ଉତ୍ତରପ୍ରଦେଶ, ୧୭।୨: ମହାଶିବରାତ୍ରିରେ କୁଟୁ ଅଟା ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଯାଇଥିବା ଜଣାପଡ଼ିଛି । ଗ୍ରେଟର ନୋଏଡ଼ା ୱେଷ୍ଟର ଇକୋ ଭିଲେଜ୍-୩, ହିମାଳୟା ପ୍ରାଇଡ୍ ଏବଂ ରୟାଲ୍ କୋର୍ଟ ସୋସାଇଟିର ବାସିନ୍ଦାଙ୍କ ପାଇଁ କୁଟୁ ଅଟା ମହଙ୍ଗା ପଡ଼ିଲା । କୁଟୁ ଅଟା ଖାଇବା ପରେ ତିନୋଟି ସୋସାଇଟିର ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଥିଲେ । ଏଥିରେ ଛୋଟପିଲାଠୁ ଆରମ୍ଭ କରି ବୟସ୍କ ଏବଂ ଗର୍ଭବତୀ ମହିଳା ଅଛନ୍ତି । ଅସୁସ୍ଥ ହୋଇଥିବା ଲୋକଙ୍କ ଝାଡ଼ା, ବାନ୍ତି ହେବା ସହ ପେଟ ଯନ୍ତ୍ରଣା ଅନୁଭବ କରିଥିଲେ । ବିଳମ୍ବିତ ରାତିରେ ୪୦ରୁ ଅଧିକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବାକି ଲୋକ ଘରେ ଔଷଧ ନେଇ ଖାଇଥିଲେ । ଏହି ଘଟଣା ପରେ ପରଦିନ ଖାଦ୍ୟ ବିଭାଗ ଅଟାର ନମୁନା ସଂଗ୍ରହ କରିଥିଲା । କହିରଖୁଛୁ ଯେ, ମହାଶିବରାତ୍ରିରେ ଉପବାସ ଭଙ୍ଗ କରି ଭାରତର କିଛି ରାଜ୍ୟରେ କୁଟୁ ଅଟା ଖାଇଥାନ୍ତି ।
ଏହା ବି ପଢ଼ନ୍ତୁ... ବର୍ଷକୁ କେତେ କିଲୋଗ୍ରାମ୍ ଭାତ ଖାଆନ୍ତି ଭାରତୀୟ ? ଡିମାଣ୍ଡରେ ଭାତ ଆଉ ବିରିୟାନି
ଦୋକାନରୁ ଆସିଥିଲା ଅଟା:
ରବିବାର ମହାଶିବରାତ୍ରି ପାଇଁ ସହରର ଅନେକ ଲୋକ ଉପବାସ କରିଥିଲେ । ଗ୍ରେଟର ନୋଏଡ଼ା ପଶ୍ଚିମରେ ଥିବା ଇକୋ ଭିଲେଜ୍-୩, ରୟାଲ୍ କୋର୍ଟ ଏବଂ ହିମାଳୟ ପ୍ରାଇଡ୍ ସୋସାଇଟିର ବାସିନ୍ଦାମାନେ ନିଜ ସୋସାଇଟି ବଜାର ଦୋକାନରୁ କୁଟୁ ଅଟା କିଣିଥିଲେ । ଏହା A-ପ୍ୟୋର୍ ବ୍ରାଣ୍ଡର ଥିଲା । ଉପବାସ ଭାଙ୍ଗିବା ପରେ ଲୋକମାନେ ଅଟାକୁ ଖାଇବା ପରେ ରାତି ୮ଟା ପରେ କିଛି ଲୋକ ଅସୁସ୍ଥ ଅନୁଭବ କରିଥିଲେ । ପ୍ରଥମେ ସେମାନେ ହାତ ଏବଂ ପାଦ ଝିମ୍ଝିମ୍ ହେବା ଭଳି ଅନୁଭବ କଲେ, ପରେ ଝାଡ଼ା-ବାନ୍ତି ହେଲା ଏବଂ ପେଟରେ ଯନ୍ତ୍ରଣା ମଧ୍ୟ ଅନୁଭବ କଲେ । ପ୍ରାରମ୍ଭରେ, ଲୋକମାନେ ପରିସ୍ଥିତିକୁ ଅଣଦେଖା କରିଥିଲେ, କିନ୍ତୁ ମଧ୍ୟରାତ୍ରି ସୁଦ୍ଧା ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାକୁ ଲାଗିଲା । ଲୋକମାନେ ଗୋଟିଏ ପରେ ଗୋଟିଏ ସେକ୍ଟର-୩ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ।
ସୋମବାର ସନ୍ଧ୍ୟା ସୁଦ୍ଧା, କେତେକଙ୍କୁ ଡିସଚାର୍ଜ କରାଯାଇ ଘରକୁ ପଠାଯାଇଥିଲା, କିନ୍ତୁ ଏବେ ବି କିଛି ଲୋକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଅସୁସ୍ଥ ହେବା ପରେ ଲୋକମାନେ ସେକ୍ଟର-୩ ସ୍ଥିତ ନ୍ୟୁମେଡ୍ ହସ୍ପିଟାଲକୁ ଯାଇଥିଲେ, କିନ୍ତୁ କିଛି ସମୟ ଭିତରେ ଜରୁରୀକାଳୀନ ୱାର୍ଡର ସମସ୍ତ ବେଡ୍ ପୂରିଗଲା । ପରବର୍ତ୍ତୀ ସମୟରେ ୱାର୍ଡ ବାହାର ଲବିରେ ଅତିରିକ୍ତ ବେଡ୍ ଲଗାଯାଇଥିଲା, କିନ୍ତୁ ଲୋକଙ୍କ ସଂଖ୍ୟା କମି ନଥିଲା । କିଛି ଲୋକଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିଲା, ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଯାଇଥିଲା । ନ୍ୟୁମେ ୨୫ରୁ ଅଧିକ ରୋଗୀ ଭର୍ତ୍ତି ଥିଲେ । ସୋମବାର ସନ୍ଧ୍ୟା ସୁଦ୍ଧା, କିଛି ଲୋକଙ୍କୁ ଡିସଚାର୍ଜ କରାଯାଇ ଘରକୁ ପଠାଯାଇଥିଲା ।