ପ୍ରମୂଖ ଖବର
  • ରାୟଗଡ଼ା: ଏଏନଏମଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ
  • ||
  • ଗଞ୍ଜାମ : ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ସୁବର୍ଣ୍ଣପୁର: ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜମିରେ ଖୋଳା ହେଉନି ବୋରୱେଲ୍‌, ଉଠା ଜଳସେଚନ କାର୍ଯ୍ୟାଳୟ ବାରଣ୍ଡାରେ ଚାଷୀଙ୍କ ଧାରଣା
  • ||
  • କଂଗ୍ରେସର ସବୁ ବିଧାୟକ ସସପେଣ୍ଡ୍, ତାରା ବାହିନୀପତି ଓ ରମେଶ ଜେନା ୭ ଦିନ ପାଇଁ ଗୃହରୁ ନିଲମ୍ଵିତ
  • ||
  • ବିଧାନସଭାରେ ହାଇଡ୍ରାମା: ଗେଟ୍‌ ଭାଙ୍ଗି ଭିତରକୁ ପଶିଲେ ବିରୋଧୀ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି
  • ||
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ମୋ ବସ୍‌ ଧକ୍କାରେ ୨ ଆହତ ଘଟଣା : ଡ୍ରାଇଭର ଓ ଗାଇଡ୍‌ଙ୍କୁ ବର୍ହିଷ୍କୃତ କଲା କ୍ରୁଟ

Published By : Prameya | February 25, 2025 7:14 PM

ଭୁବନେଶ୍ବର, ୨୫।୨  ମୋ ବସ୍‌’ ଧକ୍କାରେ ୨ ଜଣ ଆହତ ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କ୍ରୁଟ।  ଡ୍ରାଇଭର ଓ ଗାଇଡ୍‌ଙ୍କୁ ବର୍ହିଷ୍କତ କଲା କ୍ରୁଟ। ଡ୍ରାଇଭର ଓ  ଗାଇଡ୍‌ ଚାହିଁଥିଲେ ଦୁର୍ଘଟଣାକୁ ଏଡ଼ାଯାଇ ପାରିଥାନ୍ତା ବୋଲି କ୍ରୁଟ ପକ୍ଷରୁ ଦର୍ଶାଯାଇଛି।  ମଙ୍ଗଳବାର ମାଷ୍ଟରକ୍ୟାଣ୍ଟିନରେ ଘଟିଥିଲା ଅଘଟଣ। 

ମାଷ୍ଟର କ୍ୟାଣ୍ଟିନ ଛକରେ ଅଟୋକୁ ଅପେକ୍ଷା କରି ମୋ ବସ ଆଗରେ ବସିଥିଲେ ୨ ଜଣ। ଏହି ସମୟରେ ମୋ ବସ  ରୁଟ ନମ୍ବର ୨୩ ଗାଡ଼ିଟି ସେମାନଙ୍କ ଉପରେ ମାଡି ଯାଇଥିଲା। ଏଥିରେ   ରଞ୍ଜିତ ବେହେରା ଏବଂ ହୃଦାନନ୍ଦ ମହାନ୍ତି ଆହତ ହୋଇଥିଲେ।  ଯୁବକ ରଞ୍ଜିତ ବେହେରାଙ୍କ ଡାହାଣ ଗୋଡରେ  ଆଘାତ ଲାଗିଥିବା ବେଳେ ଅନ୍ୟଜଣେ ହୃଦାନନ୍ଦ ମହାନ୍ତିଙ୍କ କାନ୍ଧ  ଓ ଅଣ୍ଟାରେ ଆଘାତ ଲାଗିଥିଲା। ତେବେ ଏହି ଦୁର୍ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇ ରହିଥିଲା। ଏହାକୁ ଦେଖି କ୍ରୁଟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.