ନୂଆଦିଲ୍ଲୀ,୨୮।୫: ନୀଳ ସମୁଦ୍ର, ଧଳା ବାଲି ଓ କ୍ରିଷ୍ଟଲ ଭଳି ସଫା ଲାଗୁନ୍ ଭିତରେ ଏବେ ବିମାନ ଅବତରଣ କରିବା ଦେଖିପାରିବେ। ଭାରତର ସବୁଠାରୁ ସୁନ୍ଦର ଦ୍ବୀପ ଲାକ୍ଷାଦ୍ୱୀପ ଖୁବ୍ ଶୀଘ୍ର ମାଳଦ୍ଵୀପ ଭଳି ସିପ୍ଲେନ୍ ଟୁରିଜିମ୍‌ର ନୂଆ ହବ୍ ହେବାକୁ ଯାଉଛି। କେନ୍ଦ୍ର ସରକାର ଦ୍ଵୀପରେ ସିପ୍ଲେନ୍ ସେବା ଆରମ୍ଭ କରିବା ଦିଗରେ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ପରିବେଶ ମନ୍ତ୍ରରାଳୟର ବିଶେଷଜ୍ଞ କମିଟି ୬ଟି ଦ୍ଵୀପର ‘ୱାଟର ଏରୋଡ୍ରମ୍’ ପ୍ରୋଜେକ୍ଟକୁ ମଞ୍ଜୁରୀ ଦେବାର ସୁପାରିଶତ କରିଛନ୍ତି। ଯଦି ଅନ୍ତିମ ମଞ୍ଜୁରୀ ମିଳିଯାଏ, ତେବେ ପର୍ଯ୍ୟଟକ ସିଧା ସମୁଦ୍ର ଭିତରେ ଥିବା ଲାଗୁନ୍ରେ ଓହ୍ଳାଇ ପାରିବେ ଓ ଲକ୍ଷାଦ୍ବୀପର ପର୍ଯ୍ୟଟନ ସମ୍ପୂର୍ଣ୍ଣ ଭାବରେ ବଦଳିଯିବ।

ଭାରତର ସବୁଠାରୁ ସୁନ୍ଦର ଦ୍ଵୀପମଧ୍ୟରେ ସାମିଲଲାକ୍ଷାଦ୍ୱୀପଏବେ ପର୍ଯ୍ୟଟନ ପାଇଁ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଏକ ବିଶେଷଜ୍ଞ କମିଟି ୨୦ ମାର୍ଚ୍ଚରେ ଲାକ୍ଷାଦ୍ୱୀପର ୬ ଦ୍ୱୀପରେୱାଟର ଏରୋଡ୍ରମ୍’ ପ୍ରୋଜେକ୍ଟକୁ ପରିବେଶଗତ ମଞ୍ଜୁରୀ ପ୍ରଦାନ କରିବାକୁ ସୁପାରିଶ କରିଥିଲା। ଏହା ନିକଟ ଭବିଷ୍ୟତରେ କୋଚିରୁ ସିଧାସଳଖ ସମୁଦ୍ର ବିମାନ ଉଡ଼ାଣ ଆରମ୍ଭ କରିବାର ପଥକୁ ପ୍ରାୟତଃ ପରିଷ୍କାର କରିଛି।  

ପ୍ରସ୍ତାବିତ ସିପ୍ଲେନ୍ ନେଟୱାର୍କ କୋଚିକୁ କାଭାରାତ୍ତି,କଲ୍ପେନି,କିଲଟାନ୍,କଦମତ,ମିନିକୟ ଏବଂ ଅଗାତ୍ତି ଦ୍ୱୀପପୁଞ୍ଜ ସହିତ ସଂଯୋଗ କରିବ। ବର୍ତ୍ତମାନ,ପର୍ଯ୍ୟଟକମାନଙ୍କୁ ଲକ୍ଷାଦ୍ୱୀପରେ ପହଞ୍ଚିବା ପାଇଁ ସୀମିତ ବିମାନ କିମ୍ବା ଲମ୍ବା ସମୁଦ୍ର ଯାତ୍ରା ଉପରେ ନିର୍ଭର କରିବାକୁ ପଡୁଛି। ତଥାପି,ସିପ୍ଲେନ୍ ସେବା ଆରମ୍ଭ ହେବା ସହିତ,ଦ୍ୱୀପପୁଞ୍ଜ ମଧ୍ୟରେ ଯାତ୍ରା ବହୁତ ସହଜ ଏବଂ ଦ୍ରୁତ ହେବ। ଅଧିକାରୀମାନେ ବିଶ୍ୱାସ କରନ୍ତି ଯେ ଏହା ଅନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ଲକ୍ଷାଦ୍ୱୀପର ସ୍ଥିତିକୁ ଆହୁରି ମଜବୁତ କରିବ।