ପ୍ରମୂଖ ଖବର
  • ଭୁବନେଶ୍ୱର : ଘର ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବାଲେଶ୍ୱର : ହୋଲିରେ ଚାଲିଥିଲା ଚୋରାମଦ ବେପାର, ମାଡ଼ି ବସିଲା ନୀଳଗିରି ପୋଲିସ
  • ||
  • ଗଜପତି : ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ
  • ||
  • ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ମୟୂରଭଞ୍ଜ : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଷ୍ଠୁର ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • କେନ୍ଦୁଝର : ଜ୍ଵାଇଁ ଘର ସାମ୍ନାରେ ଚଢିଗଲା ଟ୍ରକ୍, ଚାଲିଗଲା ଶାଶୁ, ଶ୍ଵଶୁର ଏବଂ ଶାଳକଙ୍କ ଜୀବନ
  • ||
  • ଶ୍ରୀକ୍ଷେତ୍ରରେ ଡ୍ରିମ୍‌ଗାର୍ଲ୍, ଦେଶର ମଙ୍ଗଳ ପାଇଁ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା
  • ||
  • କଟକ : ସାଇକେଲ୍‌ ଆରୋହୀଙ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ଜୀବନ
  • ||
  • ଢେଙ୍କାନାଳ : ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
  • ||

ଭୁବନେଶ୍ବର-ସହଦେବ ନାୟକ ହତ୍ୟା ଘଟଣା: ଆତ୍ମସର୍ମପଣ କଲା ଲେଡି କିଲର ରମା ନାଏକ

Published By : Prameya | February 16, 2025 1:20 PM

ଭୁବନେଶ୍ୱର, ୧୬।୨: ସହଦେବ ନାୟକ ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତ ରମା ନାୟକଙ୍କ ମଞ୍ଚେଶ୍ୱର ଥାନାରେ ଆତ୍ମସମର୍ପଣ କରିଛନ୍ତି  । ସହଦେବ ନାୟକ ହତ୍ୟାକାଣ୍ଡ ଘଟଣାରେ ରମା ନାୟକଙ୍କୁ ପୋଲିସ୍ କହୁଛି ଗିରଫ କରି ଅଣାଯାଇଛି । ସହଦେବ ନାୟକଙ୍କ ହତ୍ୟା ପଛରେ ଷଡ଼ଯନ୍ତ୍ର କରିଛି ରମା ନାୟକ । ଏନେଇ ମଞ୍ଚେଶ୍ୱର ଥାନା ଅଧିକାରୀଙ୍କ ସହ ଅଧିକ ସୂଚନା ଦେଉଛନ୍ତି ଆମ ରିପୋର୍ଟର ପ୍ରିୟରଞ୍ଜନ ନାୟକ । 

ସୂଚନାନୁଯାୟୀ, କେଦାରପଲ୍ଲୀ ବସ୍ତିର ସହଦେବ ନାୟକ ବିଏମ୍‌ସି ସଫେଇ କର୍ମଚାରୀ ସଂଘର ସଭାପତି ଥିଲେ। ସେ କିଛି ମାସ ଧରି ପଳାଶୁଣୀର ଏକ ଭଡ଼ାଘରେ ରହୁଥିଲେ । ଜାନୁଆରୀ ୯ ତାରିଖ ସକାଳ ୮ଟା ବେଳେ ଝିଅକୁ ସ୍କୁଲରେ ଛାଡି଼ ଏକ ନାଲି ରଙ୍ଗ ସ୍କୁଟିରେ ଭଡ଼ାଘରକୁ ଫେରୁଥିଲେ। ସ୍କୁଲ ନିକଟରୁ ୪ ଅଭିଯୁକ୍ତ ୨ଟି ବାଇକ୍‌ରେ ତାଙ୍କୁ ପିଛା କରୁଥିଲେ । ସହଦେବ ବାଣୀବିହାର ଛକ ପାର ହେବା ପରେ ୪ଜଣ ତାଙ୍କୁ ଅଟକାଇବାକୁ ଚେଷ୍ଟା କଲେ । କିନ୍ତୁ ସହଦେବ ସ୍କୁଟିର ବେଗ ବଢ଼ାଇ ଦ୍ରୁତଗତିରେ ଆଗକୁ ମାଡି଼ ଚାଲିଲେ । 

ରସୁଲଗଡ଼ ରେଳ ଓଭରବ୍ରିଜ୍‌ ଉପରେ ଜଣେ ସ୍କୁଟିକୁ ଗୋଇଠା ମାରିବାରୁ ସହଦେବ ତଳେ ପଡି଼ଗଲେ । ୪ ଅଭିଯୁକ୍ତ ଗାଡ଼ିରୁ ଓହ୍ଲାଇ ତାଙ୍କୁ ଘେରିଯାଇଥିଲେ । ସହଦେବ ତାଙ୍କ ବାହୁରେ ୨ଜଣଙ୍କୁ କାବୁ କରିନେଲେ । ଉଭୟେ ମୁକୁଳିପାରିଲେନି । ଲିପିକା ବ୍ୟାଗ୍‌ରେ ଆଣିଥିବା ଖଣ୍ଡାକୁ ଲକ୍ଷ୍ମୀଧରକୁ ଧରାଇଥିଲେ । ଲକ୍ଷ୍ମୀଧର ଖଣ୍ଡାରେ ତାଙ୍କ ବେକକୁ ଏକ ଶକ୍ତ ଚୋଟ ମାରିଥିଲେ । ଖଣ୍ଡା ଚୋଟ ଖାଇବା ପରେ ସହଦେବ ଘାଇଲା ହୋଇ ତଳେ ପଡି଼ଗଲେ । ୩ ଅଭିଯୁକ୍ତ ତାଙ୍କ ବେକକୁ ଲକ୍ଷ୍ୟ କରି ଚୋଟ ପରେ ଚୋଟ ମାରି ଚାଲିଲେ । ହତ୍ୟାରେ ବ୍ୟବହୃତ ଖଣ୍ଡାକୁ ଲିପିକା ଏକ ବ୍ୟାଗ୍‌ରେ ପୁରାଇ ଲକ୍ଷ୍ମୀଧରଙ୍କ ବାଇକ୍‌ (ଓଆର୍‌୧୯ଜେ ୭୦୨୮)ରେ ବସି ରସୁଲଗଡ଼ ଆଡ଼େ ଚମ୍ପଟ ମାରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.