ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଆଗେଇଲା ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ କାମ, ପୁଣି ମିଳିଲା ଜଙ୍ଗଲ ଜମିରେ ନିର୍ମାଣ ଅନୁମତି

Published By : Prameya | January 24, 2025 11:17 AM

ଭୁବନେଶ୍ୱର,୨୪/୦୧: ଆଉ ପାଦେ ଆଗେଇଲା ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ କାମ ।  ଦଶପଲ୍ଲା ଏବଂ ଆଢ଼େଣିଗଡ଼ ମଧ୍ୟରେ ଥିବା ରେଳ  ସେକ୍ସନ ପାଇଁ ନିହାତି ଦରକାର ଥିବା ଦ୍ୱିତୀୟ ପର୍ଯ୍ୟାୟ  ଜଙ୍ଗଲ ଜମିରେ କାମ ପାଇଁ ଅନୁମତି(କ୍ଲିୟରାନ୍ସ) ମିଳିଛି । ଏହି ଅନୁମୋଦନ ପ୍ରକଳ୍ପକୁ ସର୍ବନିମ୍ନ ପରିବେଶଗତ  ପ୍ରଭାବ ସହିତ ଆଗକୁ ବଢ଼ିବା ପାଇଁ ସବୁଜ ସଙ୍କେତ  ଦେଇଛି । ବର୍ତ୍ତମାନ ସୁଦ୍ଧା ମୋଟ ୩୦୧ କିଲୋମିଟର  ରେଳ ଲାଇନ ମଧ୍ୟରୁ ୨୨୬ କିଲୋମିଟର ରେଳ  ଲାଇନ୍‌ କାମ ସରିଛି । ସେଥି ମଧ୍ୟରୁ ଖୋର୍ଦ୍ଧା ରୋଡରୁ  ଦଶପଲ୍ଲା ପର୍ଯ୍ୟନ୍ତ ୧୦୬ କିଲୋମିଟର ଏବଂ ବଲାଙ୍ଗୀରରୁ  ପୁରୁଣାକଟକ ପର୍ଯ୍ୟନ୍ତ ୧୨୦ କିଲୋମିଟର କାମ ହୋଇଛି ।  ପୁରୁଣାକଟକ ଏବଂ ଦଶପଲ୍ଲା ମଧ୍ୟରେ ଅବଶିଷ୍ଟ ୭୫  କିଲୋମିଟର ପାଇଁ ନିର୍ମାଣ କାର୍ଯ୍ୟ ଜାରି ରହିଛି ।  

ଏହି ପ୍ରକଳ୍ପ ପାଇଁ ୩,୨୭୪.୩୩୬  ହେକ୍ଟର ଜମି ଅଧିଗ୍ରହଣ ଆବଶ୍ୟକ । ସେଥିରୁ  ୭୪୬.୪୨ ହେକ୍ଟର ଜଙ୍ଗଲ ଜମି ହୋଇଥିବା ବେଳେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିବା ଜଙ୍ଗଲ ଜମିରେ ପରିବେଶ  ନେଇ ଆହ୍ୱାନ ଭରି ରହିଥିଲା । ତେବେ ପରିବେଶ  ମନ୍ତ୍ରଣାଳୟ ଓ ବନ ବିଭାଗ ସହିତ ପରାମର୍ଶ କରି,  ପ୍ରକଳ୍ପ ଦଳ ଏକ ବ୍ୟାପକ ବନ୍ୟପ୍ରାଣୀ ସଂରକ୍ଷଣ  ଯୋଜନା କରିଥିଲେ । ଯାହାକୁ ଓଡ଼ିଶାର ପ୍ରମୁଖ ମୁଖ୍ୟ  ବନ ସଂରକ୍ଷକ (ବନ୍ୟପ୍ରାଣୀ) ଅନୁମୋଦନ କରିଥିଲେ ।  

ସେହିପରି ଏହି ରେଳ ଲାଇନରେ ଦଶପଲ୍ଲା ଏବଂ  ପୁରୁଣାକଟକ ମଧ୍ୟରେ ୭୫ କିଲୋମିଟରରେ ୭ଟି ସୁଡ଼ଙ୍ଗ  ରହିଛି । ଯାହାର ମୋଟ ଲମ୍ୱ ୧୨.୭୬ କିଲୋମିଟର ।  ଏହି ସୁଡ଼ଙ୍ଗଗୁଡ଼ିକ ନିର୍ମାଣରେ ସବୁଠାରୁ ଚ୍ୟାଲେଞ୍ଜିଂ  ଇଞ୍ଜିନିୟରିଂ ରହିଛି । ତେବେ ବୁଗୁଡ଼ା ଏବଂ ବାଣିଗୋଚ୍ଛା  ମଧ୍ୟରେ ୪.୮୮୫ କିଲୋମିଟର ଟନେଲ୍‌ ପ୍ରକଳ୍ପର  ସବୁଠାରୁ ଲମ୍ୱା । ଏଥିରେ ସୁରକ୍ଷା ପାଇଁ ୭୦୦ ମିଟରର  ଏକ ଏସ୍କେପ୍‌ ଟନେଲ୍‌ ରହିଛି । ପ୍ରକଳ୍ପର ୭ଟି ସୁଡଙ୍ଗ  ମଧ୍ୟରୁ ୫ଟି ସୁଡଙ୍ଗରେ ସଫଳତା ମିଳିସାରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.