ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ତରଭୁଜ ଖାଇ ମଞ୍ଜି ଫିଙ୍ଗି ଦେଉଛନ୍ତି କି ? ଜାଣନ୍ତୁ ଦେହ ପାଇଁ କେତେ ଲାଭଦାୟକ ଏହାର ମଞ୍ଜି...

Published By : Harapriya Sethi | May 11, 2025 8:36 AM

ଖରାଦିନେ ସମସ୍ତେ ତରଭୁଜ ଖାଇବାକୁ ଭାରି ଭଲପାଆନ୍ତି । ତରଭୁଜ ବି ବଜାରରେ ଖରା ଦିନେ ବେଶି ବିକ୍ରି ହୁଏ । ତାସହ ରାସ୍ତା କଡରେ ପସରା ମେଲାଇ ବ୍ୟବସାୟୀମାନେ ବିକ୍ରି କରୁଥାନ୍ତି ଯାହା ଫଳରେ ପଥଚାରୀମାନେ ଯଦି ଖରାରୁ ମୁକ୍ତି ପାଇବା ପାଇଁ ଖାଇବାକୁ ଇଚ୍ଛା କରିବେ ତାହାଲେ ସାଙ୍ଗେସାଙ୍ଗେ ଖାଇ ପାରିବେ । ଘରେ ଘରେ ତ ଗରମ ଦିନେ ଫ୍ରିଜରେ ତରଭୁଜ ଥାଏ । କେହି କେହି ଫ୍ରିଜରେ ଥିବା ତରଭୁଜ ଖାଇବାକୁ ଭାରି ଭଲପାଆନ୍ତି । ଆମେ ସମସ୍ତେ ତରଭୁଜ ସିନା ଖାଉ ହେଲେ ତାର ମଞ୍ଜିକୁ ଫୋପାଡି ଦେଉ । ତରଭୁଜକୁ ଯେତିକି ଖୁସିରେ ଖାଉ ମଞ୍ଜି ପାଟିରେ ଟିକେ ରହିଗଲେ ବିରକ୍ତି ହୋଇ ତାକୁ ଥୁ... କରି ଫିଙ୍ଗିଦେଉ । 

ହେଲେ ଆପଣ ଜାଣନ୍ତି କି ଦେହ ପାଇଁ ଭାରି ଭଲ ତରଭୁଜ ମଞ୍ଜି । ତରଭୁଜ ମଞ୍ଜି ଶରୀର ପାଇଁ କେତେ ଲାଭ ଦାୟକ ତାହା ଆପଣ ଜାଣିଲା ପରେ ଆଉ ବୋଧେ ଫିଙ୍ଗିବେ ନାହିଁ । ତେଣୁ ଆସନ୍ତୁ ଜାଣିବା ତରଭୁଜ ମଞ୍ଜିର ଉପକାରିତା ବିଷୟରେ...

ତରଭୁଜ ମଞ୍ଜି ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟ ହୁଏ । ଏହା ହୃଦୟକୁ ସୁସ୍ଥ ରଖେ । ତରଭୁଜ ମଞ୍ଜିରେ ଜିଙ୍କର ପରିମାଣ ଅଧିକ ମାତ୍ରାରେ ରହିଥିବାରୁ ଏହା ଶରୀରର ରୋଗ ପ୍ରତିରୋଧ କୋଷକୁ ସକ୍ରିୟ ରଖେ । ତରଭୁଜ ମଞ୍ଜିର ରକ୍ତରେ ସୁଗାରର ସ୍ତରକୁ ନିୟନ୍ତ୍ରଣରେ ରଖେ ତେଣୁ ମଧୁମେହ ରୋଗୀମାନଙ୍କ ପାଇଁ ତରଭୁଜ ମଞ୍ଜି ବେଶ ଲାଭଦାୟକ । ତରଭୁଜ ମଞ୍ଜିରେ ପ୍ରଚୁର ପରିମାଣରେ ପ୍ରୋଟିନ, ଆଇରନ, ଜିଙ୍କ ଏବଂ କପର ରହିଥାଏ । ତରଭୁଜ ମଞ୍ଜି କେଶ ବୃଦ୍ଧି କରିବାରେ ମଧ୍ୟ ବଡ ଭୂମିକା ନିଭାଇଥାଏ । ତରଭୁଜ ମଞ୍ଜିରେ ପ୍ରଚୁର ପରିମାଣରେ ଭିଟାମିନ୍ ବି ଭରିରହିଥାଏ । ଯାହା ଆମ ମସ୍କିଷ୍କ ସଂଚାଳନ ଏବଂ ଶିରାପ୍ରଶିରା ସଂଚାଳନରେ ଫାଇଦା ଦିଏ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.