ନୂଆଦିଲ୍ଲୀ: କରିସ୍ମା କପୁର ବଲିଉଡର ଜଣେ ଆଗ ଧାଡ଼ିର ଅଭିନେତ୍ରୀ । ସାରା ବିଶ୍ବରେ ତାଙ୍କର ଅନେକ ଫ୍ୟାନ୍ସ ରହିଛନ୍ତି । ନବେ ଦଶକରେ ଦର୍ଶକଙ୍କ ବେଶ ପସନ୍ଦ ଥିବା ଏହି ଅଭିନେତ୍ରୀ ଅନେକ ଗୁଡ଼ିଏ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି । ଯାହା ଆଜି ମଧ୍ୟ ସମସ୍ତଙ୍କ ପ୍ରିୟ ହୋଇପାରିଛି । ଯେଉଁଥିରେ ଆଗରେ ରହିଛି ‘ରାଜା ହିନ୍ଦୁସ୍ତାନୀ’ । ଏହି ଫିଲ୍ମଟି ବ୍ଲକ ବ୍ଲାଷ୍ଟର ହିଟ୍ ହୋଇଥିଲା । ଏହି ଫିଲ୍ମର ମନଛୁଆଁ ଗୀତ ଆଜି ମଧ୍ୟ ଗୁଣୁଗୁଣାଉଛନ୍ତି ଦର୍ଶକ ।

ତେବେ ଏହି ଫିଲ୍ମରେ ଏକ ଲିପଲକ ସିନ୍ ଥିଲା । ଯାହାକୁ ନେଇ ସେ ସମୟରେ ବେଶ ଚର୍ଚ୍ଚା ହୋଇଥିଲା । ବଲିଉଡରେ ସବୁଠାରୁ ଦୀର୍ଘ ସମୟରେ ଚୁମ୍ବନ ସିନ ଏହି ଫିଲ୍ମରେ ରହିଥିଲା । ଯାହାକି ଫିଲ୍ମକୁ ଅଧିକ ଲୋକପ୍ରିୟତା ମଧ୍ୟ କରାଇଥିଲା । ତେବେ ଏହି ସିନ ପଛର ଏକ କାହାଣୀ ରହିଛି । ଫିଲ୍ମକୁ ନେଇ ସାମ୍ବାଦିକଙ୍କ କଡ଼ା ପ୍ରଶ୍ନର ଉତ୍ତର ଦେବା ସମୟରେ ରାଗି ଯାଇଥିଲେ କରିସ୍ମା । ଶେଷରେ ବାଧ୍ୟହୋଇ କରିସ୍ମାଙ୍କ ସପକ୍ଷରେ ଆମୀରଙ୍କୁ ଯୁକ୍ତି ବାଢ଼ିବାକୁ ପଡ଼ିଥିଲା । ଏବଂ ସାମ୍ବାଦିକଙ୍କୁ କଡ଼ା ଉତ୍ତର ଦେଇଥିଲେ ।

୧୯୯୬ ମସିହାରେ ରିଲିଜ୍ ହୋଇଥିଲା ‘ରାଜା ହିନ୍ଦୁସ୍ତାନୀ’ । ତେବେ କରିସ୍ମାଙ୍କ ସମ୍ପର୍କରେ ଏକ ଖୁଲାସା କରିଛନ୍ତି ବରିଷ୍ଠ ସେଲିବ୍ରିଟି ଫଟୋଗ୍ରାଫର ରମାକାନ୍ତ ମୁଣ୍ଡେ । ତେବେ ଫିଲ୍ମ ରିଲିଜ ହେବା ପୂର୍ବରୁ ଚୁମ୍ବନ ସିନକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଯାହାକୁ ନେଇ ସାମ୍ବାଦିକମାନେ କରିସ୍ମାଙ୍କୁ ପ୍ରଶ୍ନବାଣରେ ଛନ୍ଦିଥିଲେ । କରିସ୍ମାଙ୍କ ବୋଲ୍ଡ ସିନକୁ ନେଇ ପ୍ରଶ୍ନ କରାଯାଇଥିଲା । ଜଣେ ସାମ୍ବାଦିକ ଏହି ଚମ୍ବନ ସିନକୁ ନେଇ ପ୍ରଶ୍ନ କରିଥିଲେ କି, ଯଦି ଏ ସମ୍ପର୍କରେ ତୁମ ମାଆ ଜାଣନ୍ତି ତାହେଲେ କ’ଣ କହିବେ ?

ସମ୍ବାଦିକଙ୍କ ଏଭଳି ପ୍ରଶ୍ନ ଶୁଣିବା ପରେ ରାଗି ଯାଇଥିଲେ କରିସ୍ମା । ସେ କିଛି ବି ନକହି ସିଧା ପ୍ରେସମିଟରୁ ଉଠି ଚାଲିଯାଇଥିଲେ । ଶେଷରେ ଆମୀର କରିସ୍ମାଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ । ଆଉ ସେ ସାମ୍ବାଦିକଙ୍କୁ କହିଥିଲେ କି, ଆପଣ ଏଭଳି ପ୍ରଶ୍ନ ପଚାରିବାର କୌଣସି ଅଧିକାର ନାହିଁ । ଏହା କଳାକାରଙ୍କ ବ୍ୟକ୍ତିଗତ ବିଷୟ ଏବଂ ଫିଲ୍ମରେ ସ୍କ୍ରିପ୍ଟ ଏହା ଦାବି କରିଥିଲା । ବ୍ୟକ୍ତିଗତ ପ୍ରଶ୍ନକୁ ବୃତ୍ତିଗତ କ୍ଷେତ୍ରରେ ଆଣିବା ଉଚିତ ନୁହେଁ ବୋଲି କହିଥିଲେ ଆମୀର ।

ଏହାସହ ପଢ଼ନ୍ତୁ : Gurnoor Brar: ରଣଜୀରୁ ଟିମ୍ ଇଣ୍ଡିଆ, ଜାଣନ୍ତୁ ଗୁରନୂରଙ୍କ ସଫଳତା ପଛର ସଂଘର୍ଷ