ନୂଆଦିଲ୍ଲୀ,୧୨/୦୧: କରୁର ଦଳାଚକଟା ଘଟଣାରେ ବିଜୟ ଥଲାପତିଙ୍କୁ ସିବିଆଇ ଜେରା କରିଛି । ଅଭିନେତାରୁ ନେତା ପାଲଟିଥିବା ଟିଭିକେ ମୁଖ୍ୟ ଥଲାପତି ବିଜୟଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ । ସନ୍ଧ୍ୟା ୭ଟାରେ ଯାଏ ବିଜୟଙ୍କୁ ଘାଣ୍ଟିବ ସିବିଆଇ । ବିଜୟଙ୍କ ଦଳର ରାଜନୈତିକ ରାଲିର ସଂଗଠନ ବିଷୟରେ ସିବିଆଇ ପଚରାଉଚରା ଆରମ୍ଭ କରିଛି । ତଦନ୍ତରେ ରାଲିର ଯୋଜନା, ପୁଲିସ ସହ ଚୁକ୍ତିନାମା, ଭିଡ଼ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ  ପଚାରିଛି । ଲୋକେ ବେହୋସ୍ ହେଉଥିଲେ ତୁମେ କାହିଁକି ଭାଷଣ ବନ୍ଦ କଲ ନାହିଁ ବୋଲି ପ୍ରଶ୍ନ କରିଛି କ୍ରାଇମବ୍ରାଞ୍ଚ । ଗତବର୍ଷ ସେପ୍ଚେମ୍ବରରେ ବିଜୟଙ୍କ ରାଜନୈତିକ ରାଲିରେ ଦଳାଚକଟାରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିଲା ।

​​​​​​​ରାଜଧାନୀ ଦିଲ୍ଲୀରେ ଅଭିନେତାରୁ ନେତା ହୋଇଥିବା ଥଲାପତି ବିଜୟଙ୍କୁ କେନ୍ଦ୍ରୀୟ ତଦନ୍ତ ଏଜେନ୍ସିଂ ସିବିଆଇ ଗତବର୍ଷ କରୁରରେ ହୋଇଥିବା ଦଳାଚକଟା ମାମଲାରେ ପଚରାଉଚରା କରିଛି । ୨୦୨୫ ସେପ୍ଟମ୍ବର ୨୫ରେ ତାମିଲନାଡୁ କରୁର ଜିଲ୍ଲାରେ ବିଜୟଙ୍କ ପାର୍ଟି ଟିଭିକେ ଦ୍ୱାରା ଏକ ରାଲି ହୋଇଥିଲା । ଏଥିରେ ଯେବେ ବିଜୟ ଭାଷଣ ଆରମ୍ଭ କରିଥିରେ ଦଳଚକଟା ଘଟିଥିଲା । ଏଥିରେ ୪୧  ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ସିବିଆଇରେ ହାଜର ହୋଇଛନ୍ତି ବିଜୟ ଥଲାପତି ।

ବିଜୟଙ୍କୁ ସିବିଆଇ ପ୍ରଶ୍ନ
ରାଲିରେ ହୋଇଥିବା ଘଟଣାକ୍ରମକୁ ନେଇ ବିଜୟଙ୍କୁ ପଚରାଉଚା କରିଛି ସିବିଆଇ । ୩ଟି ପ୍ରମୁଖ ପ୍ରଶ୍ନକୁ ଗୁରୁତ୍ୱ ଦେଇଛି । ପ୍ରଥମ ପ୍ରଶ୍ନ, ତୁମେ ଖୋଲା ଗାଡିରେ ଛିଡା ହୋଇଥିଲେ ଏବଂ ଭିଡ଼ରେ ଲୋକ ବେହୋସ୍ ହେଉଥିଲେ, ସ୍ପଷ୍ଟ ଦେଖା ଯାଉଥିଲା, ତୁମେ କାହିଁକି ଭାଷଣ ବନ୍ଦ କଲନାହିଁ ?  ଦ୍ବିତୀୟ ପ୍ରଶ୍ନ, ଯେବେ ଲୋକ ଚେତାଶୂନ୍ୟ ହେଉଥିଲେ ଦେଖିବାକୁ ମିଳିଥିବା ତୁମ ପକ୍ଷରୁ ପାଣି ବୋତଲ ଦିଆଯାଉଥିଲା । ତଥାପି ତୁମେ ତୁରନ୍ତ ଆକ୍ସନ ନେଲନାହିଁ କାହିଁକି ? ସବୁଠୁ ଗମ୍ଭୀର ତୃତୀୟ ପ୍ରଶ୍ନ ଥିଲା । ତୁମେ ସଠିକ୍ ସମୟରେ ସଭାରେ କାହିଁକି ପହଞ୍ଚିଲ ନାହିଁ ? ତୁମ ବିଳମ୍ବ ପାଇଁ ଲୋକଙ୍କ ମଧ୍ୟରେ ଦଳଚକଟା ସ୍ଥିତି ଉପୁଜିଥିଲା । କଣ ଏହା ତୁମ ରାଜନୈତିକ ପ୍ରଦର୍ଶନର ଶକ୍ତି ଥିଲା ? ମାମଲାରେ ଖୁବଶୀଘ୍ର ଚାର୍ଜସିଟ୍  ଫାଇଲ୍ କରିବ ସିବିଆଇ ।

କରୁରରେ ଘଟିଥିବା ଦୁଃଖଦ ଦଳାଚକଟା ମାମଲାର ତଦନ୍ତ ପାଇଁ ଏକ SIT ଗଠନ କରାଯାଇଥିଲା । ଏହା ପରେ ମାମଲାକୁ CBIକୁ ସ୍ଥାନାନ୍ତର କରାଯାଇଥିଲା । CBI ବର୍ତ୍ତମାନ ଟିଭିକେ ମୁଖ୍ୟ ବିଜୟଙ୍କୁ ପଚରାଉଚରା କରି ବୟାନ ରେକର୍ଡ କରିଛି । ଯାହା ଦ୍ଵାରା ଯଥାଶୀଘ୍ର କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯିବ । ଆଜି ଟିଭିକେ ମୁଖ୍ୟ ବିଜୟ ଓକିଲମାନଙ୍କ ସହିତ CBI ମୁଖ୍ୟାଳୟରେ ପହଞ୍ଚିଥିଲେ । ଏହାପରେ କିଛି  ଦଳର ସମର୍ଥକ ମଧ୍ୟ ବ୍ୟାନର ଏବଂ ପୋଷ୍ଟର ଧରି CBI ମୁଖ୍ୟାଳୟ ବାହାରେ ପହଞ୍ଚିଥିଲେ । ​​​​​​​

​​​​​​​