ନୂଆଦିଲ୍ଲୀ - ବିହାର ବିଧାନସଭା ନିର୍ବାଚନରେ ହାରିବା ପରେ ଲାଲୁ ଯାଦବଙ୍କ ପରିବାରରେ ବିବାଦ ଘନେଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିତା ଲାଲୁ ଯାଦବଙ୍କୁ କିଡନୀ ଡୋନେଟ୍ କରିଥିବା ରୋହିଣୀ ଆଚାର୍ଯ୍ୟ ଘରୁ ବାହାରି ଯାଇଛନ୍ତି। ଏମିତି କି ନିଜ ଭଳି ଝିଅ କୌଣସି ପରିବାରରେ ନଥାନ୍ତୁ, ପ୍ରାର୍ଥନା କରି ସେ ପରିବାରର ସଂଗ୍ରାମକୁ ସାର୍ବଜନିନ କରି ଦେଇଛନ୍ତି। ଭାଇଙ୍କ ମଧ୍ୟରେ ବଡ଼ ତେଜ ପ୍ରତାପ ତ ପୂର୍ବରୁ ହିଁ ଅସନ୍ତୁଷ୍ଟ ଏବଂ ଅଲଗା ଦଳ ଗଠନ କରି ହାରି ସାରିଛନ୍ତି। ଖବର ଏମିତି ଆସିଛି ଯେ, ପରିବାରର ଝଗଡ଼ା ପରେ ଆଉ ତିନି ଜଣ ଭଉଣୀ ମଧ୍ୟ ଲାଲୁ ଯାଦବଙ୍କ ଘର ଛାଡ଼ି ଶ୍ୱଶୂର ଘର ଅଭିମୂଖେ ବାହାରି ଯାଇଛନ୍ତି। ଏହି ଝଗଡ଼ାକୁ ପରିବାରର ମତଭେଦ ଠାରୁ ଅଧିକ କ୍ଷମତା ପାଇଁ ସଂଗ୍ରାମ ଭାବେ ଦେଖା ଯାଉଛି। ଏଥିରେ କିଛି ଝିଅମାନେ ମଧ୍ୟ ସାମିଲ ଅଛନ୍ତି ଯେ , ଯେଉଁମାନଙ୍କ ବିଷୟରେ ଲୋକେ ବି ଜାଣିବାକୁ ଚାହିଁଛନ୍ତି।
ମିସା ଭାରତୀ ଓ ତାଙ୍କର ଇଞ୍ଜିନିୟର ସ୍ୱାମୀ ଶୈଳେଶ –
ଲାଲୁ ଯାଦବଙ୍କ ସବୁଠୁ ବଡ଼ ଝିଅ ମିସା ଭାରତୀ ୪୯ ବର୍ଷିୟା। ଏମବିବିଏସର ଡିଗ୍ରୀ ରଖି ଥିବା ମିସା ଭାରତୀ ବର୍ତ୍ତମାନ ପାଟଳିପୁତ୍ର ଲୋକସଭାରୁ ସାଂସଦ ଅଛନ୍ତି। ସେ ରାଜନୀତିରେ ଦୀର୍ଘ ଦିନରୁ ସକ୍ରିୟ। ବଡ଼ ହେବା ଯୋଗୁଁ ତାଙ୍କର କଥା ଘରେ ଚାଲେ ଏବଂ ଲାଲୁ ଯାଦବଙ୍କ ଠାରୁ ନେଇ ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ମହତ୍ତ୍ୱ ଦିଅନ୍ତି। କିନ୍ତୁ କୁହାଯାଏ ଯେ, ନିକଟରେ ଝଗଡ଼ାରେ ସେ ମଧ୍ୟ ତେଜସ୍ୱୀ ଯାଦବଙ୍କ ଉପରେ ଖୁସି ନାହାନ୍ତି। ତାଙ୍କର ସ୍ୱାମୀ ଶୈଳେଶ କୁମାର ଜଣେ କମ୍ପ୍ୟୁଟର ଇଞ୍ଜିନିୟର ଏବଂ ଅନେକ ସମୟରେ ଚର୍ଚ୍ଚା ଠାରୁ ଦୂରେଇ ରହନ୍ତି।
