ନୂଆଦିଲ୍ଲୀ, ୧୩/୩ : ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର କୁଲଦୀପ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ଆସନ୍ତା ୧୪ ତାରିଖରେ ତାଙ୍କର ପଡ଼ିବ ହାତଗଣ୍ଠି । ପିଲାଦିନର ବନ୍ଧୁଙ୍କ ବଂଶିକାଙ୍କୁ ବାହାହେବେ । ଏହା ପୂର୍ବରୁ ତାଙ୍କର ମେହେନ୍ଦି ସେରିମନିର ଫଟୋ ସାମ୍ନାକୁ ଆସିଛି । ତାଙ୍କ ପତ୍ନୀ ବଂଶୀକା ଫାର୍ଶୀ ସାଲଓ୍ବାରରେ ବେଶ ସୁନ୍ଦର ଦିଶୁଛନ୍ତି । ସେମାନେଙ୍କ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବାବେଳେ ୟୁଜର୍ସମାନେ ଏହାକୁ ଲାଇକ କରୁଥିବା ସହ ସକରାତ୍ମକ କମେଣ୍ଟ ଦେଉଛନ୍ତି ।
ତେବେ ବଂଶୀକା ପିନ୍ଧିଥିବା ସାଲଓ୍ବାରର ଦାମ ୮୦ ହଜାର ଟଙ୍କା ହେବ ବୋଲି କୁହାଯାଉଛି । ତାଙ୍କ ସାଲଓ୍ବାରରେ ଚେରି ରଙ୍ଗ ସହ ମଖମଲ କପଡ଼ାରେ ତିଆରି ହୋଇଛି । ଯାହାର ହିଜାଇନ ଅନେକଙ୍କୁ ବେଶ ପସନ୍ଦ ଆସିଥିବା କମେଣ୍ଟରେ ମଦ୍ୟ ଜଣାଉଛନ୍ତି । ଏଥିରେ ରାଜକୀୟ କାମ ହୋଇଛି । ସେପଟେ କୁଲଦୀପ ଏକ ସିମ୍ପୂଲ ଲୁକରେ ନଜର ଆସିଛନ୍ତି । ଉଭୟ ବେଶ ସୁନ୍ଦର ଦିଶୁଛନ୍ତି । ଏହି ଯୋଡ଼ିଙ୍କୁ ଏବେ ଛୁଟୁଛି ଶୁଭେଚ୍ଛାର ସୁଅ ।
ବଂଶୀକା ପିନ୍ଧିଥିବା ପାର୍ଶୀ ସାଲଓ୍ବାର ୧୯୭୦ରୁ ୧୯୮୦ ଦଶକ ମଧ୍ୟରେ ଅଧିକ ବ୍ୟବହାର ହେଉଥିଲା । ରାଜକୀୟ ଏବଂ ନବାନୀମାନେ ନିଜର ବିବାହ ସମୟରେ ଏହାକୁ ବ୍ୟବହାର କରୁଥିଲେ । ଏବେ ଏହାକୁ ଅତ୍ୟାଧୁନିକ ଡିଜାଇନ୍ ସହ ବନାଯାଇଛି ।ସାଲୱାର ଶବ୍ଦଟି ପ୍ରାୟତଃ ମହିଳାମାନଙ୍କୁ ଆକର୍ଷିତ କରୁଥିବା ବେଳେ, ଫାର୍ଶୀ ସାଲୱାର ପୁରୁଷମାନେ ମଧ୍ୟ ପିନ୍ଧୁଥିବା ଏକ ଶୈଳୀ। ଶେରୱାନି ହେଉ କିମ୍ବା ଏକ ବଡ଼ ଜ୍ୟାକେଟ୍, ପୁରୁଷମାନେ ସେମାନଙ୍କ ଲୁକରେ ଏକ ରାଜକୀୟ ସ୍ପର୍ଶ ଯୋଡ଼ନ୍ତି। ଏହାର ଢିଲା ଡିଜାଇନ୍ ଅତ୍ୟନ୍ତ ଆରାମଦାୟକ, ଏହାକୁ ଏକ ଟ୍ରେଣ୍ଡି ପସନ୍ଦ କରିଥାଏ। ସେଥିପାଇଁ ଏହା ପୁଣି ଥରେ ପ୍ରଚଳିତ ହୋଇଛି ଏବଂ ବିଭିନ୍ନ ଶୈଳୀରେ ଉପସ୍ଥାପିତ ହେଉଛି।
କୁଲଦୀପ ଏକ ସବୁଜ କୁର୍ତ୍ତା ପିନ୍ଧିଥିଲେ, ଯାହା ବେଶ ସିମ୍ପୂଲ ଥିଲା । କୁର୍ତ୍ତାର ଆଗ ଭାଗରେ ଏକ ସର୍ବନିମ୍ନ ବଟନ୍ ଡିଜାଇନ୍ ଡିଜାଇନ୍ କରିଥିଲେ ଏବଂ ପକେଟରେ ଏକ ଏମ୍ବ୍ରୋଡେରୀ ପ୍ୟାଚ୍ ଯୋଡିଥିଲେ, ଯାହା ଏହାକୁ ଏକ କ୍ଲାସି ସ୍ପର୍ଶ ଦେଇଥିଲା ।
ଏହାସହ ପଢ଼ନ୍ତୁ : କୁଲଦୀପ ଯାଦବଙ୍କ ମ୍ୟାରେଜ୍ରେ ଖର୍ଚ୍ଚ ହେବ କେତେ କୋଟି? ମସୁରୀର ଏହି ହୋଟେଲରେ ହେବ ବିବାହ...