ଭୁବନେଶ୍ୱର ୨୭/୦୧: ପବିତ୍ର ମାଘ ସପ୍ତମୀରୁ ଖଣ୍ଡଗିରି-ଉଦୟଗିରିରେ ଆରମ୍ଭ ହୋଇଛି କୁମ୍ଭମେଳା। ଶତାଧିକ ସାଧୁସନ୍ଥ ପବିତ୍ର ତପୋଭୂମିରେ ଏକାଠି ହୋଇ ହୋମଯଜ୍ଞ, ଭଜନ କୀର୍ତ୍ତନ ଓ ପାରାୟଣ କରୁଛନ୍ତି। ପ୍ରତ୍ୟୁଷରୁ ଗିରିଗହ୍ବର ସବୁ ମନ୍ତ୍ରଧ୍ବନିରେ ଗୁଞ୍ଜରିତ ହେଉଛି। ଏହା ଭିତରେ କିଛି ସନ୍ନ୍ୟାସ ଲୋକଙ୍କୁ ଆକର୍ଷିତ କରୁଛନ୍ତି। ଏଥର ପୁରୀରୁ ଆସିଛନ୍ତି ସ୍ୱାମୀ ଲକ୍ଷ୍ମୀଧର ପରମହଂସ । ସେ ୨୫ ବର୍ଷ ଧରି ସନ୍ନ୍ୟାସୀ ଭାବେ ଜୀବନ ବିତାଉଛନ୍ତି । ସେ ପୂର୍ବରୁ ଏକ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିଲେ । ପରିବାରର ସମସ୍ୟା, ମନୋମାଳିନ୍ୟ, ବିଶୃଙ୍ଖଳା ଦେଖି ଏହାର ସମାଧାନ ପାଇଁ ଆଧ୍ୟାତ୍ମିକ ମାର୍ଗକୁ ଆପଣେଇଛନ୍ତି । ଏବେ ସେ ଖଣ୍ଡଗିରି ମେଳାକୁ ଆସିଛନ୍ତି । ମେଳାରେ ଭଗବତ୍ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ସତମାର୍ଗ ଦେଖାଉଛନ୍ତି ।
ଆହୁରି ପଢ଼ନ୍ତୁ:- କମ୍ପିବ ଯାତ୍ରା ପେଣ୍ଡାଲ, ଦୁଲୁକିବ ଖଣ୍ଡଗିରି: ପୀୟୂଷ କ୍ରେଜ୍, ଟିକେଟ୍ କାଉଣ୍ଟରରେ ଫ୍ୟାନ୍ଙ୍କ ଭିଡ଼