କିଡନୀ ଡୋନେଟ୍ କରିଥିବା ରୋହିଣୀ ଆଚାର୍ଯ୍ୟ -
ରୋହିଣୀ ଆଚାର୍ଯ୍ୟ ମଧ୍ୟ ଏମବିବିଏସ୍ ଡିଗ୍ରୀଧାରୀ। ସେ ବର୍ତ୍ତମାନ ସିଙ୍ଗାପୁରରେ ରୁହନ୍ତି ଏବଂ ତାଙ୍କର ବିବାହ ସମରେଶ ସିଂହ ଯାଦବଙ୍କ ସହ ହୋଇଥିଲା। ତାଙ୍କର ମଧ୍ୟ ରାଜନୀତିକ ମହତ୍ୱାକାଂକ୍ଷା ଅଛି, କିନ୍ତୁ ରାଜୀବ ପ୍ରତାପ ରୁଡିଙ୍କ ସହ ମୁକାବିଲାରେ ଲୋକସଭା ନିର୍ବାଚନ ହାରି ଯାଇଥିଲେ। ସାରଣ ଭଳି ସିଟ୍ରୁ ତାଙ୍କର ହାରିବା ଆଶ୍ଚର୍ଯ୍ୟକର ଥିଲା। କିନ୍ତୁ ପୁଣି ମଧ୍ୟ ତାଙ୍କର ରାଜନୀତିକ ସକ୍ରିୟତା ଦାରି ରହିଛି। ଅନେକ ସମୟରେ ସେ ସୋସିଆଲ ମିଡ଼ିଆରେ ଆକ୍ଟିଭ୍ ରୁହନ୍ତି ଏବଂ ଯେବେ ସେହି ପ୍ଲାଟଫର୍ମରେ ବିହାର ନିର୍ବାଚନର ଫଳାଫଳ ପରେ ପରିବାର ଓ ରାଜନୀତିରୁ ସଂପର୍କ ତୁଟାଇବାକୁ ଘୋଷଣା କରିଦେଇଛନ୍ତି । ତାଙ୍କର ସ୍ୱାମୀଙ୍କର ମଧ୍ୟ ରାଜନୀତି ସହ କୌଣସି କନେକ୍ସନ ନାହିଁ।
ଚନ୍ଦା ଯାଦବ ଓ ତାଙ୍କର ପାଇଲଟ ସ୍ୱାମୀ -
ଲାଲୁ ଯାଦବଙ୍କ ଦୁଇ ଜଣ ବଡ଼ ଝିଅଙ୍କ ତୁଳନାରେ ୩ୟ ନମ୍ୱର ଚନ୍ଦା ଯାଦବ ରାଜନୀତିରେ କୌଣସି ଇଚ୍ଛା ରଖନ୍ତି ନାହିଁ। ପରିବାରର ବିବାଦ ମଧ୍ୟରେ ତାଙ୍କର ନାଁ କମ୍ ଚର୍ଚ୍ଚାରେ ରହିଥାଏ। ତାଙ୍କର ସ୍ୱାମୀ ବିକ୍ରମ ସିଂହ ଜଣେ ପାଇଲଟ ଅଛନ୍ତି ଏବଂ ସେ ମଧ୍ୟ ରାଜନୀତି ଠାରୁ ଦୂରରେ।
ରାଗିଣୀ ଯାଦବ ଓ ତାଙ୍କର ସ୍ୱାମୀ ସପା ନେତା ରାହୁଲ ଯାଦବ –
ରାଗିଣୀ ଯାଦବଙ୍କ ବିହାରର ରାଜନୀତିରେ କୌଣସି ନେଣଦେଣ ନାହିଁ, କିନ୍ତୁ ତାଙ୍କର ସ୍ୱାମୀ ରାହୁଲ ଯାଦବଙ୍କ ନିଶ୍ଚୟ ଉତ୍ସାହ ଅଛି। ସେ ସପାର ନେତା ଅଛନ୍ତି ଏବଂ ସିକନ୍ଦରାବାଦରୁ ନିର୍ବାଚନ ମଧ୍ୟ ଲଢି