କୋରାପୁଟ, ୨୬/୨ : କୋରାପୁଟ ଜିଲ୍ଲା ପୁଲିସକୁ ବଡ଼ ସଫଳତା। ପାଡ଼ୁଆ ଥାନା ଅନ୍ତର୍ଗତ ଜଲାପୁଟ ଜଳଭଣ୍ଡାର ନିକଟ ଜଙ୍ଗଲରୁ ଗଞ୍ଜେଇ ୟୁନିଟ୍ ଠାବ। ୨୦୦ କୋଟିର ଗଞ୍ଜେଇ ତେଲ ସହ ୧ ଟନ୍ ଗଞ୍ଜେଇ ଜବତ କଲା ପୁଲିସ। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ, ପାଡୁଆ ଥାନା ଅନ୍ତର୍ଗତ ଜଲାପୁଟ ଜଳଭଣ୍ଡାର ନିକଟ ଜଙ୍ଗଲରୁ କୋରାପୁଟ ପୁଲିସ ଏକ ଅସ୍ଥାୟୀ ଗଞ୍ଜେଇ ୟୁନିଟ୍ ଠାବ କରିଛି। ଚଢାଉ ବେଳେ ୧୮୦ ଲିଟରରୁ ଅଧିକ ଗଞ୍ଜେଇ ତେଲ ସହ ୧ ଟନ୍ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି। ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି। ଏହି ଘଟଣାରେ ଆଉ କେଉଁମାନେ ସାମିଲ ଅଛନ୍ତି ସେନେଇ ପୁଲିସ ଖୋଳତାଡ଼ କରୁଛି।
ଏହି ଖବରଟିକୁ ପଢନ୍ତୁ- ଆତ୍ମସମର୍ପଣ ପୂର୍ବରୁ ମାରି ପୋତିଦେଲେ ସାଥୀ ମାଓବାଦୀ, ମାଓନେତା ଅନ୍ୱେଷଙ୍କ ଗଳିତ ମୃତଦେହ ଉଦ୍ଧାର