ବେଙ୍ଗାଲୁରୁ, ୦୫/୧୨: କର୍ଣ୍ଣାଟକରେ ମହିଳା କର୍ମଚାରୀଙ୍କୁ ମାସକୁ ଗୋଟିଏ ପିରିୟଡ୍ ଲିଭ୍‌ ଆଦେଶ ଲାଗୁ ହୋଇଛି । ଅର୍ଥାତ୍ ସେମାନଙ୍କୁ ବର୍ଷକୁ ୧୨ଟି ପିରିୟଡ୍ ଲିଭ୍ ମିଳିବ । ୧୮-୫୨ ବର୍ଷୀୟ ସମସ୍ତ ମହିଳା କର୍ମଚାରୀ ଏହାଦ୍ୱାରା ଉପକୃତ ହେବେ । ରାଜ୍ୟ ସରକାର ଅକ୍ଟୋବର ୯ ତାରିଖରେ ମେନ୍ ଷ୍ଟ୍ରୁଆଲ୍ ଲିଭ୍ ପଲିସି(ଏମଏଲ୍‌ପି ), ୨୦୨୫କୁ ମଞ୍ଜୁରି ଦେଇଥିଲେ । ସରକାରୀ, ଘରୋଇ କମ୍ପାନି, ଶିଳ୍ପ କ୍ଷେତ୍ରରେ କାମ କରୁଥିବା ମହିଳା ଏହାର ଲାଭ ପାଇବେ । ଏହି ଛୁଟି ପାଇବା ଲାଗି ମେଡିକାଲ୍ ସାର୍ଟିଫିକେଟ୍ ଦାଖଲ କରିବାକୁ ପଡ଼ିବ ନାହିଁ ।