ରାୟଗଡ଼(ଗଜପତି)୨୯/୧୦: ବାତ୍ୟା ପ୍ରଭାବରେ ଗଜପତି ଜିଲ୍ଲାରେ ଗତ ଦିନ ଧରି ବର୍ଷା ଲାଗି ରହିଛି । ଯାହା ଫଳରେ ରାୟଗଡ଼ ବ୍ଲକ ଅଧିନ ଏସ୍. କରଡ଼ାସିଂ ପଞ୍ଚାୟତର ବଣ୍ଡା ଗାଁରେ ପାହାଡ଼ ଧସି ରାସ୍ତା ଅବରୋଧ ହୋଇଛି । ଫଳରେ ବଣ୍ଡା, ଖିଲିଗଣ୍ଡା, କୁଡିଙ୍ଗି, ଉପର ସାଙ୍କୁରଡା ଗାଁରୁ ଏସ୍. କରଡ଼ାସିଂ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ଲୋକେ ନାହିଁ ନଥିବା ଅନୁବିଧାର ସମ୍ମୁଖୀନ ହେଉଛନ୍ତି ।

​​​​​​​