କୋଣାର୍କ,୦୧/୦୩: କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ ସମୟରେ ପରିବର୍ତ୍ତନ ହୋଇଛି। ପର୍ଯ୍ୟଟକଙ୍କ ପାଇଁ ମାର୍ଚ୍ଚ ୧ ତାରିଖରୁ ସକାଳ ୬ରୁ ସୂର୍ଯ୍ୟମନ୍ଦିର ମୁଖ୍ୟଦ୍ବାର ଖୋଲାରହି ସନ୍ଧ୍ୟା ୭ଟାରେ ବନ୍ଦ ହେବ । ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ପରିଦର୍ଶନ ସମୟ ପରିବର୍ତ୍ତନ ହୋଇଥିବା ଏଏସଆଇ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିଭଳି ଲାଇଟ ଆଣ୍ଡ୍ ସାଉଣ୍ଡ ସୋ ସନ୍ଧ୍ୟା ୭ଟା ୩୦ରୁ ଚାଲିବ। ପର୍ଯ୍ୟଟକମାନେ ମନ୍ଦିର ପରିସରରୁ ବାହାରିବା ପରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ ଦେଖିବେ । ପୂର୍ବରୁ ସନ୍ଧ୍ୟା ୬ଟାରେ ସୂର୍ଯ୍ୟମନ୍ଦିର ବନ୍ଦ ହେଉଥିଲା ।
ଆହୁରି ପଢନ୍ତୁ-ହୋଲି ପୂର୍ବରୁ ରକ୍ତ ରଞ୍ଜିତ ରାଜଧାନୀ: ୟୁଟ୍ୟୁବର୍ଙ୍କୁ ଛୁରି ଭୁସି ଦେଲେ ୩ ଦୁର୍ବୃତ୍ତ, ସୁପାରୀ କିଲିଂ ଅଭିଯୋଗ