ଚେନ୍ନାଇ,୦୬/୧୧: ଚେନ୍ନାଇ  ସୁପରକିଙ୍ଗ୍‌ସ ଦଳର ଅଧିନାୟକ  ମହେନ୍ଦ୍ର ସିଂହ ଧୋନି ଆଗାମୀ ଆଇପିଏଲ୍‌ ସଂସ୍କରଣରେ ଖେଳିବେ ବୋଲି ଜଣା ପଡ଼ିଛି । ଗତ ସିଜନରେ  ସେ ସୁପରକିଙ୍ଗ୍‌ସ ଦଳର ନେତୃତ୍ୱ ନେବା  ପରେ ପରବର୍ତ୍ତୀ ସିଜନରେ ଖେଳିବା  ନେଇ ନିଶ୍ଚିତ ନଥିବା ପ୍ରକାଶ କରିଥିଲେ ।  ମାତ୍ର ଏଥର ସେ ଖେଳିବା ପାଇଁ ପ୍ରସ୍ତୁତ  ରହିଥିବା ସପରକିଙ୍ଗ୍‌ସର ମୁଖ୍ୟ କାର୍ଯ୍ୟ  ନିର୍ବାହୀ ଅଧିକାରୀ କାଶୀ ବିଶ୍ୱନାଥ ପ୍ରକାଶ  କରିଛନ୍ତି ।

ସେ କହିଛନ୍ତି, ଧୋନି ଏତେ ଶୀଘ୍ର ଅବସର ନେଉ ନାହାନ୍ତି । ଆଗାମୀ  ସିଜନରେ ସେ ଖେଳିବା ନିଶ୍ଚିତ ।  ୪୪ବର୍ଷ ବୟସରେ ମଧ୍ୟ ସେ ସମ୍ପୂର୍ଣ୍ଣ  ଫିଟ୍‌ ଅଛନ୍ତି । ତାଙ୍କ ଉପସ୍ଥିତିରେ ଆମେ  ଆଗାମୀ ସିଜନରେ ଚାମ୍ପିଅନ୍‌ ହେବୁ ।