ନୂଆଦିଲ୍ଲୀ ୨୪/୦୭: ସ୍ୱାସ୍ଥ୍ୟଗତ କାରଣ  ଦର୍ଶାଇ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ  ଇସ୍ତଫା ଦେଇଛନ୍ତି । ଏହାକୁ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି । ତେବେ ଏହି ପଦ ପାଇଁ ବର୍ତ୍ତମାନ  କେଉଁମାନେ ଦୌଡ଼ରେ ଅଛନ୍ତି, ତାହାକୁ ନେଇ  କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । କୁହାଯାଉଛି  ଯେ ଶାସକ ମେଣ୍ଟ ଏନ୍‌ଡିଏ ପଛୁଆ କିମ୍ବା ଅତି ପଛୁଆ ବର୍ଗର କୌଣସି ନେତାଙ୍କୁ ଏଥିଲାଗି ପ୍ରାର୍ଥୀ  କରିପାରେ । ଏହି କ୍ରମରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତ ରତ୍ନ ବିଜେତା କର୍ପୁରୀ  ଠାକୁରଙ୍କ ପୁଅ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ରାମନାଥ  ଠାକୁରଙ୍କ ନାମ ସାମ୍ନାକୁ ଆସିଛି । ଏମିତି କି ସେ ଏହି ଦୌଡ଼ରେ ଆଗୁଆ ଥିବା ନେଇ ମଧ୍ୟ ଚର୍ଚ୍ଚା  ହେଉଛି । 

ଅନ୍ୟପକ୍ଷରେ ବିଜେପି ଅଧ୍ୟକ୍ଷ ଜେ ପି  ନଡ୍ଡା, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା  ରାଜେ, ବିହାର ରାଜ୍ୟପାଳ ଆରିଫ ମହମ୍ମଦ ଖାନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁଖତାର ଅବାସ୍‌  ନକଭି ଓ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ  ନାମକୁ ନେଇ ମଧ୍ୟ ଆଲୋଚନା ହେଉଛି ।