ମୁମ୍ବାଇ,୯/୫ : ବଲିଉଡ଼ ସୁପରଷ୍ଟାର ସଞ୍ଜୟ ଦତ୍ତଙ୍କ ଫିଲ୍ମ କେଡ଼ି ଦ ଡେଭିଲ ହଲରେ ବଡ଼ ସଫଳତା ଦେଖାଇପାରିନାହିଁ । ଯେତେବେଳେ ଫିଲ୍ମ ଆସିନଥିଲା ସେତେବେଳେ ନିଜ ଗୀତରେ ଲୋକପ୍ରିୟତା ହାସଲ କରି ନେଇଥିଲା । ଫିଲ୍ମର ଗୀତ କାରଣରୁ ବହୁ ବିରୋଧ ବି ଦେଖିବାକୁ ପଡ଼ିଥିଲା ଏବଂ ମହିଳା ଆୟୋଗ ବି ଏହାକୁ ନେଇ ଭର୍ତ୍ସନା କରିଥିଲେ । ଏବେ କେଡ଼ି ଦ ଡେଭିଲ ଫିଲ୍ମ ରିଲିଜର ୯ ଦିନ ହୋଇସାରିଛି ଏବଂ ଫିଲ୍ମ କଲେକ୍ସନର ସଂଖ୍ୟା ବି ଆସି ସାରିଛି । ଏହି ଫିଲ୍ମକୁ ବକ୍ସ ଅଫିସରେ ଟଫ୍ କମ୍ପିଟିଶନର ସାମ୍ନା କରିବାକୁ ପଡ଼ୁଛି । କାରଣ ଫିଲ୍ମ ଏଭଳି ଏକ ସମୟରେ ରିଲିଜ ହୋଇଛି ଯେତେବେଳେ କେତେକ ସାଉଥ୍ ଏବଂ ବଲିଉଡ଼ର ଫିଲ୍ମ ବକ୍ସ ଅଫିସରେ ରିଲିଜ ହୋଇଛି ଏବଂ କିଛି ନୂଆ ବି ଆସିଛି ।
କେଡି ଦ ଡେଭିଲ ଫିଲ୍ମର କଥା ଯଦି ଆମେ କହିବା ତେବେ ଏହି ଫିଲ୍ମ ରିପୋର୍ଟ ଅନୁସାରେ ରିଲିଜର ୯ଦିନରେ ଭାରତରେ ନେଟ୍ କଲେକ୍ସନ ଭାବେ ୧୫.୮୪କୋଟି ଟଙ୍କାର କଲେକ୍ସନ କରିଛି । ଫିଲ୍ମର ଏହି କଲେକ୍ସନକୁ କମ୍ ଧରାଯାଉଛି । ଏହି ଫିଲ୍ମକୁ ନେଇ ଭଲ ଚର୍ଚ୍ଚା ହୋଇଥିଲା ଏବଂ ଏହିଭଳି ଭାବେ ଏହାର କଲେକ୍ସନ ଆହୁରି ବି ଅଧିକ ହେବାର ଥିଲା । ଗ୍ରସ୍ କଲେକ୍ସନ ମାମଲାରେ ଏହି ଫିଲ୍ମ ରିଲିଜର ୯ଦିନରେ ୧୮.୪୯କୋଟି ଟଙ୍କାର କଲେକ୍ସନ କରିଛି । ସେହିଭଳି ଫିଲ୍ମର ୮ମ ଦିନର କଲେକ୍ସନ ଏକ କୋଟିରୁ ବି କମ୍ ରହିଛି ଯାହା ୭୩ଲକ୍ଷର କଲେକ୍ସନ କରିଥିଲା ।
ରିପୋର୍ଟ୍ସ ଅନୁସାରେ ଏହି ଫିଲ୍ମର ବଜେଟ ୧୦୦କୋଟି ଟଙ୍କାର କୁହାଯାଉଛି । ଏହି ଅନୁସାରେ ଦେଖାଯିବ ତ ଫିଲ୍ମର ୯ଦିନର କଲେକ୍ସନ ବହୁତ କମ୍ ଅଛି ଏବଂ ଡିଜାଷ୍ଟର ଆଡ଼କୁ ଗତି କରୁଛି । ଏବେ ଫିଲ୍ମ ୯ଦିନରେ ୨୦କୋଟି ବି କଲେକ୍ସନ କରିପାରିନାହିଁ ଏବଂ ଏଭଳି କୁହାଯାଉଛି କି ଫିଲ୍ମର ବଜେଟ ଅଧା ବି କଲେକ୍ସନ କରିପାରିବ ନାହିଁ । ଏବେ ତ ଏହି ଫିଲ୍ମର କଲେକ୍ସନ ଏକ କୋଟିରୁ ତଳକୁ ଖସିଯାଇଛି ଯାହା ଫିଲ୍ମର ପ୍ରଦର୍ଶନ ଧିରେ ଧିରେ କମୁଛି ।