ନୂଆଦିଲ୍ଲୀ ୧୨/୦୩: ଆଗକୁ କେରଳରେ ବିଧାନସଭା ନିର୍ବାଚନ ହେବାର ଅଛି, ଏହା ପୂର୍ବରୁ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। କେରଳ ପରିବହନ ମନ୍ତ୍ରୀ କେ.ବି. ଗଣେଶ କୁମାରଙ୍କ ପତ୍ନୀ ତାଙ୍କ ଉପରେ ଧୋକା ଦେଇଥିବା ଅଭିଯୋଗ ଆଣିଛନ୍ତି। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ତାଙ୍କ ସ୍ୱାମୀଙ୍କୁ ଘରେ ଅନ୍ୟ ଜଣେ ମହିଳାଙ୍କ ସହ ଅସଂଜତ ଆବସ୍ଥାରେ ଧରିଥିଲେ। ତାଙ୍କ ଅଭିଯୋଗ ପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଏବେ, ଏହାକୁ ନେଇ କେରଳ ମନ୍ତ୍ରୀ କହିଛନ୍ତି ଯେ ପ୍ରେମ କରିବା ଅପରାଧ ନୁହେଁ।

ଗଣେଶଙ୍କ ପତ୍ନୀ ବିନ୍ଦୁ ମେନନ କହିଛନ୍ତି ଯେ ବିବାହର କିଛି ବର୍ଷ ପରେ ସେମାନଙ୍କ ବୈବାହିକ ଜୀବନରେ ସମସ୍ୟା ଆରମ୍ଭ ହୋଇଥିଲା, କିନ୍ତୁ ୨୦୨୩ରେ ଗଣେଶ ମନ୍ତ୍ରୀ ହେବା ପରେ ଏହା ଆହୁରି ଖରାପ ହୋଇଗଲା। ସେ ଦାବି କରିଛନ୍ତି ଯେ ନିକଟରେ ଗଣେଶଙ୍କୁ ତାଙ୍କ ବେଡ୍ ରୁମ ଜଣେ ମହିଳାଙ୍କ ସହିତ ଧରିଥିଲେ। ଯେତେବେଳେ ଗଣେଶଙ୍କ କର୍ମଚାରୀମାନେ ତାଙ୍କ ଫୋନ୍ ଛଡ଼ାଇ ନେବାକୁ ଚେଷ୍ଟା କଲେ, ସେ ଫଟୋ ଉଠାଇବା ଆରମ୍ଭ କଲେ। ବିନ୍ଦୁ ଏହା ମଧ୍ୟ କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀଙ୍କ ଝିଅ ବୀଣାଙ୍କୁ ଫୋନ୍ କରି ସମସ୍ତ ଘଟଣା ବିଷୟରେ ଜଣାଇଥିଲେ।

ଆହୁରି ପଢ଼ନ୍ତୁ...ଘାତକ ଆକ୍ରମଣ ପରେ ଫାରୁକ ଅବଦୁଲ୍ଲାଙ୍କ ପ୍ରତିକ୍ରିୟା,କହିଲେ-ମୋତେ ଆଗ ଲାଗିଲା ବାଣ, ପରେ ଜାଣିଲି ଗୁଳି ...

ତେବେ ରାଜନୈତିକ ମହଲରେ ତୀବ୍ର ବିତର୍କ ମଧ୍ୟରେ, ଗଣେଶ କହିଛନ୍ତି ଯେ ବିରୋଧୀ ଦଳ ରାଜନୈତିକ ଲାଭ ପାଇଁ ତାଙ୍କ ବ୍ୟକ୍ତିଗତ ଜୀବନକୁ ଟାର୍ଗେଟ କରୁଛନ୍ତି। ଅଭିଯୋଗ ସତ ହେଉ କି ନ ହେଉ, ଏହା ବ୍ୟକ୍ତିଗତ ମାମଲା ଏବଂ କେହି ହସ୍ତକ୍ଷେପ କରିବା ଉଚିତ୍ ନୁହେଁ। ସେ ଏହା ମଧ୍ୟ କହିଛନ୍ତି ଯେ ସେ କେବେ କୌଣସି ମହିଳାଙ୍କୁ ଖରାପ ବ୍ୟବହାର କରିନାହାଁନ୍ତି, ଏବଂ ପ୍ରେମ ଅପରାଧ ନୁହେଁ। ସମସ୍ତେ ପ୍ରେମ ଅନୁଭବ କରନ୍ତି। ସେ ଆହୁରି କହିଛନ୍ତି ଯେ ସେ କେବେ ଦୁର୍ନୀତିଗ୍ରସ୍ତ ହୋଇନାହାଁନ୍ତି ଏବଂ ତାଙ୍କ ନିର୍ବାଚନମଣ୍ଡଳୀର ଲୋକମାନେ ଏପରି ଅଭିଯୋଗକୁ ବିଶ୍ୱାସ କରିବେ ନାହିଁ।