ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

Delhi Assembly Election: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ କାମ କରୁଥିବା କର୍ମଚାରୀଙ୍କ ପାଖରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା; ବିବାଦରେ ଛନ୍ଦି ହେଲେ ଆତିଶି

Published By : Bijay Swain | February 4, 2025 11:37 PM

Image courtesy: indiatoday

ନୂଆଦିଲ୍ଲୀ: ବୁଧବାର ଦିଲ୍ଲୀ ବିଧାନସଭା ନିର୍ବାଚନ। ଯାହାକୁ ନେଇ କେବଳ ଦିଲ୍ଲୀ ନୁହଁ ସମଗ୍ର ଦେଶରେ ରାଜନୈତିକ ପରିବେଶ ଉଷ୍ମ ରହିଛି । ହେଲେ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଏକ ନୂଆ ବିବାଦରେ ଛନ୍ଦି ହୋଇପଡିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶି ମାରଲେନା ସିଂ। ତାଙ୍କ ଅଫିସରେ କାମ କରୁଥିବା ଜଣେ କର୍ମଚାରୀଙ୍କ ନିକଟରୁ ପୋଲିସ ୫ ଲକ୍ଷ ଟଙ୍କା ଜବତ କରିଛି। ତେବେ ଆପ୍ ଏହି ଆରୋପକୁ ଖଣ୍ଡନ କରିବା ସହ ଏହି ଅଭିଯୋଗକୁ ଭିତ୍ତିହିନ ବୋଲି କହିଛି। 

ସୂଚନା ମୁତାବକ, ମଙ୍ଗଳବାର ଦିଲ୍ଲୀ ପୋଲିସ  ମୁଖ୍ୟମନ୍ତ୍ରୀ ଅତୀଶିଙ୍କ ଅଫିସରେ କାମ କରୁଥିବା ଜଣେ କର୍ମଚାରୀଙ୍କ ନିକଟରୁ ୫ ଲକ୍ଷ ଟଙ୍କା ଜବତ କରିଛି। ଏହି କର୍ମଚାରୀଙ୍କ ନାମ ଗୌରବ ହୋଇଥିବା ବେଳେ ସେ ଦିଲ୍ଲୀ ସରକାର ଅଧିନରେ ଏମଟିଏସ୍(ମଲ୍ଟି-ଟାସ୍କିଙ୍ଗ ଡିପାର୍ଟମେଣ୍ଟ) ଭାବେ କାର୍ଯ୍ୟ କରୁଥିବା ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଜାରି ହୋଇଥିବା ଏକ ଭିଡିଓରେ ଗୌରବଙ୍କୁ ଏକ ବ୍ୟାଗଭର୍ତ୍ତୀ ଟଙ୍କା ସହ ଅଟକ ରଖାଯାଇଥିବା ଦେଖିବାକୁ ମିଳିଛି। 

ଫରିଦାବାଦରେ ବସବାସ କରୁଥିବା ଗୌରବଙ୍କୁ ପୋଲିସ ଟଙ୍କା ବିଷୟରେ ପଚାରିବାରୁ ଏହା ତାଙ୍କର ବ୍ୟକ୍ତିଗତ ଟଙ୍କା ହୋଇଥିବା ବୋଲି ପୋଲିସକୁ ସୂଚନା ପ୍ରଦାନ କରିଛନ୍ତି। “ଏକ ଘର ବିକ୍ରି କରି ନୂଆ ଘର କିଣିବା ପାଇଁ ମୁଁ ଏହି ଟଙ୍କା ନେଇ ଯାଉଛି। ଯଦି ଆପଣଙ୍କୁ ପ୍ରମାଣ ଦରକାର ତେବେ ତାହା ମଧ୍ୟ ମୁଁ ଦେଇପାରିବି” ବୋଲି ସେ ପୋଲିସଙ୍କୁ କହିଛନ୍ତି।  

ନିର୍ବାଚନ ପାଇଁ ଦିଲ୍ଲୀରେ କଡାକଡି ଚେକିଂ କରାଯାଉଥିବା ବେଳେ ଗୈରବ ନିଜ ଡ୍ରାଇଭର ସହ କାରରେ 5 ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ପୋଲିସ ହାତରେ ଧରା ପଡିଛନ୍ତି। ପୋଲିସ ତାଙ୍କ ସହ ତାଙ୍କ ଡ୍ରାଇଭରଙ୍କୁ ନିଜ ହେପାଜତକୁ ନେବା ସହ ଏହି ଘଟଣା ଉପରେ ଛାନବିନ ଜାରି ରଖିଛି ବୋଲି ସୂଚନା ପ୍ରଦାନ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.