ବ୍ୟୁରୋ ୧୪/୦୭: ଛୋଟ ଚଢ଼େଇ ବଡ଼ ବିପଦ ! ତାର ଗୋଟିଏ ପ୍ରହାରରେ ଚୁରମାର ହୁଏ ଲକ୍ଷ ଲକ୍ଷ ଟଙ୍କାର କାର। ଦେଖିବାକୁ ନିରୀହ କିନ୍ତୁ କାର ମାଲିକଙ୍କ ପାଇଁ ଯମ ସଦୃଶ। କାର୍ ଦେଖିବା ମାତ୍ରେ ହେଇଯାଏ ଆକ୍ରମାଣାତ୍ମକ ଏବଂ ଆରମ୍ଭ କରିଦିଏ ‘ଅପରେସନ୍ ତୋଡ଼ଫୋଡ଼’। ନ୍ୟୁଜିଲ୍ୟାଣ୍ଡର କିଆ ପକ୍ଷୀ ନିଜର ଦୁଷ୍ଟାମି ଓ ବୁଦ୍ଧିମତା ପାଇଁ ବିଶ୍ୱରେ ପରିଚିତ କିନ୍ତୁ ଏହି ପକ୍ଷୀ କେବଳ କିଛି ମିନିଟରେ ଲକ୍ଷ ଲକ୍ଷ ଟଙ୍କାର କାରକୁ ଭାଙ୍ଗିଦିଏ । ନିଜର ତୀକ୍ଷ୍ଣ ଚୁଞ୍ଚରେ କାରର ରବର ସିଲ୍, ୱାଇପର, ଆଣ୍ଟେନା, ଟାୟାର ଓ ଅନ୍ୟାନ୍ୟ ଅଂଶକୁ ନଷ୍ଟ କରିଦିଏ । ବୈଜ୍ଞାନିକଙ୍କ ଅନୁସାରେ, କିଆ ଏକ ଅତ୍ୟନ୍ତ ବୁଦ୍ଧିମାନ ଓ କୌତୁହଳୀ ପକ୍ଷୀ। ନୂଆ ଜିନିଷକୁ ଖୋଲି ଭିତରେ କ’ଣ ଅଛି ଜାଣିବା ଏହାର ସ୍ୱଭାବ।

ବିଶ୍ୱରେ ଏମିତି କିଛି ପକ୍ଷୀ ଅଛନ୍ତି, ଯେଉଁମାନେ ନିଜର ଦୁଷ୍ଟାମି ପାଇଁ ପରିଚିତ। ନ୍ୟୁଜିଲ୍ୟାଣ୍ଡର କିଆ ପକ୍ଷୀ ସେମାନଙ୍କ ମଧ୍ୟରୁ ଗୋଟିଏ। ଏହି ପକ୍ଷୀକୁ ବିଶ୍ୱର ସବୁଠାରୁ ବୁଦ୍ଧିମାନ ପକ୍ଷୀମାନଙ୍କ ମଧ୍ୟରେ ଗଣାଯାଏ। କିନ୍ତୁ ଏହାର ଦୁଷ୍ଟାମି କେବେ କେବେ ଗାଡ଼ି ମାଲିକଙ୍କ ପାଇଁ ମହଙ୍ଗା ପଡ଼ିଥାଏ । କିଆ ପକ୍ଷୀ ନୂଆ ଜିନିଷ ଖୋଜିବା ଏବଂ ପରୀକ୍ଷା କରିବାକୁ ବହୁତ ଭଲ ପାଆନ୍ତି । ପାର୍କିଂ ସ୍ଥାନରେ କାର ଦେଖିଲେ ସେମାନେ ନିଜର ତୀକ୍ଷ୍ଣ ଚୁଞ୍ଚରେ ଗାଡ଼ିକୁ ଆକ୍ରମଣ କରିବା ଆରମ୍ଭ କରନ୍ତି । କାରର ରବର ସିଲ୍, ୱାଇପର, ଆଣ୍ଟେନା, ହେଡଲାଇଟ୍ର ରବର ଏବଂ ଟାୟାର ପର୍ଯ୍ୟନ୍ତ ଛିଣ୍ଡାଇ ଦିଅନ୍ତି। କିଛି ମିନିଟ୍ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କାର ଗାଡ଼ି କ୍ଷତିଗ୍ରସ୍ତ ହୋଇଯାଏ।

