ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ବାଇକ୍‌କୁ ଧକ୍କା ଦେଲା ଆଡିସନାଲ୍‌ CSOଙ୍କ ବୋଲେରୋ, ବାଇକ୍‌ ଚାଳକ ମୃତ

Published By : Harapriya Sethi | April 28, 2025 10:34 AM

ଭୁବନେଶ୍ୱର, ୨୮/୦୪: କେନ୍ଦୁଝର ଅତିରିକ୍ତ ସିଭିଲ ସପ୍ଲାୟ ଅଫିସର ବ୍ରଜ କିଶୋର ମାରାଣ୍ଡିଙ୍କ ଗାଡି ସହ ମୁହାଁମୁହିଁ ଧକ୍କା ହେଲା ବାଇକ୍‌ । ଦୁର୍ଘଟଣାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ । ମୃତକ ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଘାଗି ଗ୍ରାମର ରାଜେନ୍ଦ୍ର ବେହେରା ବୋଲି ଜଣା ପଡ଼ିଛି । କେନ୍ଦୁଝର ଜିଲ୍ଲା ଉଦୟପୁର ସାହାରପଡା ରାସ୍ତାର ଚାତରପାଣି ନିକଟରେ ଏଭଳି ଘଟଣା ଘଟଣା ଘଟିଛି ।

ସୂଚନା ମୁତାବତ, ସାହାରପଡା ବ୍ଲକରେ ହୋଉଥିବା ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ କେନ୍ଦୁଝର ଅତିରିକ୍ତ ସିଭିଲ ସପ୍ଲାୟ ଅଫିସର ବ୍ରଜ କିଶୋର ମାରାଣ୍ଡି ଏକ ବୋଲେରୋ ଯୋଗେ ଯାଉଥିଲେ । ରାସ୍ତାରେ ଯିବାବେଳେ ଉଦୟପୁର ସାହାରପଡା ରାସ୍ତାର ଚାତରପାଣି ନିକଟରେ ଏକ ବାଇକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଯୁବକ ଜଣକ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡ଼ି ରହିଥିଲେ । ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଅତିରିକ୍ତ ସିଭିଲ ସପ୍ଲାୟ ଅଫିସର ବ୍ରଜକିଶୋର ମାରାଣ୍ଡି ମାନବିକତା ଭୁଲି ଅନ୍ୟ ଗାଡିରେ ଚାଲି ଯାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ବାଇକ୍‌ ଅରୋହୀଙ୍କୁ ଉଦ୍ଧାର କରି ୧୦୮ ସହାୟତାରେ ପାଟଣା ମେଡିକାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ଖବର ପାଇବା ପରେ ଘଟଣା ସ୍ଥଳରେ ପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.