ସୁଜୁକା,୩୦/୦୩: ସିଜନର ତୃତୀୟ ଫର୍ମୁଲା ୱାନ ରେସ୍ ଜାପାନିଜ୍ ଗ୍ରାଁପ୍ରିରେ ଚାମ୍ପିଅନ ହୋଇଛନ୍ତି ମର୍ସିଡିସ୍ ଚାଳକ କିମି ଆଣ୍ଟୋନେଲି । ସେ କ୍ରମାନ୍ୱୟରେ ଦ୍ୱିତୀୟ ରେସ୍ରେ ବିଜୟୀ ହୋଇଛନ୍ତି ।
ଚାଇନିଜ ଗ୍ରାଁପ୍ରି ଭଳି ଜାପାନିଜ (୫୩ ଲାପ) ସର୍କିଟରେ ମଧ୍ୟ ୧୯ ବର୍ଷୀୟ ଆଣ୍ଟୋନେଲି ଚମତ୍କାର ପ୍ରଦର୍ଶନ କରିଥିଲେ । ୧:୨୮:୦୩.୪୦୩ ଟାଇମିଂ ସହ ସେ ପ୍ରଥମ ସ୍ଥାନରେ ରହିଥିଲେ । ଅତିରିକ୍ତ +୧୩.୭୨୨ ସେକେଣ୍ଡ ନେଇ ମ୍ୟାକଲରେନର ଓସ୍କାର ପିଆଷ୍ଟ୍ରି ଦ୍ୱିତୀୟ ଏବଂ ଫରାରିର ଚାର୍ଲେସ ଲେକଲେର୍କ (+୧୫.୨୭୦) ତୃତୀୟ ସ୍ଥାନ ହାସଲ କରିଥିଲେ । ଚାମ୍ପିଅନଙ୍କୁ ୨୫ ପଏଣ୍ଟ, ଦ୍ୱିତୀୟ ସ୍ଥାନ ପାଇଁ ୧୮ ପଏଣ୍ଟ ଏବଂ ତୃତୀୟ ସ୍ଥାନ ପାଇ ୧୫ ପଏଣ୍ଟ ମିଳିଛି ।
ଅଧିକ ପଢ଼ନ୍ତୁ :- କେକେଆରର ଏହି ପ୍ଲେୟାରଙ୍କ ନାମରେ ବୋଲିଂ ନକଲ କରୁଥିବା ଅଭିଯୋଗ, ମୁମ୍ବାଇ ବିପକ୍ଷରେ ଖୋଲିଲା ପୋଲ୍
ସିଜନର ପ୍ରଥମ ରେସ ଅଷ୍ଟ୍ରେଲିଆନ ଗ୍ରାଁପ୍ରିରେ ମର୍ସିଡିସର ଜର୍ଜ ରସେଲ ଚାମ୍ପିଅନ ହୋଇଥିଲେ । ପରବର୍ତ୍ତୀ ଚାଇନିଜ ଓ ଜାପାନିଜ ଗ୍ରାଁପ୍ରିରେ ଆଣ୍ଟୋନେଲି ବିଜେତା ହୋଇଛନ୍ତି। ଫର୍ମୁଲା ୱାନ ରେସ୍ ଇତିହାସରେ ମ୍ୟାକ୍ସ ଭର୍ଷ୍ଟାପେନ ସର୍ବକନିଷ୍ଠ ଚାମ୍ପିଅନ । ସେ ମାତ୍ର ୧୭ ବର୍ଷ ୧୬୬ ଦିନରେ ରେସ ଜିତିବାରେ ସଫଳ ହୋଇଥିଲେ । ଆଣ୍ଟୋନେଲି ୧୮ ବର୍ଷ ୨୦୨ ଦିନରେ ବିଜେତା ହୋଇଛନ୍ତି । ସର୍ବକନିଷ୍ଠ ରେସ୍ ବିଜେତା ତାଲିକାରେ ସେ ତୃତୀୟ ସ୍ଥାନରେ ଅଛନ୍ତି ।