଡ଼ିହିରେ ଗଣହତ୍ୟା ମାମଲା: ମିଳୁନି ଅଭିଯୁକ୍ତଙ୍କ ସନ୍ଧାନ, ଓଡ଼ିଶାସାରା ବୁଲୁଛି ସୁନ୍ଦରଗଡ଼ ପୁଲିସ୍‌

Published By : Prameya | November 4, 2024 11:45 AM

ସୁନ୍ଦରଗଡ଼,୦୪/୧୧: ମହାରାଷ୍ଟ୍ର ଓ କର୍ଣ୍ଣାଟକ ବନ୍‌ଜାରା ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଯୋଗୁଁ ଗତ  ୨୯ ତାରିଖ ରାତିରେ ସୁନ୍ଦରଗଡ଼ କରମଡ଼ିହି ସ୍ଥିତ  ଗୀତାପଡ଼ା ପଡ଼ିଆରେ ତମ୍ବୁ ପକାଇ ରହୁଥିବା ୫  ଜଣଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାକୁ ୭ ଦିନ  ବିତିଗଲାଣି । ହେଲେ ହତ୍ୟାକାରୀଙ୍କ ସନ୍ଧାନ ଏଯାଏ  ପୁଲିସ୍‌ ପାଇନାହିଁ । ଅପରାଧୀମାନଙ୍କୁ ଧରିବା ଲାଗି  ସାରା ଓଡ଼ିଶା ଘୁରି ବୁଲୁଛି ସୁନ୍ଦରଗଡ଼ ପୁଲିସ୍‌ ।

ମହାରାଷ୍ଟ୍ରର ଯାଯାବର ଗୋଷ୍ଠୀର ୧୫ ଜଣ ସଦସ୍ୟ  ଗୀତାପଡ଼ା ପଡ଼ିଆରେ ତମ୍ବୁ ପକାଇ ରହୁଥିଲେ ।  ୨୯ ତାରିଖ ରାତିରେ ସମସ୍ତେ ଖାଇପିଇ  ଶୋଇଥିଲେ । ରାତି ପ୍ରାୟ ୧୧ଟା ସମୟରୋ ୪ ଜଣ ମୁଖାଧାରୀ ଦୁର୍ବୃତ୍ତ ହାତରେ  ଭୁଜାଲି ଓ ଖଣ୍ଡା ଧରି ସେଠାକୁ ଆସି ଶୋଇଥିବା ଲୋକଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ସେମାନଙ୍କ  ଆକ୍ରମଣରେ କୁଣ୍ଡି ପାୱାର, ଛମା ଭୋସ୍‌ଲେ, ସୁବାସ  ପାୱାର, ଚରଣ କୁମାର ଓ କାଇଲା କୁମାରୀଙ୍କ ମୃତ୍ୟୁ  ଘଟିଥିଲା । ଅବିନାଶ ପାୱାର, ମଞ୍ଜୁ ପାୱାର, ପୀୟୁଷ  କୁମାର, ଅନିଶା କୁମାରୀ ଲହୁଲୁହାଣ ହୋଇଥିଲେ ।  ଏହି କାଣ୍ଡ ଭିଆଇ ମୁଖାଧାରୀ ଦୁର୍ବୃତ୍ତମାନେ ଅବିନାଶଙ୍କ  ଦ୍ୱିତୀୟ ପତ୍ନୀ ଓ ୪ ଶିଶୁଙ୍କୁ ସାଙ୍ଗରେ ନେଇ ଚମ୍ପଟ  ମାରିଥିଲେ । 

ଖବର ପାଇ ପଶ୍ଚିମାଞ୍ଚଳ ଡିଆଇଜି  ବ୍ରିଜେଶ ରାୟ, ଏସ୍‌ପି ପ୍ରତ୍ୟୁଷ ଦିବାକର, ଅତିରିକ୍ତ  ଏସ୍‌ପି ପି.କେ.ଦାସ, ସଦର ଏସ୍‌ଡିପିଓ ହିମାଂଶୁ ବେହେରା ପୁଲିସ୍‌ ବାହିନୀ ସହ ଘଟଣାସ୍ଥଳରେ  ପହଞ୍ଚିଥିଲେ । ଅପରାଧୀମାନଙ୍କୁ ଧରିବା ଲାଗି ୧୬ଟି  ପୁଲିସ୍‌ ଟିମ୍‌ ଗଠନ କରାଯାଇଥିଲା। ଏପରିକି  ଝାଡ଼ଖଣ୍ଡ ଓ ଛତିଶଗଡ଼କୁ ପୁଲିସ୍‌ ଟିମ୍‌ ଯାଇଥିଲା ।  ଅପରପକ୍ଷରେ ବଅଁରପାଳ ବୁଢ଼ାପଙ୍କ ମୁଣ୍ଡାବସ୍ତିରୁ  ୧୨ ଜଣଙ୍କୁ ପୁଲିସ୍‌ ଉଠାଇ ଆଣି ପଚରାଉଚରା  ଚଳାଇଛି । ଇତିମଧ୍ୟରେ ଏହି ଘଟଣାକୁ  ୬ ଦିନ ବିତିଗଲାଣି । ଅପରାଧୀଙ୍କ  ସନ୍ଧାନ ପୁଲିସ୍‌ ପାଇପାରିନାହିଁ । ତଦନ୍ତ  ଚାଲିଛି ଏବଂ ପୁଲିସ୍‌ ଟି୍‌ମ ସାରା ଓଡ଼ିଶାରେ ଚଢ଼ାଉ ଜାରି  ରଖିଛନ୍ତି ବୋଲି ଏସ୍‌ଡିପିଓ ଶ୍ରୀବେହେରା କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.