ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ମାଟି ଖୋଲିଲେ ବାହାରୁଛି କିରୋସିନ

Published By : Prameya | April 21, 2025 7:56 PM

ଭୁବନେଶ୍ବର , ୨୧।୪ : ଭଦ୍ରକ ବ୍ଲକ ଅଧିନ ଖଣ୍ଡତଡା ପଞ୍ଚାୟତରେ ମାଟି ତଳୁ କିରୋସିନ ବାହାରୁଛି। ୧୦ ଫୁଟ ମାଟି ଖୋଲିଲେ ବାହାରୁଛି କିରୋସିନର ଗନ୍ଧ । ଖୋଳା ମାଟିରୁ କିରୋସିନ ଗନ୍ଧ ବାହାରିବା ସହ ଆଖପାଖ ଅଞ୍ଚଳରେ ଖେଳିଯାଇଛି ଏହି ଗନ୍ଧ। 

ଭଦ୍ରକ ବ୍ଲକ ଖଣ୍ଡତଡା ପଂଚାୟତର ନୂତନ ଗୃହ ନିର୍ମାଣ ପାଇଁ ଖୋଲା ଯାଉଥିଲା ପିଲାର। ୧୦ ଫୁଟ ଗଭୀରର ପିଲାର ଖୋଲିବା ପରେ ଗାତ ଭିତରୁ ଆସିଥିଲା କିରୋସିନର ଉତ୍କଟ ଗନ୍ଧ। ଏପରିକି ଭିତରୁ ଯାହାବି ମାଟି ବାହାରୁଥିଲା ତାହା କିରୋସିନ ଗନ୍ଧ କରିଥିଲା। ଏଥି ସହିତ ତେଲ ଚିକିଟା ମାଟି ବାହାରିଥିଲା। 

ଏପରିକି ଭିତରୁ ବାହାରୁଥିବା ପାଣି ମଧ୍ୟ କିରୋସିନ ଗନ୍ଧ  ହେଉଥିଲା। ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଆଖପାଖ ଅଞ୍ଚଳରୁ ଏହାକୁ ଦେଖିବାକୁ ଲୋକଙ୍କ ଧାଡି ଛୁଟୁଛି। ଯାହାକୁ ନେଇ ମାଟିତଳେ କିରୋସିନ ଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଥିବା ବେଳେ ଘଟଣାର ସରକାରୀ ଯାଞ୍ଚ କରିବାକୁ ଦାବି କରିଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.