ନୂଆଦିଲ୍ଲୀ : ତିନିଜଣ ଯାକ ଭିନ୍ନକ୍ଷମ । କହିପାରନ୍ତି କି କିଛି ଶୁଣିପାରନ୍ତି ନାହିଁ । ସ୍ବାମୀ-ସ୍ତ୍ରୀ ଏବଂ ବନ୍ଧୁ । ସ୍ବାମୀଙ୍କ ହତ୍ୟା ଘଟିଥିବାବେଳେ ମାମଲା ପହଞ୍ଚିଛି ଥାନାରେ । ପୁଲିସ ଘଟଣାକୁ ଗୁରୁତର ସହ ନେଇଥିଲେ ସୁଦ୍ଧା କେମିତି ପଚାରିବ ଏବଂ ତଦନ୍ତ କରିବ ଏହାକୁ ନେଇ ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା । କର୍ଣ୍ଣାଟକରୁ ଆସିଥିବା ଏଭଳି ,କ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମୃତକଙ୍କ ନାମ ହେଉଛି ସ୍ବାମୀ ।

ମିଳିଥିବା ଖବର ଅନୁସାରେ ସ୍ବାମୀଙ୍କ ପତ୍ନୀ ହେଉଛନ୍ତି ସବିତା । ଉଭୟ ଭିନ୍ନକ୍ଷମ ତଥାପି ପରିବାର ବେଶ ହସଖୁସିରେ ଚଳୁଥିଲା । କିନ୍ତୁ କିଛି ଦିନ ତଳେ ସ୍ବାମୀ ହଠାତ ନିଖୋଜ ହୋଇଗଲେ । ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା । ପରେ ସବିତା ଏନେଇ ମାର୍ଚ୍ଚ ୪ ତାରିଖରେ ଥାନାରେ ଏନେଇ ଏତଲା ଦେଇଥିଲେ । ପରେ ସନ୍ଦେହ ହୋଇଥିଲା କି, ଏହି ହତ୍ୟାର ଦୋଷୀ ହେଉଛନ୍ତି ସ୍ବାମୀଙ୍କ ସାଙ୍ଗ ଶ୍ରୀନିବାସ । ଯିଏକି ସବିତାଙ୍କୁ ପ୍ରେମ କରୁଥିଲେ ଏବଂ ବାହାହେବାକୁ ଚାହୁଁଥିଲେ ।

ଶ୍ରୀନିବାସ କଲେଜ ସମୟରୁ ସବିତାଙ୍କୁ ଭଲ ପାଉଥିଲେ । ଏବଂ ସ୍ବାମୀଙ୍କ ସହ ବିବାହ ପରେ ମଧ୍ୟ ସମ୍ପର୍କରେ ରହିଥିଲେ । ଉଭୟ ଭିଡିଓ କଲରେ ଅନେକ ସମୟରେ କତା ମଧ୍ୟ ହେଉଥିଲେ । ଏମିତି ଟଙ୍କା ମଧ୍ୟ ଦେଉଥିବା କୁହାଯାଉଛି । ଯେଉଁ କାରଣରୁ ସେ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ସନ୍ଦେହ କରାଯାଇଥିଲା । ଶେଷରେ ଏହି ସନ୍ଦେହ ମଧ୍ୟ ସତ ହୋଇଥିଲା । ଶ୍ରୀନିବାସ ସ୍ବାମୀଙ୍କୁ ଟଙ୍କା ଦେବାକୁ ଡାକି ମଦ ପିଆଇଥିଲା । ଏବଂ ପରେ ହତ୍ୟା କରିଥିଲା ।

ପୁଲିସ ଏହି ଘଟଣାକୁ ଗୁରୁତର ସହ ନେଇଥିବାବେଳେ ମୋବାଇଲକୁ ଯାଞ୍ଚ କରିଥିଲା । ଯେଉଁଥିରୁ ସବୁ ସତ୍ୟ ପାଇଥିଲା । ଆଉ ଏହି ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଜଣକୁ ଖୋଜିଛି । ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ପ୍ରଚାର ହେବା ପରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।