ଯେତେବେଳେ ପୁରା ଘରକୁ ଚକାଚକ୍ ରଖୁଛନ୍ତି, ତେବେ ୱାଶିଙ୍ଗ୍ ମେସିନ୍ ଏରିଆକୁ ଅବହେଳା କାହିଁକି? ସାମାନ୍ୟ ଦୃଷ୍ଟି ଦେଲେ ୱାଶିଙ୍ଗ୍ ଏରିଆକୁ ଖୁବ୍ ଭଲ ଭାବେ ନିୟନ୍ତ୍ରଣ କରିପାରିବେ । କେବଳ ସେତିକି ନୁହେଁ ସେଠାରେ ଅନ୍ୟ ଜିନିଷ ମଧ୍ୟ ସଜାଇପାରିବେ । ୱାଶିଙ୍ଗ୍ ଏରିଆକୁ ସଫା ରଖିବା ସହ ନିୟନ୍ତ୍ରିତ ରଖିବା ଦ୍ୱାରା ଘର ସଫାସୁତର ରଖିପାରିବେ । କେତେକ ଉପାୟକୁ ଆପଣାଇବା ଦ୍ୱାରା ଲଣ୍ଡ୍ରି କର୍ଣ୍ଣର୍ ସୁନ୍ଦର ଦେଖାଯିବା ସହ ଅଧିକ ଜିନିଷ ରଖିପାରିବେ ।
-ୱାଶିଙ୍ଗ୍ ମେସିନ୍କୁ ଏକ କୋଣରେ ରଖନ୍ତୁ । ଫଳରେ ବାକି ଜାଗାକୁ ଅନ୍ୟ କାମରେ ବ୍ୟବହାର କରିପାରିବେ । ୱାଶିଙ୍ଗ୍ ମେସିନ୍ ଉପରେ ଓ ସାଇଡ୍ କାନ୍ଥରେ କ୍ୟାବିନେଟ୍ ଲଗାଇପାରିବେ । ସେଥିରେ ଡିଟର୍ଜେଣ୍ଟ, ବ୍ରଶ୍ ଓ ସଫ୍ଟନର୍ ରଖିପାରିବେ । ଫୋଲ୍ଡିଂ ଡ୍ରଇଂ ଷ୍ଟାଣ୍ଡ୍ ନିଅନ୍ତୁ, ଆବଶ୍ୟକ ପଡିଲେ ଏହାକୁ ଫୋଲ୍ଡ କରିପାରିବେ । ବଜାରରେ ସୁନ୍ଦର ସୁନ୍ଦର ଡିଜାଇନର୍ ପିବିସି କ୍ୟାବିନେଟ୍ ବଜାରରେ ମିଳିଯାଉଛି ।
ଆହୁରି ପଢନ୍ତୁ-କିଡ୍ନୀ ଫେଲ୍ କରିଦେବ ହେୟାର ଷ୍ଟ୍ରେଟ୍ନିଂ! ସଚେତନ କରାଇଲେ ଡାକ୍ତର
-ଷ୍ଟୋରେଜ୍ ଓ ଅର୍ଗାଇନାଇଜ୍ଡ କରିବା ପାଇଁ ଏମିତି କିଛି ଲଣ୍ଡ୍ରି ବାସ୍କେଟ୍ ନିଅନ୍ତୁ । ଯେଉଁଥିରେ ଧଳା/ ରଙ୍ଗିନ୍ ପୋଷାକ ଅଲଗା ଅଲଗା ରଖିପାରିବେ । ଏଥିପାଇଁ ପ୍ଲାଷ୍ଟିକ୍ ବା ୱାଟରପ୍ରୁପ୍ ବାକ୍ସ ମଧ୍ୟ ନେଇପାରିବେ । ଯେଉଁଥିରେ ଲିକ୍ୱିଡ୍, ବ୍ରଶ୍ ଓ ପାଉଡର୍ ଆଦି ରଖିପାରିବେ ।
-ହୁକ୍ସ ଓ ରଡ୍ସ ଲଗାଇପାରିବେ । ଫଳରେ ଛୋଟ କପଡା, ଝାଡୁ, ପୋଛା ଆଦି ଉପକରଣକୁ ଝୁଲାଇପାରିବେ । ୱାଶିଙ୍ଗ୍ ଏରିଆରୁ ଠିକ୍ ଭାବେ ପାଣି ନିଷ୍କାସନ ପାଇଁ ନାଳ ରଖିବା ଜରୁରି । ସେଥିପାଇଁ ୱାଶିଙ୍ଗ୍ ମେସିନ୍ ରଖିବା ଜାଗାରେ ଡ୍ରେନେଜ୍ ଓ ଭେଣ୍ଟିଲେସନ୍କୁ ବିଶେଷ ଧ୍ୟାନ ଦେବା ଜରୁରି ।
-ମେସିନ୍ ତଳେ ମ୍ୟାଟ୍ ବିଛାଇବା ଦ୍ୱାରା ପାଦ ଖସିବାର ଆଶଙ୍କା କମ୍ ରହିଥାଏ । ଏହି ଜାଗାକୁ ମାସକୁ ଥରେ ସଫାସୁତରା କରିବା ମଧ୍ୟ ଜରୁରି ।
-ଜାଗାକୁ ମଲ୍ଟି-ୟୁଜ୍ କରିବା ପାଇଁ କେତେକ ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ଯଦି ଜାଗା ବଡ଼ ହୋଇଥାଏ, ତେବେ ସେଠାରେ ଆଇରନ୍ ଟେବଲ୍ ବା ଫୋଲ୍ଡିଂ ବୋର୍ଡ ମଧ୍ୟ ରଖିପାରିବେ । ସେଠାରେ ବିଭିନ୍ନ ଡେକୋରେଟିଭ୍ ଆଇଟମ୍ ବା ଛୋଟ ଛୋଟ ଗଛ ସଜାଇ ପାରିବେ । ଫଳରେ ସେଠାରେ କାମ କରିବା ସମୟରେ ସତେଜତା ସହ ଖୁସି ଅନୁଭବ କରିବେ ।