କେସିଙ୍ଗା, ୧୫/୬ : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ଏସି ସହର ମଧ୍ୟରେ ଉନ୍ନତିକରଣ ବାବଦକୁ ପୂର୍ବ ସରକାର ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ମେସିନ୍ ଗତ ତିନି ବର୍ଷ ତଳେ ଦେଇଥିଲେ । ଉକ୍ତ ମେସିନ୍ ଟିର ନାଁ ବ୍ରେକ୍ ୱିଲ୍ ଲୋଡ଼ର ହୋଇଥିବାବେଳେ ଏହାର ମୂଲ୍ୟ ପାଖାପାଖି ୨୦ଲକ୍ଷ୍ୟରୁ ଊର୍ଦ୍ଧ୍ବ ହୋଇଥାଏ । ଏହି ମେସିନ୍ ଗତ ୩ ବର୍ଷ ମଧ୍ୟରେ କିଛି ବର୍ଷ ଏନ୍ଏସି ଭିତରେ ରଖିଥିବାବେଳେ ବର୍ତ୍ତମାନ ତାହାକୁ ନେଇ କେସିଙ୍ଗା ମଳ ଉପଚାର ପ୍ଲାଣ୍ଟ ମଧ୍ୟରେ ଏକ ଅଦରକାରୀ ପଦାର୍ଥ ଭଳି ପକାଇଥିବା ଦେଖିବାକୁ ମିଳିଛି ।
ସୁଚନା ଅନୁସାରେ, ଏନ୍ଏସି ପ୍ରଶାସନକୁ ସହରରେ କୌଣସି ଉନ୍ନତିମୂଳକ କାର୍ଯ୍ୟ କରିବାର ଥିଲେ ବେସରକାରୀ ଭେବେ ମେସିନ୍ ଭଡ଼ାରେ ଆଣି କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । କିନ୍ତୁ ନିଜ ପାଖରେ ମେସିନ୍ ଥାଇ କାହିଁକି ପ୍ରଶାସନ ଅନ୍ୟରୁ ଭଡ଼ା ଆଣି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଦେଉଛନ୍ତି । କେସିଙ୍ଗା ଏନ୍ଏସିରେ ରହୁଥିବା ଜନସାଧାରଣଙ୍କଠାରୁ ବିଭିନ୍ନ ଉନ୍ନତିକରଣ ନାମରେ ପ୍ରଶାସନ କୋଟି କୋଟି ଟଙ୍କା ଟ୍ୟାକ୍ସ ମାଧ୍ୟମରେ ଆଦାୟ କରୁଥିବାବେଳେ ସାଧାରଣ ଜନତାଙ୍କଠାରୁ ଟ୍ୟାକ୍ସ ଆଦାୟ କରି ଏମିତି ମେସିନ୍ କିଣି କାହିଁକି ତା’ର ସଦୁପଯୋଗ ନ କରି ଖତ ଗଦାରେ କେସିଙ୍ଗା ଏନ୍ଏସି ପ୍ରଶାସନ ଫୋପାଡ଼ି ଦେଇଛି ଏବଂ କାହା ସ୍ୱାର୍ଥରେ ସରକାରୀ ମେସିନ୍ ଥାଇ ବେସରକାରୀ ଭାବେ ମେସିନ୍ ଆଣି ଉନ୍ନତିମୂଳକ କାର୍ଯ୍ୟରେ ଲଗାଇ ଏନ୍ଏସି ଅନ୍ୟ ଲୋକଙ୍କୁ ଟଙ୍କା ଗଣୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଉକ୍ତ ମେସିନ୍ ବିଷୟରେ କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ନୂର୍ପରାଜ୍ ୟାଦବଙ୍କୁ ପଚାରିବାରୁ ଏଠାରେ ଥିବା ଜେସିବି ମେସିନ୍ ଚାଳକ ମାନେ ସେହି ମେସିନ୍ କୁ ଚଳାଇ ପାରୁନାହାନ୍ତି ତେଣୁ ଆମେ ମେସିନ୍ ଆଣିଥିବା କମ୍ପାନୀକୁ ଅଲଗା ମେସିନ୍ ଦେବା ପାଇଁ କହିବାରୁ ମନା କଲା ତେଣୁ ସେହି ମେସିନ୍ ସେମିତି ଅବସ୍ଥାରେ ପଡ଼ି ରହିଛି ବୋଲି କହିଲେ । ସେହି ବିଷୟକୁ ନେଇ କେସିଙ୍ଗା ଏନ୍ଏସି ନିର୍ବାହୀ ଅଧିକାରୀ ଦୁଷ୍ମନ୍ତ ଆଚାର୍ଯ୍ୟଙ୍କୁ ପଚାରିବାରୁ ମୁଁ ଏ ବିଷୟରେ ପଚାରି କହିବି ବୋଲି କହିଥିଲେ ।
ପୂର୍ବ ସରକାରରେ ଏହା ସମୁଦାୟ ତିନି ବର୍ଷ ହେବ ପଡ଼ି ରହିଥିବାବେଳେ ନୂତନ ସରକାରଙ୍କ କାର୍ଯ୍ୟରେ ଏହି ମେସିନର କାର୍ଯ୍ୟ କାରିତା ହେବ ନା ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଦେଇ ପୁଣି ବେସରକାରୀ ମେସିନକୁ ଡକାଇ ଏନ୍ଏସି ପ୍ରଶାସନ କାର୍ଯ୍ୟ କରିବ ଏବଂ ସେହି ସରକାରୀ ମେସିନକୁ ଖତ ଖାଇବାକୁ ଦିଆଯିବ ତାହା ବର୍ତ୍ତମାନ ଦେଖିବାକୁ ରହିଲା ।