ସଇଁତଳା,୨୩/୫ : ବନାଞ୍ଚଳ ମନମୁଣ୍ଡା ରାସ୍ତାରୁ ଖଇର କାଠ ଗଣ୍ଡି ସହ ପିକଅପ ଗାଡ଼ି ଜବତ । ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତମାନେ ନିରଞ୍ଜନ ଚନ୍ଦନ, ଶୁକୃ ସାହୁ, ଅମର କୁମ୍ଭାର ବୋଲି ଜଣା ପଡ଼ିଛି ।
ବନ ବିଭାଗର ସୂଚନା ଅନୁସାରେ ଗତକାଲି ସଇଁତଳା ବନାଞ୍ଚଳ ଅଧିକାରୀ ପାଟ୍ରୋଲିଂ କରୁଥିବାବେଳେ ମନମୁଣ୍ଡା ରାସ୍ତା ଦେଇ ଏକ ପିକଅପ୍ ଗାଡ଼ିରେ ଖଇର କାଠ ଚାଲାଣ ହେଉଥିବା ଦେଖି ଗାଡ଼ିକୁ ଅଟକ ରଖି ପଚରାଉଚରା କରି ଥିଲେ । ଏ ନେଇ କୌଣସି ଉତ୍ତର ନ ମିଳିବାରୁ ୩ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର ଶ୍ରୀ ନାୟକ ସୂଚନା ଦେଇଛନ୍ତି ।