ଆହୁରି ପଢନ୍ତୁ ;- Free education : ଚିନ୍ତା ବଢ଼ାଇଲା କେଜିରୁ ପିଜି ମାଗଣା ପାଠପଢ଼ା, କେମିତି ହେବ କଲେଜ ରକ୍ଷଣାବେକ୍ଷଣ ? ଅତିଥି ଅଧ୍ୟାପକଙ୍କୁ ଦରମା ଦେବ କିଏ ?

ବୈଜ୍ଞାନିକଙ୍କ ମତରେ, କିଆ ଏକ ଅତ୍ୟନ୍ତ କୌତୁହଳୀ ଓ ବୁଦ୍ଧିମାନ ପକ୍ଷୀ। ସେମାନେ ଖେଳ ଭାବରେ ନୂଆ ଜିନିଷକୁ ଖୋଲି ତାହା ଭିତରେ କ’ଣ ଅଛି ଜାଣିବାକୁ ଚେଷ୍ଟା କରନ୍ତି। ଜଙ୍ଗଲରେ ଖାଦ୍ୟ ଖୋଜିବା ସମୟରେ ଜିନିଷକୁ ଖୋଲିବାର ଏହି ଅଭ୍ୟାସ ସେମାନଙ୍କ ବଞ୍ଚିବାର କୌଶଳର ଏକ ଅଂଶ । ନ୍ୟୁଜିଲ୍ୟାଣ୍ଡର ଆଲପାଇନ୍ ଅଞ୍ଚଳରେ ପର୍ଯ୍ୟଟକଙ୍କ ଭିଡ଼ ଥିବାରୁ କିଆ ପକ୍ଷୀ ପ୍ରାୟତଃ କାର ନିକଟକୁ ଆସି ଏଭଳି କାର୍ଯ୍ୟ କରନ୍ତି।

କିଆ ଏକ ବିଲୁପ୍ତପ୍ରାୟ ପ୍ରଜାତି। ନ୍ୟୁଜିଲ୍ୟାଣ୍ଡ ସରକାର ଏହାକୁ ସଂରକ୍ଷିତ ପକ୍ଷୀ ଭାବେ ଘୋଷଣା କରିଛନ୍ତି । କିଆକୁ କ୍ଷତି ପହଞ୍ଚାଇବା କିମ୍ବା ହତ୍ୟା କରିବା ଆଇନ ଅନୁସାରେ ଦଣ୍ଡନୀୟ।ପର୍ଯ୍ୟଟକମାନଙ୍କୁ କିଆକୁ ଦୂରରୁ ଦେଖିବା ଏବଂ ନିଜ ଗାଡ଼ିକୁ ସୁରକ୍ଷିତ ସ୍ଥାନରେ ପାର୍କ କରିବାକୁ ପରାମର୍ଶ ଦିଆଯାଏ ।ନ୍ୟୁଜିଲ୍ୟାଣ୍ଡର ଦକ୍ଷିଣ ଦ୍ୱୀପରେ କିଆ ପକ୍ଷୀ ଅଧିକ ଦେଖାଯାଆନ୍ତି  ଆର୍ଥର୍ସପାସ୍ଓମିଲଫୋର୍ଡସାଉଣ୍ଡ ଭଳି ପର୍ଯ୍ୟଟନ ସ୍ଥଳରେ ଏମାନେ ସାଧାରଣ । ନିଜର ଖେଳୁଆଡ଼ ଓ ଦୁଷ୍ଟ ସ୍ୱଭାବ ପାଇଁ ସ୍ଥାନୀୟ ଲୋକେ ଏମାନଙ୍କୁପାହାଡ଼ରକ୍ଲାଉନ୍ବୋଲି ମଧ୍ୟ କହନ୍ତି। କିଆ ପକ୍ଷୀ ପ୍ରାୟ ୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରେ। ଏହାର ଡାକ ଅତ୍ୟନ୍ତ ଜୋରଦାର ଓ ବିଭିନ୍ନ ପ୍ରକାରର ହୋଇଥାଏ।