ନୂଆଦିଲ୍ଳୀ,୨୩।୫: ଲଦାଖ ତାଙ୍ଗତ୍ସେ ପାଖରେ ଭାରତୀୟ ସେନାର ଏକ ‘ଚିତା’ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଛି। ଏହି ଆଡ ଦୁର୍ଘଟଣାରେ ୩ ଡିଭିଜନ୍ର ଜେନେରାଲ ଅଫିସର କମାଣ୍ଡିଂ ମେଜର ଜେନେରାଲଙ୍କ ସହିତ ୩ ଅଧିକାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଡିଭିଜନ୍କୁ ତ୍ରିଶୁଳ ଡିଭିଜନ୍ର ନାଁରେ ଜଣାଯାଏ। ଏହି ଦୁର୍ଘଟଣା ବୁଧବାର ହୋଇଥିଲା, କିନ୍ତୁ ଏହାର ସୂଚନା ଶନିବାର ସାମନାକୁ ଆସିଛି। ଆଶ୍ବସ୍ଥିର କଥା ଏହା ହେଲିକପ୍ଟରରେ ଥିବା ତିନି ଅଧିକାରୀଙ୍କୁ ସାମାନ୍ୟ ଆଘାତ ଲାଗିଛି।
“O falla o explota”
— David de la Paz 戴维 (@daviddelapaz) May 23, 2026
Ordenan evacuar a 40,000 residentes del sur de #California ante la amenaza de una explosión química.
Autoridades del condado de #Orange declararon que no logran controlar las válvulas de un tanque situado en una planta de fabricación aeroespacial en Garden… pic.twitter.com/GekR77xHWR
ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ସେନାର ଜଣେ ଅଧିକାରୀ କହିଛନ୍ତି, ଏହି ସିଙ୍ଗିଲ ଇଞ୍ଜିନ ଥିବା ଚିତା ହେଲିକପ୍ଟରକୁ ଜଣେ ଲେଫ୍ଟନାଣ୍ଟ କର୍ନେଲ ଓ ଜଣେ ମେଜର ରାଙ୍କର ଅଧିକାରୀ ଉଡାଉଥିଲେ। ସେଭଳି ଥାର୍ଡ ଇନଫାନଟ୍ରି ଡିଭିଜନ୍ ଜେନେରାଲ ଅଫିସର କମାଣ୍ଡିଂ ଜେନେରାଲ ସଚିନ ମେହେତା ସେଥିରେ ଯାତ୍ରୀ ଥିଲେ। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସେନା ଦ୍ବାରା ‘କୋର୍ଟ ଅଫ୍ ଇନକ୍ବାରୀ’ ନିର୍ଦେଶ ଦିଆଯାଇଛି। ଦୁର୍ଘଟଣା ପରେ ମେଜର ଜେନେରାଲ୍ ସଚିନ ମେହେତା ସେଥିରେ ଯାତ୍ରୀ ଭାବରେ ଥିଲେ। ଦୁର୍ଘଟଣାର ପ୍ରକୃତ କାରଣ ଜାରିବା ପାଇଁ ସେନା ଦ୍ବାରା ‘କୋର୍ଟ ଅଫ୍ ଇନକ୍ବାରୀ’ ନିର୍ଦେଶ ଦିଆଯାଇଥିଲା। ଦୁର୍ଘଟଣା ପରେ ମେଜର ଜେନୋଲ ମେହେତା ଅନ୍ୟ ଦୁଇ ଅଧିକାରୀଙ୍କ ସହ ନେଇତିବା ସେଲଫି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଦୁର୍ଘଟଣାରରେ ସମ୍ପୂର୍ଣ୍ଣ ଭାବରେ କ୍ଷତିତଗ୍ରସ୍ତ ହେଲିକପ୍ଟର ପାଖରେ ଚଟାଣରେ ବସିଥିବାର ନଜର ଆସିଛନ୍ତି।
ଏହି ଦୁର୍ଘଟଣା ଭାରତୀୟ ସେନାର ପୁରୁଣା ହୋଇସାରିଥିବା ଚିତା ଓ ଚେତକ ହେଲିକପ୍ଟର ସହିତ ଜଡିତ ବିପଦକୁ ପୁରିଥରେ ମନେପକାଇ ଦେଇଛି। ସେନା ଖୁବ୍ ଶୀଘ୍ର ଏହାକୁ ନିଜର ୟୁନିଟରୁ ପର୍ଯ୍ୟାୟକ୍ରମେ ହଟାଇବାର ଯୋଜନା କରୁଛି। ଆଗାମୀ ଏକ ଦର୍ଶକରେ ସେନାର ଆଭିଏସନ୍ କୋରର ଆଧୁନିକିକରଣ ଅଭିଯାନ ଅନୁସାରେ ଏହାର ସ୍ଥାନ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ର ଆଧୁନିକ ‘ଲାଇଟ୍ ୟୁଟିଲିଟି ହେଲିକପ୍ଟର’ ନେବେ।
ଆହୁରି ପଢନ୍ତୁ :Mount Everest : ମାଉଣ୍ଟ ଏଭରେଷ୍ଟ ଶିଖରରୁ ଫେରୁଥିବା ଦୁଇ ଭାରତୀୟଙ୍କ ହିଲାରୀ ଷ୍ଟେପ୍ ନିକଟରେ ମୃତ୍ୟୁ