ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶର ବୁମଲା ନିକଟରେ କେନ୍ଦ୍ର ମନ୍ତ୍ରୀ ତଥା ସଂଖ୍ୟାଲଘୁ ବିଭାଗର ମନ୍ତ୍ରୀ କିରଣ ରିଜିଜୁ ଭାରତୀୟ ସେନାର ଯବାନଙ୍କ ସହ ପାଳିଲେ ଦୀପାବଳି। ଏହି ସମୟରେ ସେ ଭାରତର ସୀମାବର୍ତ୍ତୀ ବିକାଶର ପ୍ରଶଂସା କରି ଏହାକୁ ଚୀନର ବିକାଶ ସହ ତୁଳନା କରିଛନ୍ତି। ରିଜିଜୁ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି, ଚାଇନା ସୈନିକଙ୍କ ସହ କଥାବାର୍ତ୍ତା ଓ ଇନଫ୍ରାଷ୍ଟ୍ରକଚର ଦେଖିବା ପରେ, ଯେକେହି ଏବେ ଭାରତର ସୀମା ବିକାଶକୁ ନେଇ ଗର୍ବ ଅନୁଭବ କରିବ। ସେ ଆହୁରି କହିଛନ୍ତି, ବୁମଲାରେ ଆମର ଆର୍ମି ଯବାନଙ୍କ ସହ ଦୀପାବଳି ପାଳିଲି।
ସେ କହିଛନ୍ତି, ଦିନର ଆରମ୍ଭ ତୱାଙ୍ଗ ଆର୍ମି ହେଲିପାଡ୍ରେ ଦୀପାବଳି ପାଳିବା ସହ କରିଛି। ଆମର ବାହାଦୂର ସୈନିକଙ୍କ ସହ ଦୀପାବଳି ପାଳିବା ମୋତେ ଗର୍ବ ଓ କୃତଜ୍ଞତା ଅନୁଭବ ହୋଇଥାଏ । ଏହା ତାଙ୍କର ସମର୍ପଣ ଓ ସାହସର କାରଣ ଯେ, ଆମ ଦେଶ ସୁରକ୍ଷିତ ଅଛି। ଜୟ ହିନ୍ଦ୍ !
ଏହା ପୂର୍ବରୁ କିରଣ ରିଜିଜୁ ତୱାଙ୍ଗରେ ରନ୍ ଫର୍ ୟୁନିଟିକୁ ସବୁଜ ପତାକା ଦେଖାଇବା, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଦେଶର ବଲ୍ଲଭ ପ୍ରତିମାର ଅନାବରଣ କରିବା ଓ ମେଜର ରାଲେଗ୍ନାଓ ବବ୍ ଖାଥିଙ୍ଗର ଶୌର୍ଯ୍ୟ ସଂଗ୍ରହଳାୟର ଉଦ୍ଘାଟନ କରିଛନ୍ତି। ମନ୍ତ୍ରୀ ମଣିପୁରର ତାଙ୍ଗଖୁଲ ନାଗା ଗ୍ରୁପ୍ ସହ ମଧ୍ୟ କଥାବାର୍ତ୍ତା ହୋଇଛନ୍ତି। ଉଲ୍ଲେଖନୀୟ ଯେ, ଏହି ଗ୍ରୁପ୍ ମେଜର ବବ୍ ଖାଥିଙ୍ଗଙ୍କର ପ୍ରତିମାର ଅନାବରଣ ପାଇଁ ଆସିଥିଲା।
ଏପଟେ ଭାରତ ଓ ଚୀନ୍ ମଧ୍ୟରେ ସୈନିକଙ୍କ ଫେରିବା ପରେ ଭାରତୀୟ ସୈନିକଙ୍କୁ ପୂର୍ବ ଲଦାଖର ଡେମଚୋକ୍ ସେକ୍ଟରରେ ଗସ୍ତ ଆରମ୍ଭ କରିଛନ୍ତି। ଏହା ସେତେବେଳେ ହୋଇଛି ଯେବେ ଦୁଇ ଦେଶ ନିଜର ସେନାକୁ ଡକାଇବା ଓ ଏଲଏସି (ଲାଇନ ଅଫ୍ ଆକଚୁଆଲ କଣ୍ଟ୍ରୋଲ)ର ଆଧାରରେ ସମନ୍ୱିତ ଗସ୍ତ ଆରମ୍ଭ କରିବା ଉପରେ ସହମତି ପ୍ରକାଶ କରିଛନ୍ତି। ଭାରତୀୟ ସେନାର ସୂତ୍ରାନୁସାରେ, ଡେମଚୋକ୍ ସେକ୍ଟରରେ ଗସ୍ତ ଖୁବ ଶୀଘ୍ର ଆରମ୍ଭ ହେବାର ଆଶା ରହିଛି।