ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

କିଙ୍ଗରେ ହେଲା ୫ଅଭିନେତାଙ୍କ ଏଣ୍ଟ୍ରି, ଜାଣନ୍ତୁ ଅପଡେଟ୍

Published By : Gurupada Nath | April 30, 2025 5:24 PM

ମୁମ୍ବାଇ, ୩୦/୪ : ଶାହରଖ ଖାନ ବଲିଉଡ଼ର ବାଦଶାହ । ନାଁ ହିଁ କାଫି । ସବୁବେଳେ ନିଜ ଦମଦାର୍ ଅଭିନୟକୁ ନେଇ ସେ ତାଙ୍କର ଫ୍ୟାନ୍ସଙ୍କ ହୃଦୟରେ ରାଜ୍ କରିଥାନ୍ତି । ଫ୍ୟାନ୍ସଙ୍କୁ ତାଙ୍କର ସ୍କ୍ରିନରେ ଫେରିବାକୁ ନେଇ ବହୁ ଅପେକ୍ଷା ରହିଛି । ୨୦୨୩ ଶାହରୁଖ ଖାନଙ୍କ ଲାଗି ବହୁତ ଖାସ୍ ଥିଲା । ଏହି ବର୍ଷ ଶାହରୁଖ ଖାନଙ୍କ ପଠାନ, ଜଓ୍ବାନ ଏବଂ ଡଙ୍କି ଭଳି ଫିଲ୍ମ ରିଲିଜ ହୋଇଥିଲା । ୩ଫିଲ୍ମ ବକ୍ସ ଅଫିସରେ ବ୍ଲକବଷ୍ଟର ରହିଥିଲା । ଏବେ ଶାହରୁଖ ଖାନ ପୁଣି ଥରେ ବିଗ୍ ସ୍କ୍ରିନରେ କମବ୍ୟାକ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଚଳିତ ଥର ଶାହରୁଖ ଖାନ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ଆକ୍ସନ ଥ୍ରୀଲର କିଙ୍ଗ୍ ସହ ବଡ଼ ପରଦାକୁ ଫେରୁଛନ୍ତି । ଯାହାର କାଷ୍ଟ ସହ ଯୋଡ଼ି ହୋଇଥିବା ଏକ ବଡ଼ ଅପଡେଟ୍  ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଏହି ଫିଲ୍ମର ପ୍ରି-ପ୍ରଡକ୍ସନ ଓ୍ବାର୍କ ଜୋର-ଶୋର ଚାଲୁଛି ଏବଂ ମେକର୍ସ ଏହି ପ୍ରୋଜେକ୍ଟ ଲାଗି ଏକ ଜବରଦସ୍ତ ଏନ୍ସେମ୍ବଲ କାଷ୍ଟକୁ ବୋର୍ଡ଼ରେ ନେଇଛନ୍ତି । କୁହାଯାଉଛି କି ଏହି କାଷ୍ଟରେ ଅଭିଷେକ ବଚ୍ଚନ, ସୁହାନା ଖାନ, ଅଭୟ ବର୍ମା, ଅରଶଦ ବାରସୀ ଏବଂ ଜୟଦୀପ ଅହଲାବତଙ୍କ ଭଳି ଦମଦାର୍ ଅଭିନେତା ସାମିଲ ଅଛନ୍ତି । ରୋଡିଟରେ ଆର ବଲିଉଡ଼ ନାମକ ଏକ ହ୍ୟାଣ୍ଡେଲ ଦାବି କରିଛି କି ଏବେ ଏହି ଫିଲ୍ମରେ ଦୀପିକା ପାଦୁକୋନ ବି ନଜର ଆସିବେ । ତାଙ୍କୁ ଫିଲ୍ମର ଏକ ରୋଲ୍ ଲାଗି ଫାଇନାଲାଇଜ କରାଯାଇଛି । ସୂଚନା ଅନୁସାରେ ଏହି ଫିଲ୍ମର ସୁଟିଂ ୧୮ମଇରୁ ଆରମ୍ଭ ହେବ । ପ୍ରଥମେ ଏହି ଫିଲ୍ମ ଲାଗି ଦୀପିକାଙ୍କ ଡେଟ୍ ମିଳିପାରୁନଥିଲା । ଯାହା ଶାହରୁଖ ଖାନ ଆରମ୍ଭରୁ ହିଁ ଦୀପିକା ପାଦୁକୋନଙ୍କ ନାଁରେ ଉତ୍ସାହ ରଖିଥିଲେ ।

ପ୍ରକୃତରେ ଆରମ୍ଭରେ ଡେଟ୍ସ ମ୍ୟାଚ୍ ହୋଇପାରୁନଥିଲା କାରଣ ଦୀପିକା ନିଜର ନ୍ୟୁବର୍ଣ୍ଣ କିଡ୍ ସହ ଟାଇମ୍ ବିତେଇବାକୁ ଚାହୁଁଥିଲେ । ଏହାସହ ସେ ନିଜ କାମକୁ ଫେରିବାକୁ ଜିମ୍ ବି ଯାଉଥିଲେ । କିନ୍ତୁ ‘କିଙ୍ଗ୍’ର ଶିଡ୍ୟୁଲିଂରେ ଯେଉଁ ବିଳମ୍ବ ଆସିଲା ତାକୁ ଦେଖି ଟାଇମ୍‌ଲାଇନ୍ ମ୍ୟାଚ୍ ହୋଇଗଲା ଏବଂ ଏବେ ଦୀପିକା ହିଁ ଫିଲ୍ମର ଭାଗିଦାରୀ ହେବେ ଏହା ସୁନିଶ୍ଚିତ ବୋଲି କୁହାଯାଉଛି ।

ରିପୋର୍ଟ ଅନୁସାରେ ସିଦ୍ଧାର୍ଥ ଆନନ୍ଦ ଏବଂ ତାଙ୍କ ରାଇଟିଂ ଟିମ୍ ଦୀପିକାଙ୍କ ଲାଗି ଏକ ଏଭଳି ଚରିତ୍ର ଲେଖିଛନ୍ତି କି ଯାହା ନା କେବଳ ତାଙ୍କ ଚରିତ୍ରକୁ ଷ୍ଟ୍ରଙ୍ଗ୍ କରୁଛି ବରଂ ଶାହରୁଖ ଖାନଙ୍କ ସହ ତାଙ୍କ ଅନସ୍କ୍ରିନ୍ କେମେଷ୍ଟ୍ରିକୁ ବି ସମ୍ପୂର୍ଣ୍ଣ ଭାବେ ପରଫେକ୍ଟ କରୁଛି । ଏହି ଯୋଡ଼ି ସବୁବେଳେ ଫ୍ୟାନ୍ସଙ୍କ ଫେବୋରାଇଟ୍ ରହିଛି ଏବଂ ଏଥର ପୁଣି ଥରେ ସେହି ମ୍ୟାଜିଜ୍ ଦୋହରାଇବାକୁ ପ୍ରୟାସ କରାଯାଉଛି । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.