ନୂଆଦିଲ୍ଲୀ : ଯଦି ଆମେ ଆମ ଶକ୍ତିର ସଠିକ୍ ଉପଯୋଗ କରିବା , ତ ତାହା ହେଲେ ଆମେ ଅସମ୍ଭବକୁ ସମ୍ଭବ ମଧ୍ୟ କରିବା ପାରିବା । ଏହାର ଏକ ଚମତ୍କାର ଉଦାହରଣ କେରଳରେ ଦେଖିବାକୁ ମିଳିଛି। ଏଠାରେ ଥିବା ଜଣେ କୁନି ପିଲା ଲେଭିନ୍ ପୋଲୋଜଙ୍କୁ ଦେଖିଲେ ସହଜରେ ବୁଝି ହୁଏ। ସେ ଏତେ ଇନୋଭେଟିଭ୍ ଏବଂ କ୍ରିଏଟିଭ୍ ଯେ କେବଳ କାର୍ଡବୋର୍ଡ ବ୍ୟବହାର କରି ଏକ ରୋବୋଟ୍ ତିଆରି କରି ପାରିଛନ୍ତି। ଏହା କୌଣସି ଖେଳଣା ନୁହେଁ, ବରଂ ବାସ୍ତବରେ କାମ କରୁଥିବା ଏକ ରୋବୋଟ୍। ଏହି ରୋବୋଟ୍ ଘରର ବିଭିନ୍ନ କାମ ମଧ୍ୟ କରି ପାରୁଛି। ଲେଭିନ୍ ପ୍ରାୟତଃ ଏହିପରି ନୂଆ ନୂଆ ଉଦ୍ଭାବନ ଜାରି ରଖିଛନ୍ତି।

ଏହି ଚମତ୍କାର ଭିଡିଓଟିକୁ 'Fundamental Investor' ସେୟାର କରିଛି। ଏଥିରେ କେରଳର ଏହି କୁନି ପୁଅକୁ ଫେମସ କରିବା ପାଇଁ ଅପିଲ କରାଯାଇଛି। ସୂଚନା ଅନୁସାରେ, ମା’ଙ୍କୁ ଘର କାମରେ ସାହାଯ୍ୟ କରିବା ପାଇଁ ଲେଭିନ୍ ଏହି ରୋବୋଟ୍ ତିଆରି କରିଛନ୍ତି।

ଭିଡିଓର ଆରମ୍ଭରେ ବଡ଼ ବଡ଼ ଟେକ୍ କ୍ରିଏଟରଙ୍କ ପାଖରେ ଥିବା ରୋବୋଟ୍ ଭଳି ଏକ ଚାଲୁଥିବା ରୋବୋଟ୍ ଦେଖିବାକୁ ମିଳୁଛି। ଏହି ଚାଲିପାରୁଥିବା ରୋବୋଟ୍ଟି ଲେଭିନ୍ଙ୍କ ମା’ଙ୍କୁ ପାଣି ପିଇବାକୁ ଦେଉ ଥିବାର ନଜର ଆସୁଛି।

ଏହା ପରେ ଲେଭିନ୍ ଆହୁରି ଅନେକ ନୂଆ ଜିନିଷ ତିଆରି କରୁଥିବାର ଦେଖାଯାଉଛି। ଯେପରିକି ସେ ପୋଛା ମାରୁଥିବା ରୋବୋଟ୍ ମଧ୍ୟ ତିଆରି କରୁଛନ୍ତି। ତା’ପରେ ବାସନ ମାଜିବା ସହଜ କରିବା ପାଇଁ ଏକ ମେସିନ୍ ଏବଂ ପନିପରିବା ଘାଣ୍ଟିବା ପାଇଁ ମଧ୍ୟ ଏକ ମେସିନ୍ ତିଆରି କରୁଛନ୍ତି। ଏହି ଭିଡିଓରେ ଲେଭିନ୍ ନିଜେ ସବୁକିଛି ପ୍ରସ୍ତୁତ କରୁଥିବା ଦେଖା ଯାଉଛି। ସେ ମୋଟର ଏବଂ ଅନ୍ୟାନ୍ୟ ଯନ୍ତ୍ରାଂଶ ସହ କାମ କରୁ ଥିବାର ନଜର ଆସୁଛନ୍ତି।

ଆହୁରି ମଧ୍ୟ ପଢନ୍ତୁ - Abhay Deol Glass House : ନା ଇଟା- ପଥର, ନା ଝରକା ! ଗୋଆ ଜଙ୍ଗଲରେ ଅଭୟ ଦେଓଲଙ୍କ ବିଳାସପୂର୍ଣ୍ଣ କାଚ ଘର ଭାଇରାଲ

ଉକ୍ତ ଭିଡିଓକୁ ଦେଖିବା ପରେ ୟୁଜର୍ସମାନେ ତାଙ୍କର ଏହି ଇନୋଭେସନର ପେଟେଣ୍ଟ କରାଇ ନେବାକୁ ପରାମର୍ଶ ଦେଉଛନ୍ତି। ଜଣେ ୟୁଜର ଲେଭିନଙ୍କୁ ପିଏଚଡି ଡିଗ୍ରୀ ଦେବାକୁ ଦାବି କରିଥିବା ବେଳେ ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, କୌଣସି ବି ରୋବୋଟିକ୍ସ ଫାର୍ମ ତାଙ୍କୁ ତୁରନ୍ତ ଚାକିରିରେ ରଖି ନେବ।