ଲଦାଖ, ୯।୯: ଲଦାଖର ହାନଲେରେ ଏସିଆର ସର୍ବବୃହତ ଇମେଜିଂ ଟେଲିସ୍କୋପ MACE ଉଦଘାଟିତ ହୋଇଛି । ଯାହା ବିଶ୍ୱର ସବୁଠୁ ଉଚ୍ଚ ଟେଲିସ୍କୋପ । ଏହା ମୁମ୍ବାଇ ସ୍ଥିତ BARC ଦ୍ୱାରା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ ହୋଇଛି । ମହାକାଶରେ ଘଟୁଥିବା ଶକ୍ତିଶାଳୀ ଘଟଣାଗୁଡ଼ିକୁ ଗଭୀର ଭାବେ ବୁଝିବାକୁ ସୁଯୋଗ ସୃଷ୍ଟି କରିବ ଏହି ଟେଲିସ୍କୋପ । ଏସିଆର ସର୍ବବୃହତ ଇମେଜିଂ ଟେଲିସ୍କୋପ ଉଦଘାଟିତ ହୋଇଛି । ପରମାଣୁ ଶକ୍ତି ବିଭାଗର ସଚିବ ଅଜିତ କୁମାର ମହାନ୍ତି ଲଦାଖର ହାନଲେରେ ମେଜର ଆଟମୋସ୍ଫେରିକ ଚେରେଙ୍କଭ ପରୀକ୍ଷଣ (MACE) ଅବଜରଭେଟୋରୀର ଉଦଘାଟନ କରିଛନ୍ତି । ଏହି ଟେଲିସ୍କୋପ ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ (ECIL) ଏବଂ ଅନ୍ୟାନ୍ୟ ଭାରତୀୟ ଶିଳ୍ପ ଅଂଶୀଦାରଙ୍କ ସହାୟତାରେ ମୁମ୍ବାଇ ସ୍ଥିତ BARC ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି ।

ବିଶ୍ୱର ସବୁଠୁ ଉଚ୍ଚ ଟେଲିସ୍କୋପ୍:   

ହି ଟେଲିସ୍କାପ୍‌ର ଉଚ୍ଚତା ୪ ହଜାର ୩୦୦ ମିଟର । ୪ ଅକ୍ଟୋବର ୨୦୨୪ରେ ଲଦାଖର ହାନଲେଠାରେ ଡିଏଇ ସଚିବ ଏବଂ ପରମାଣୁ ଶକ୍ତି କମିଶନର ଅଧ୍ୟକ୍ଷ ଡକ୍ଟର ଅଜିତ କୁମାର ମହାନ୍ତିଙ୍କ ଦ୍ୱାରା MACE ପର୍ଯ୍ୟବେକ୍ଷଣାଗାର ଉଦଘାଟନ କରାଯାଇଥିଲା । ଡିଏଇ ସଚିବ କହିଛନ୍ତି, MACE ପର୍ଯ୍ୟବେକ୍ଷଣାଗାର ଭାରତ ପାଇଁ ଏକ ବଡ଼ ସଫଳତା । ଏହା ବିଶ୍ୱ ସ୍ତରରେ ମହାଜାଗତିକ-ରଶ୍ମି ଗବେଷଣାରେ ଦେଶକୁ ଆଗରେ ରଖିଛି । ଏହି ଟେଲିସ୍କୋପ ବୈଜ୍ଞାନିକମାନଙ୍କୁ ଉଚ୍ଚ-ଶକ୍ତି ଗାମା ରଶ୍ମି ଅଧ୍ୟୟନ କରିବାର ପ୍ରଣାଳୀକୁ ସହଜ କରିବ । MACE ପ୍ରକଳ୍ପ କେବଳ ବୈଜ୍ଞାନିକ ଗବେଷଣାକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରେନି ବରଂ ଲଦାଖର ସାମାଜିକ-ଆର୍ଥିକ ବିକାଶକୁ ସମର୍ଥନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।