ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

୨ଟି ଘରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ଓ ସୁନା, ରୂପା ଅଳଙ୍କାର ଚୋରି, ଥାନାରେ ମାମଲା

Published By : Gurupada Nath | May 4, 2025 8:43 PM

ଗୋପାଳପୁର,୪/୫ : ଗୋପାଳପୁର ଥାନା ଅନ୍ତର୍ଗତ ବହାଦୁରପେଟା ଗାଁରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ୨ଟି ଘରୁ ଲକ୍ଷାଧିକ ଟଙ୍କାର ସୁନା,ରୂପା ଓ ଟଙ୍କା ଲୁଟି ନେଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି l ସୂଚନା ଅନୁସାରେ ସେହି ଗ୍ରାମର ପ୍ରତିମା ବେହେରା କରାପଲ୍ଲୀ ଗୋବିନ୍ଦ ନଗରରେ ରହୁଛନ୍ତି l ଶୁକ୍ରବାର ରାତିରେ ବହାଦୁରପେଟାରେ ଥିବା ନିଜ ଘରର ଦୁଇଟି ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଆଲମିରାରେ ଥିବା ଜିନିଷ ପତ୍ର ଫିଙ୍ଗାଫିଙ୍ଗି କରିବା ସହ ଏକ ସୁଟକେଶ ଭାଙ୍ଗି ସେଥିରେ ଥିବା ୪ ରୁ ୫ ଲକ୍ଷ ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ କରିଥିଲେ l 

ତା’ସହ ପଡ଼ୋଶୀରେ ରହୁଥିବା ରାମକୃଷ୍ଣ ସାହୁଙ୍କ ଘରର ୩ଟି ତାଲା ଭାଙ୍ଗିବା ସହ ଆଲମିରା ଭାଙ୍ଗି ସେଥିରେ ଥିବା ସୁନା ଖାସୁ ଗୋଟିଏ, ୩ଯୋଡ଼ି ସୁନା କାନ ଫୁଲ, ୩ଟି ରୂପା ପାଉଁଜି, ଗୋଟିଏ ରୂପା ଚେନ, ଗୋଟିଏ ରୂପା ଲକେଟ, ଛୋଟିଆ ଛୋଟିଆ ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି l ଅଭିଯୋଗ ଅନୁସାରେ କେସ ନମ୍ବର ୧୩୧/୨୫ ମାମଲା ରୁଜୁ କରି ପୋଲିସ, ବ୍ରହ୍ମପୁର ସାଇଣ୍ଟଫିକ ଟିମ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଂଚି ନମୁନା ସଂଗ୍ରହ କରିବା ସହ ତଦନ୍ତ କରୁଥିବା ପୋଲିସ କହିଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.