କୋଲକାତା, ୨/୭ : କ'ଣ ଆପଣ କେବେ ଭାବିଛନ୍ତି କି ? ଚା' ପିଇ ଚାଲି ଯାଇପାରେ ଜୀବନ ! ହଁ ଆଜ୍ଞା ! କଥାଟି ବିଶ୍ଵାସ ହେଉନଥିଲେ ବି ସତ। କୋଲକାତାର ଏଭଳି ଏକ ଘଟଣା ସମସ୍ତଙ୍କୁ ଚିନ୍ତିତ କରିଛି। ନରେନ୍ଦ୍ରପୁର ସ୍ଥିତ ରାମକୃଷ୍ଣ ମିଶନ ଆଶ୍ରମର ଦୀପ୍ତାଂଶୁ ମହତୋ ନାମକ ଜଣେ ଦ୍ଵାଦଶ ଶ୍ରେଣୀ ଛାତ୍ର ଥର୍ମୋସ୍ ରୁ ଗରମ ଚା' ପିଇବା କ୍ଷଣି ତାଙ୍କର ମୃତ୍ୟୁ ହୋଇଛି। ଏନେଇ ଛାତ୍ରଙ୍କ ପରିବାର ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରି ଥାନାର ଦ୍ଵାରସ୍ଥ ହୋଇଛନ୍ତି। ତେବେ କଣ ସତରେ ଚା' ପିଇବା ଯୋଗୁଁ ଦୀପ୍ତାଂଶୁଙ୍କ ମୃତ୍ୟୁ ହୋଇଛି ? ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି... ସେନେଇ ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ...
ରାଞ୍ଚିର ଇଣ୍ଟରନାଲ୍ ମେଡିସିନ୍ ଡକ୍ଟର ରବିକାନ୍ତ ଚତୁର୍ବେଦୀ କହିଛନ୍ତି ଯେ, ଚା' ପିଇବା ଦ୍ଵାରା କାହାର ମୃତ୍ୟୁ ହେବା ଅସମ୍ଭବ। ଏହି ଘଟଣା ପଛରେ କିଛି ଭିନ୍ନ କାରଣ ହୋଇପାରେ। ଏହା ପଛରେ ୫ଟି କାରଣ ରହିଛି।
ପ୍ରଥମତଃ ଅତ୍ୟଧିକ ଗରମ ଚା ପିଇବା ଦ୍ଵାରା ଫୁଡ୍ ପାଇପ୍ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ଦ୍ଵିତୀୟରେ ଗଳାରୁ ବ୍ରେନ୍ ଯାଏଁ ଯାଇଥିବା ନର୍ଭ ଡ୍ୟାମେଜ୍ ହେବାର ସମ୍ଭାବନା ରହିଛି। ତୃତୀୟରେ ଅଚାନକ ହାର୍ଟ ଫେଲ୍ ହେବାର ସମ୍ଭାବନା ରହିଛି। ହେଲେ ଗରମ ଚା ପିଇବାରୁ ହାର୍ଟ ଫେଲ୍ ହୁଏ ନାହିଁ। ଚତୁର୍ଥ କାରଣ ହେଲା ଥର୍ମସ୍ ରେ ଚା ରଖିବା ଦ୍ଵାରା ଫୁଡ୍ ପଏଜନିଂ ହୋଇଥାଇପାରେ। ଅଧିକ ଦିନ ଧରି ଥର୍ମସ୍ ସଫା ନକଲେ ଏଭଳି ହୁଏ। ପଞ୍ଚମ କାରଣ ହେଲା ବ୍ରେନକୁ ଯାଇଥିବା ନର୍ଭସ୍ କ୍ଷତିଗ୍ରସ୍ତ ହୋଇଥାଇପାରେ।
ଦୀପ୍ତାଂଶୁଙ୍କୁ ପିତା ମନୋରଞ୍ଜନ ମହାତୋ କୋଲକାତା ହାଇକୋର୍ଟରେ ଜଣେ ଓକିଲ। ସେ କହିଛନ୍ତି ଯେ, ସ୍କୁଲ କର୍ତ୍ତୃପକ୍ଷ ଦୀପ୍ତାଂଶୁଙ୍କୁ ମେଡିକାଲ ନେବା ପରିବର୍ତ୍ତେ ଆମେ ଯିବା ଯାଏଁ ଅପେକ୍ଷା କରିଥିଲେ। ପାଚନ ତନ୍ତ୍ରରେ ଅଧିକ ଜ୍ଵଳନ ହୋଇଥିବା ଯୋଗୁଁ ଏଭଳି ହୋଇଥାଇପାରେ। ତୁରନ୍ତ ଚିକିତ୍ସା ନମିଳିବାରୁ ପୁଅର ଜୀବନ ଯାଇଥାଇପାରେ। ତେବେ ଦୀପ୍ତାଂଶୁଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ତାଙ୍କର ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି।
ଆହୁରି ପଢନ୍ତୁ- 'VIJAY' ମିଶନ ! ନାଁ ଶୁଣି କମ୍ପି ଉଠିବ ପାକିସ୍ତାନ, ଜେନେରା ଧୀରଜ ସେଠ୍ ଦେଲେ ଭାରତୀୟ ସେନାର ଫ୍ୟୁଚର ପ୍ଲାନ୍
ନିଚ୍ଚ ଜାତି ହୋଇଥିବାରୁ ଅଙ୍ଗନବାଡ଼ି ସହାୟିକାଙ୍କୁ ଚାକିରି ଛାଡ଼ିବାକୁ ଗ୍ରାମବାସୀଙ୍କ ଚାପ,ଅଭିଯୋଗ ଆଣିଲେ ସହାୟିକା