ନୂଆଦିଲ୍ଲୀ : ବନ୍ଦେ ଭାରତର ସ୍ଲିପର ଭର୍ଜନ ଖୁବ୍‌ ଶୀଘ୍ର ଲଞ୍ଚ ହେବାକୁ ଯାଉଛି। ଏହା ମାଧ୍ୟମରେ ଦୀର୍ଘ ଦୂରଗାମୀ ଯାତ୍ରା କରୁଥିବା ଯାତ୍ରୀ ଆରାମରେ ଶୋଇ ଯାତ୍ରା କରି ପାରିବେ। ଲୋକଙ୍କୁ ସ୍ଲିପର ବନ୍ଦେ ଭାରତକୁ ଉତ୍କଣ୍ଠାର ସହ ଅପେକ୍ଷା ରହିଛି। କୁହାଯାଉଛି କି, ଖୁବ୍‌ ଶୀଘ୍ର ସ୍ଲିପର ବନ୍ଦେ ଭାରତ ରାଜଧାନୀ ଦିଲ୍ଲୀରୁ ଶ୍ରୀନଗର ପାଇଁ ଲଞ୍ଚ କରାଯାଇ ପାରେ। ଏହି ମଧ୍ୟରେ , ଜମ୍ମୁରୁ ଶ୍ରୀନଗର ମଧ୍ୟରେ ବନ୍ଦେ ଭାରତ ଟ୍ରେନ୍‌ର ଟାଇମ ଟେବଲର ଘୋଷଣା ହୋଇ ଯାଇଛି। କେବଳ ୩ ଘଣ୍ଟାରେ ହିଁ କାଶ୍ମୀର ଯାଉଥିବା ଯାତ୍ରୀ ବରଫପାତର ମଜା ନେଇ ଜମ୍ମୁରୁ ଶ୍ରୀନଗରରେ ପହଞ୍ଚି ପାରିବେ।

ଜମ୍ମୁରୁ ଶ୍ରୀନଗର ମଧ୍ୟରେ ବନ୍ଦେ ଭାରତରୁ ପାଖାପାଖି ୩ଘଣ୍ଟା ୧୦ ମିନିଟ୍‌ ଲାଗିବ। ଏହା ବ୍ୟତୀତ , ଆଉ ଦୁଇ ମେଲ୍‌/ଏକ୍ସପ୍ରେସ୍‌ ଟ୍ରେନର ଆରମ୍ଭ ଜମ୍ମୁରୁ ଶ୍ରୀନଗର ପାଇଁ ହେବ। କହି ରଖୁଛୁ କି , ଜମ୍ମୁରୁ ଶ୍ରୀନଗର ଟ୍ରେନ୍‌ ରୁଟ୍‌ ପାଖାପାଖି ହୋଇ ପ୍ରସ୍ତୁତ ହୋଇ ସାରିଛି ଏବଂ ଖୁବ୍‌ ଶୀଘ୍ର ଏହାର ଲଞ୍ଚିଂ ହେବ। ଏହି ରୁଟ୍‌ରେ ବିଶ୍ୱର ସବୁଠୁ ଉଚ୍ଚ ରେଲ ବ୍ରିଜ୍ ଚିନାବ ନଦୀରେ ତିଆରି ହୋଇଛି। ଏହି ବ୍ରିଜ୍‌ରେ ବନ୍ଦେ ଭାରତ ମଧ୍ୟ ଯାତ୍ରା କରିବ। ଏହି ବ୍ରିଜ୍‌ ପ୍ୟାରିସ୍‌ର ଏଫିଲ ଟାୱାର ଠାରୁ ମଧ୍ୟ ଉଚ୍ଚ।

ଜମ୍ମୁରୁ ଶ୍ରୀନଗର ମଧ୍ୟରେ ଚାଲୁଥିବା ବନ୍ଦେ ଭାରତ କଟରା ଷ୍ଟେସନରୁ ସକାଳ ୮.୧୦ରେ ଚାଲିବ। ଏହାପରେ ଏହା ଶ୍ରୀନଗରରେ ସକାଳ ୧୧.୨୦ରେ ପହଞ୍ଚି ଯିବ। ମଝିରେ ଯାତ୍ରୀ ବରଫପାତ ଓ ଖୁବ୍‌ ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟର ମଧ୍ୟ ମଜା ଉଠାଇ ପାରିବେ। ଫେରିବା କଥା ଯଦି କହିବା ତ ଏହି ଟ୍ରେନ୍ ଶ୍ରୀନଗରରୁ ଦ୍ୱିପ୍ରହର ୧୨.୪୫ରେ ଚାଲିବ ଏବଂ ପୁଣି କଟରା ୩.୫୫ରେ ପହଞ୍ଚି ଯିବ। ଏହି ଟ୍ରେନ୍‌ ଗୁଡ଼ିକ ଚାଲିବା ଦ୍ୱାରା କେବଳ ସ୍ଥାନୀୟ ଲୋକଙ୍କୁ ଫାଇଦା ହେବ, ତାନୁହେଁ ଏହା କାଶ୍ମୀର ଆସୁଥିବା ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ମଧ୍ୟ ଲାଭ ମିଳିବ। 

ହେଲେ, ଏବେ ଏହି ଟ୍ରେନ୍‌ କେବେ ଆରମ୍ଭ ହେବ, ଏହା ବିଷୟରେ ଅଫିସିଆଲି ଘୋଷଣା କରାଯାଇ ନାହିଁ, କିନ୍ତୁ ଟାଇମଟେବଲ ଜାରି କରି ଦିଆ ଯାଇଛି। ଆଶା କରାଯାଉଛି କି, କିଛି ଦିନରେ ଟ୍ରେନର ଆରମ୍ଭ ହେବାର ତାରିଖ ମଧ୍ୟ ସାମନାକୁ ଆସିଯିବ। ରେଲୱେ ବନ୍ଦେ ଭାରତକୁ ଶ୍ରୀନଗର ପାଇଁ ସ୍ୱତନ୍ତ୍ର ଉପାୟରେ ଡିଜାଇନ କରିଛି। ଏଥିରେ ଖୁବ୍‌ ଥଣ୍ଡାରୁ ବର୍ତ୍ତିବା ପାଇଁ ପାଣିକୁ ଗରମ ରଖୁଥିବା ଟେକନିକ୍‌ର ମଧ୍ୟ ବ୍ୟବହାର କରାଯାଇଛି , ଏହାକି ମାଇନସ୍‌ ଜିରୋ ଡିଗ୍ରୀ ତାପମାତ୍ରାରେ ଟ୍ରେନ୍‌ରେ ଥିବା ପାଣି ଯେମିତି ଜମା ନହେବ।