ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

‘ଏକୁଟିଆ କାନ୍ଦିବି, କିନ୍ତୁ... କୋଲକାତା ମାମଲାର ଅଭିଯୁକ୍ତ ସଞ୍ଜୟ ରୟର ମା’ କୋର୍ଟଙ୍କ ରାୟ ନେଇ ଜାଣନ୍ତୁ କ’ଣ କହିଲେ ?

Published By : Harapriya Biswal | January 19, 2025 6:33 PM

କୋଲକାତା,୧୯।୧: କୋଲକାତା ଆରଜିକର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ମହିଳାଙ୍କ ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି ସଞ୍ଜୟ ରାୟ। ଏବେ ଏହି ମାମଲାରେ ସଞ୍ଜୟର ମା’ ରବିବାର ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଯଦି ତାଙ୍କ ପୁଅ ଦୋଷୀ ତେବେ ତାକୁ ସଜା ମିଳିବା ଦରକାର। ତାହା ଫାଶୀ ହେଉ ପଛେ। ସଞ୍ଜୟର ମା’ ମାଳତୀ ରାୟ କହିଛନ୍ତି, ସେ ଏକାକୀ କାନ୍ଦିବେ କିନ୍ତୁ ଯେଉଁ ସଜା ମିଳିଛି ତାକୁ ସ୍ବୀକାର କରିବେ। 

ଏହା ପୂର୍ବରୁ ଶିଆଲଦାହର କୋର୍ଟ ଗତକାଲି ଅର୍ଥାତ ୧୮ ଜାନୁଆରୀରେ ସଞ୍ଜୟ ରୟକୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆରମ୍ଭରୁ ମିଡିଆ ସହ କଥା ହେବାରେ ସଙ୍କୋଚ କରୁଥିବା ସଞ୍ଜୟଙ୍କ ମା’ ରବିବାର କହିଛନ୍ତି, ଜଣେ ମହିଳା’ ଓ ତିନି ଝିଅର ମା’ ହୋଇଥିବାରୁ ମୁଁ ମହିଳା ଡାକ୍ତରଙ୍କ ମା’ଙ୍କ କଷ୍ଟ ଅନୁଭବ କରିପାରୁଛି।’

ସଞ୍ଜୟର ମା’ କହିଛନ୍ତି , ଯଦି କୋର୍ଟ ଫାଶୀ ରାୟ ଦିଅନ୍ତି ତେବେ ମୋର କୌଣସି ଆପତ୍ତି ନାହିଁ। କାରଣ ତା’ର ଅପରାଧ ଆଇନ ନଜରରେ ପ୍ରମାଣିତ ହୋଇସାରିଛି। ମୁଁ ଏକୁଟିଆ କାନ୍ଦିବି, କିନ୍ତୁ ଭାଗ୍ୟର ଖେଳକୁ ସ୍ବୀକାର କରିବି। ଏପରିକି କୋର୍ଟରେ ଶୁଣାଣି ବେଳେ କିମ୍ବା ଜେଲ୍‌କୁ ସେ ସଞ୍ଜୟକୁ ଦେଖା କରିବାକୁ ଯାଇନଥିଲେ ବୋଲି କହିଛନ୍ତି। ତାଙ୍କର କହିବା ଅନୁସା‌ରେ, ସେ ଯଦି ଦୋଷୀ ନଥାନ୍ତା ତେବେ ମୋର ଦେହ ଖରାପ ଥିବେ ବି ତାକୁ ଦେଖା କରିବାକୁ ଚେଷ୍ଟା କରିଥାନ୍ତି। କେବଳ ସେତିକି ନୁହେଁ ସଞ୍ଜୟର ଭଉଣୀ ମଧ୍ୟ କୋର୍ଟଙ୍କ ରାୟକୁ ଗ୍ରହଣ କରିନେଇଛନ୍ତି। ଦୋଷୀ ହୋଇଥିଲେ ଦଣ୍ଡ ମିଳିବା ଦରକାର ବୋଲି କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.