ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣ, ଜଣେ ଯବାନ ଗୁରୁତର

Published By : Harapriya Sethi | November 24, 2024 2:05 PM

ମାଲକାନଗିରି, ୨୪/୧୧: ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାରେ ଲ୍ୟାଣ୍ଡ ମାଇନ୍‌ ମାଇନ ବିସ୍ଫୋରଣ । ନକ୍ସଲଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଜଣେ ଡିଆରଜି ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଯବାନ ହେଉଛନ୍ତି ସୁକୁମା ଜିଲ୍ଲା ପୋଲିସର ପଡିଆମ ବିନୋଦ ।

ସୂଚନା ମୁତାବକ, ସୁକୁମା ଜିଲ୍ଲାର ତୁମାଲପାଡ ଓ ରାୟଗୁଡେମ ରାସ୍ତାରେ ନକ୍ସଲ ମାନେ ପୂର୍ବରୁ ଲ୍ୟାଣ୍ଡ ମାଇନ୍‌ ଖଞ୍ଜିଥିଲେ । ଯବାନମାନେ ଏହି ରାସ୍ତାରେ କୁମ୍ବିଂ ଅପରେସନ କରୁଥିଲେ । ଏହି ସମୟରେ ହଠାତ ଲ୍ୟାଣ୍ଡ ମାଇନ୍‌ଟି ବିସ୍ଫୋରଣ ହେଇଥିଲା । ଏଥିରେ ଜଣେ ଡିଆରଜି ଯବାନ ଗୁରୁତର ହୋଇଥିଲେ । ଏହା ଦେଖି ତାଙ୍କ ସହକର୍ମୀମାନେ ତୁରନ୍ତ ଗୁରୁତର ଯବାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସୁକୁମା ଜିଲ୍ଲା ଚିକିତ୍ସାଳୟ ଭର୍ତ୍ତି କରିଛନ୍ତି । ଅନ୍ୟପଟେ ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣ ପରେ କୁମ୍ବିଂ ଅପରେସନକୁ ଜୋରଦାର କରି ଦିଆଯାଇଛି ।     

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.