ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଟ୍ରମ୍ପଙ୍କୁ କିମ୍ ଜୋଙ୍ଗ ଉନ୍‌ଙ୍କ ଭଉଣୀ ଦେଲେ ଧମକ, କହିଲେ- ଏବେ ମିଳିବ କଡ଼ା ଜବାବ୍

Published By : Harapriya Biswal | March 4, 2025 4:21 PM

ନୂଆଦିଲ୍ଲୀ,୪।୩: ଆମେରିକାକୁ ଧମକ ଦେଲେ ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ ଉନ୍‌ଙ୍କ ଭଉଣୀ । ଦକ୍ଷିଣ କୋରିଆରେ ଆମେରିକା ବିମାନ ବାହକ ଯୁଦ୍ଧପୋତ ଓ ଅନ୍ୟ ସାମରିକ ଗତିବିଧିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କିମ୍ ଜୋଙ୍ଗଙ୍କ ଭଉଣୀ କିମ୍ ୟୋ ଜୋଙ୍ଗ। ସେ ଆମେରିକା ବିରୋଧରେ କାର୍ଯ୍ୟାନୁଷ୍ଠାନ ଧମକ ଦେଇଛନ୍ତି। କିମ୍ ୟୋ ଜୋଙ୍ଗ ଏହାକୁ ଆମେରିକାର ଉକସାଇବା କାର୍ଯ୍ୟ ବୋଲି କହିଛନ୍ତି।

କିମ୍ ୟୋ ଜୋଙ୍ଗଙ୍କ ଚେତାବନୀର ଅର୍ଥ ଏହା ଯେ, ଉତ୍ତର କୋରିଆ ହତିଆର ପରୀକ୍ଷଣ ଗତିବିଧିକୁ ଆହୁରି ଦ୍ରୁତ କରିବ। ଯେପରି ଆମେରିକା ବିରୋଧରେ ଆହୁରି ଲଢେଇ ଜାରି ରଖିବ। ତେବେ ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ କହିଛନ୍ତି, ସେ କୁଟାନୀତିକୁ ପୁନଃଜୀବିତ କରିବା ପାଇଁ କିମ୍ ଜୋଙ୍ଗ ଉନ୍‌ଙ୍କ ସହ ଯୋଗାଯୋଗ କରିବେ। ଉଲ୍ଲେଖନୀୟ ଯେ, ଗତ କାର୍ଯ୍ୟକାଳ ବେଳେ ଟ୍ରମ୍ପ ଉତ୍ତର କୋରିଆର ଏକଛତ୍ରବାଦୀ କିମ୍ ଜୋଙ୍ଗ୍ ଉନ୍‌ଙ୍କ ସହ ସାକ୍ଷାତ  ମଧ୍ୟ କରିଥିଲେ। 

ସରକାରୀ ଗଣମାଧ୍ୟମର ଖବର ଅନୁସାରେ, କିମ୍ ୟେ ଜୋଙ୍ଗ ଆମେରିକା ଉପରେ ଉତ୍ତର କୋରିଆ ପ୍ରତି ନିଜର ସବୁଠାରୁ ଶତ୍ରୁତାପୂର୍ଣ୍ଣ ଇଛାକୁ ସ୍ପଷ୍ଟ ରୂପରେ ଦେଖାଇବାର ଅଭିଯୋଗ କରିଛନ୍ତି। ସେ କହିଛନ୍ତି, କୋରିଆ ପ୍ରାୟଦ୍ବୀପରେ ଆମେରିକା ରଣନୈତିକ ସଂସାଧନର ମୁତୟନ ଉତ୍ତର କୋରିଆର ସୁରକ୍ଷା ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ରବିବାର ଆମେରିକାର ବିମାନ ବାହନ ପୋତ ୟୁଏସ୍ଏସ୍ କାର୍ଲ ଭିନସନ୍ ଓ ଏହାର ‘ଷ୍ଟ୍ରାଇକ୍’ ସମୁହ ଦକ୍ଷିଣ କୋରିଆରେ ପହଁଞ୍ଚିଛି। କୁହାଯାଉଛି ଯେ, କିଛି ଦିନ ପୂର୍ବରୁ ଉତ୍ତର କୋରିଆ ହତିଆର ପରୀକ୍ଷଣ କରିଥିଲା। ଏହାର ଜବାବ୍‌ରେ ଡୋନାଲ୍ଡୋ ଟ୍ରମ୍ପ ଦକ୍ଷିଣ କୋରିଆରେ ଯୁଦ୍ଧ ଜାହାଜ ପଠାଇଛି। ଉଲ୍ଲେଖନୀୟ ଯେ, ଟ୍ରମ୍ପ ଏବେ କିମ୍‌ଙ୍କୁ ସ୍ମାର୍ଟ ଗାଈ ମଧ୍ୟ କହିଥିଲେ। ଯଦିଓ ଏବେ ତାଙ୍କ ସରକାର ଉତ୍ତର କୋରିଆ ବିରୋଧରେ କଡା ପଦକ୍ଷେପ ଉଠାଇଥିଲା। ଏହା ପୂର୍ବରୁ ଅକ୍ଟୋବରରେ କହିଥିଲା ଦକ୍ଷିଣ କୋରିଆର ମନି ମେସିନ୍‌ ରହିଛି ଓ ଏବେ ତାଙ୍କୁ ପ୍ରତିବର୍ଷ ୧୦ ବିଲିୟନ ଡଲାର ଦେବାକୁ ହେବ। ଆମେରିକାର ୨୮ ହଜାରରୁ ଅଧିକ ଯବାନ ଦକ୍ଷିଣ କୋରିଆରେ ମୁତୟନ ଅଛନ୍ତି। 

ଜେଲେନସ୍କିଙ୍କୁ ଟ୍ରମ୍ପଙ୍କ ସହ କଥା କଟାକଟି ପଡ଼ିଲା ମହଙ୍ଗା! ୟୁକ୍ରେନକୁ ସୈନ୍ୟ ସହାୟତା ସମ୍ପୂର୍ଣ୍ଣ ବନ୍ଦ କଲା ଆମେରିକା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.