ଖଲ୍ଲିକୋଟ,୨୭/୦୫: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଗସ୍ତରେ ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏହି ଗସ୍ତରେ ସେ ବ୍ଲକ୍ କାର୍ଯ୍ୟାଳୟ ସଭାଗୃହରେ ନୂତନ ହିତାଧିକାରୀଙ୍କୁ ରାସନ କାର୍ଜ ବଣ୍ଟନ କରିଛନ୍ତି । ମନ୍ତ୍ରୀଙ୍କ ହାତରୁ ରାସନ କାର୍ଡ ପାଇ ଖୁସି ହୋଇଛନ୍ତି ହିତାଧିକାରୀ ।
ଖଲ୍ଲିକୋଟ ବ୍ଲକର ୨,୫୦୦ ନୂତନ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟାଯାଇଛି । ସେହିପରି ଗଞ୍ଜାମ ବ୍ଲକ୍ , ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ବେଗୁନିଆପଡ଼ା ବ୍ଲକର ଅନେକ ନୂତନ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ବିଡିଓ ଦେବାଶିଷ ସାମଲଙ୍କ ସହିତ ଅନ୍ୟ ସରକାରୀ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଯେଉଁ ଗରିବ ହିତାଧିକାରୀ ରାସନ କାର୍ଡରୁ ବଞ୍ଚିତ ହୋଇଛନ୍ତି, ସେମାନଙ୍କ ପାଇଁ ପୋର୍ଟାଲ ଖୋଲା ରହିଛି । ତୁରନ୍ତ ଆବେଦନ କଲେ ସର୍ଭେ କରାଯାଇ ରାସନ କାର୍ଡ ପ୍ରଦାନ କରାଯିବ । ସେପଟେ ସରକାର ବଦଳିବା ପରେ ରାସନ କାର୍ଡର ରଙ୍ଗ ମଧ୍ୟ ବଦଳିଛି । ଏନେଇ ମନ୍ତ୍ରୀ କହିଛନ୍ତି, ସରକାର ବଦଳିଲା ତେଣୁ ସବୁ ବଦଳିବ ।