ସାରିଛନ୍ତି। ଏହି ସିଟ୍ ୟୁପିର ବୁଲନ୍ଦସହର ଜିଲ୍ଲାରେ ରହିଛି। ତାଙ୍କର ବାପା ଜିତେନ୍ଦ୍ର ଯାଦବ ମଧ୍ୟ ସମାଜବାଦୀ ପାର୍ଟିର ବଡ଼ ନେତାଙ୍କ ମଧ୍ୟରେ ଗଣାଯାନ୍ତି। ହେଲେ ଏହି ପରିବାରକୁ ଜନପ୍ରତିନିଧି ହେବାର ସୁଯୋଗ ଅନେକ ପ୍ରୟାସ ପରେ ମଧ୍ୟ ମିଳିପାରି ନାହିଁ।
ହେମା ଯାଦବ ଓ ତାଙ୍କ ସ୍ୱାମା ରାଜନୀତି ଠାରୁ ଦୂରରେ -
ଲାଲୁ ଯାଦବଙ୍କ ପଞ୍ଚମ ନମ୍ୱରର ଝିଅ ହେମା ଯାଦବ ବିଟେକ୍ ପଢା ସାରିଛନ୍ତି। ସେ ଖୁବ୍ କମ୍ ଚର୍ଚ୍ଚାରେ ରୁହନ୍ତି। ତାଙ୍କର ସ୍ୱାମୀ ବିନୀତ ଯାଦବ ମଧ୍ୟ ଚର୍ଚ୍ଚା ଠାରୁ ଦୂରେଇ ରୁହନ୍ତି। ରାଜନୀତିକ ପରିବାରରେ ବିବାହ କରିଛନ୍ତି ଅନୁଷ୍କା ରାଓ –
ଏବେ କଥା ହେବା ଅନୁଷ୍କା ଯାଦବଙ୍କର। ତାଙ୍କର ବିବାହ ହରିଆଣାର ରାଜନୀତିକ ପରିବାରରେ ହୋଇଛି। ତାଙ୍କର ଶ୍ୱଶୂର କ୍ୟାପଟେନ ଅଜୟ ଯାଦବ କଂଗ୍ରେସର ପ୍ରସିଦ୍ଧ ନେତା ଭାବେ ରହିଛନ୍ତି। ସେପଟେ ତାଙ୍କର ସ୍ୱାମୀ ଚିରଞ୍ଜୀବ ରାଓଙ୍କର ମଧ୍ୟ ରାଜନୀତିରେ ଉତ୍ସାହ ରହିଛି।ହେଲେ ଏହି ପରିବାର ବିହାରରେ ଲାଲୁ ଫ୍ୟାମିଲର ଆଭ୍ୟନ୍ତରୀଣ ମାମଲା ଠାରୁ ଦୂରରେ ଥିବା ନଜର ଆସନ୍ତି।
ମଲାୟମ ପରିବାରର ବୋହୂ ରାଜଲକ୍ଷ୍ମୀ ଯାଦବ –
ଲାଲୁ ଯାଦବଙ୍କ ସବୁଠୁ ସାନ ଝିଅ ରାଜଲକ୍ଷ୍ମୀଙ୍କର ବିବାହ ମୁଲାୟମ ସିଂହ ଯାଦବଙ୍କ ନାତି ତେଜପ୍ରତାପଙ୍କ ହୋଇଥିଲା। ତେଜ ପ୍ରତାପ ମୁଲାୟମ ସିଂହଙ୍କ ବଡ଼ ଭାଇଙ୍କ ନାତି। ଏହିପରି ତାଙ୍କର ତ ପରିବାର ୟୁପିର ସବୁଠୁ ବଡ଼ ରାଜନୀତିକ ପରିବାର ଭାବେ ଜଣାଯାଏ। ତେଜପ୍ରତାପ ଯାଦବ ସାଂସଦ ରହି ସାରିଛନ୍ତି। ଏହା ବ୍ୟତୀତ ବର୍ତ୍ତମାନ ମୈନପୁରୀର କରହଲ ବିଧାନସଭାରୁ ବିଧାୟକ ଅଛନ୍ତି। ତାଙ୍କର ଅଖିଳେଶ ଯାଦବଙ୍କ ସହ ମଧ୍ୟ ଭଲ ସଂପର୍କ ରହିଛି।