ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

କୋହଲିଙ୍କ ରେକର୍ଡ଼ ଭାଙ୍ଗିଲେ ରାହୁଲ, ଭାରତୀୟ ବ୍ୟାଟର ଭାବେ ଦ୍ରୁତତମ ୮,୦୦୦ ରନ୍‌ ପୂରଣ କଲେ

Published By : Prameya | May 19, 2025 10:53 AM

ନୂଆଦିଲ୍ଲୀ,୧୯/୦୫: ଗୁଜରାଟ ଟାଇଟନ୍ସ ବିପକ୍ଷ ଲିଗ୍‌ ମ୍ୟାଚ୍‌ରେ ଦିଲ୍ଲୀ  କ୍ୟାପିଟାଲ୍ସ ବ୍ୟାଟର କେଏଲ୍‌ ରାହୁଲ  (ଅପରାଜିତ ୧୧୨) ଶତକୀୟ ଇନିଂସ୍‌  ଖେଳିବା ସହ ଏକ ରେକର୍ଡ଼ ନିଜ ନାମରେ  ଲେଖାଇଛନ୍ତି । ସେ ଟି-ଟ୍ୱେଣ୍ଟି ଫର୍ମାଟ  କ୍ରିକେଟରେ ଭାରତୀୟ ବ୍ୟାଟର ଭାବେ  ଦ୍ରୁତତମ ୮,୦୦୦ ରନ୍‌ ପୂରଣ କରିବା  ସହ ବିରାଟ କୋହଲିଙ୍କ ନାମରେ ଥିବା  ପୂର୍ବ ରେକର୍ଡ଼ ଭଙ୍ଗ କରିଛନ୍ତି ।

ରାହୁଲ  ୨୨୪ଟି ଇନିଂସ୍‌ ଖେଳି ଏହି କାରନାମା କରିଛନ୍ତି । କୋହଲିଙ୍କୁ ୮,୦୦୦ରନ୍‌  ପୂରଣ ପାଇଁ ୨୪୩ଟି ଇନିଂସ୍‌ ଲାଗିଥିଲା । ୱେଷ୍ଟଇଣ୍ଡିଜର ପ୍ରସିଦ୍ଧ ଓପନର କ୍ରିସ୍‌  ଗେଲ୍‌ଙ୍କ ନାମରେ ଦ୍ରୁତତମ ୮,୦୦୦ ରନ୍‌  ରେକର୍ଡ଼ ରହିଛି । ସେ ୨୧୩ଟି ଇନିଂସ୍‌  ଖେଳି ଏହି ସଫଳତା ହାସଲ କରିଥିଲେ । ଏହି ତାଲିକାରେ ପାକିସ୍ତାନର ବାବର  ଆଜମ (୨୧୮ ଇନିଂସ୍‌) ଦ୍ୱିତୀୟ ଓ  ରାହୁଲ (୨୨୪ ଇନିଂସ୍‌) ତୃତୀୟ ସ୍ଥାନରେ ରହିଛନ୍ତି । ଟି-ଟ୍ୱେଣ୍ଟି ଫର୍ମାଟରେ ରାହୁଲ ୬ଟି ଶତକ ଏବଂ ୬୯ଟି ଅର୍ଦ୍ଧଶତକ  ଅର୍ଜନ କରି ସାରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.