ଭୁବନେଶ୍ୱର,୦୫/୦୬: ଓଡି଼ଶାରୁ ପଶ୍ଚିମବଙ୍ଗ ଲମ୍ବିଥିବା ଗଞ୍ଜେଇ ଚାଲାଣ ସିଣ୍ଡିକେଟର ଖୋଳତାଡ଼ କରୁଛି କୋଲକାତା ପୁଲିସ । ସେଠାକାର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍)ର ୨ ଜଣିଆ ଟିମ୍ ଜଣେ ନିଶା ମାଫିଆର ସନ୍ଧାନରେ ଆସି ଭୁବନେଶ୍ୱରରେ ପହଞ୍ଚିଛି । ଖଣ୍ଡଗିରି ଥାନା ପୁଲିସ ସହାୟତାରେ ନିଶା ମାଫିଆକୁ କାବୁ କରିବାକୁ ଚେଷ୍ଟା ଚଳାଇଛି ।
ସୂଚନା ମୁତାବକ, ଗତ ଜାନୁଆରୀରେ ଓଡିଶାରୁ ଏକ ଟ୍ରକ (ଡବ୍ଲୁବି ୧୯କେ ୬୭୧୨)ରେ ଗଞ୍ଜେଇ ଭର୍ତ୍ତି ହୋଇ କୋଲକାତା ଯାଉଥିଲା । କୋଲକାତା ପୁଲିସ ଖିଦିରପୁର ରାସ୍ତାରେ ଏହି ଟ୍ରକରୁ ୧୨୫ କେଜି ଗଞ୍ଜେଇ ଜବତ କରିବା ସହ ୨ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଥିଲା । ଏସବୁ ଗଞ୍ଜେଇ ଟ୍ରକ ଡାଲାର ସିକ୍ରେଟ ଚାମ୍ବରରେ ଲୁଚାଯାଇଥିଲା । ସେମାନଙ୍କୁ ଜେରା ବେଳେ ଓଡି଼ଶାରୁ ଗଞ୍ଜେଇ ଆଣୁଥିବା ପୁଲିସ ସାମ୍ନାରେ ମାନିଥିଲେ । ଓଡ଼ିଶାର ନିଶା ମାଫିଆ ତଥ୍ୟ ମଧ୍ୟ ପୁଲିସକୁ ଦେଇଥିଲେ । ଏସ୍ଟିଏଫର ଏକ ଟିମ୍ ବିଗତ ଦିନରେ ଅନୁଗୁଳ ଆସି ନିଶା ମାଫିଆକୁ ଖୋଜିଥିଲା । ଖାଲି ହାତରେ ଫେରିଯାଇଥିଲା । ଏବେ ସେହି ମାଫିଆର ମୋବାଇଲ ନମ୍ବରକୁ ଟ୍ରାକ କରିବାରୁ ସେ ବରମୁଣ୍ଡା ଅଞ୍ଚଳରେ ରହୁଥିବା ପୁଲିସ ଜାଣିବାକୁ ପାଇଥିଲା । ତାକୁ କାବୁ କରିବା ପାଇଁ କୋଲକାତାରୁ ପୁଲିସ ଭୁବନେଶ୍ୱରକୁ ଆସିଛି ।
ଅଧିକ ପଢ଼ନ୍ତୁ :- Balianta Murder case : ଭାଇରାଲ୍ ଅଡିଓରୁ ସାଙ୍ଘାତିକ୍ ସତ, ସୌମ୍ୟ ହତ୍ୟା ପଛରେ ପୁରୁଣା ବିବାଦ ! ଓମ୍ ଉପରେ ବଢିଲା ସନ୍ଦେହ