ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଫର୍ମୁଲା-୧: ଓସ୍କାର ପିୟାଷ୍ଟ୍ରିଙ୍କୁ ପଛରେ ପକାଇ ଲାଣ୍ଡୋ ନୋରିସ୍‌ ଅଷ୍ଟ୍ରିୟାନ୍‌ ଗ୍ରାଁପ୍ରି ଚାମ୍ପିଅନ୍

Published By : Prameya | June 30, 2025 12:02 PM

ସ୍ପିଲବର୍ଗ,୩୦/୦୬ : ମ୍ୟାକ୍‌ଲରେନ ଡ୍ରାଇଭର ଲାଣ୍ଡୋ ନୋରିସ୍‌ ଅଷ୍ଟ୍ରିୟାନ୍‌ ଗ୍ରାଁପ୍ରି ଚାମ୍ପିଅନ୍‌ ହୋଇଛନ୍ତି । ସେ  ୧:୨୩.୪୭.୬୯୩ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରି  ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସାଥୀ ଡ୍ରାଇଭର ଓସ୍କାର ପିୟାଷ୍ଟ୍ରି  ତାଙ୍କ କଡ଼ା ଟକ୍କର ଦେଇଥିଲେ ହେଁ ଅତିରିକ୍ତ ୨.୬୯୫ ସେକେଣ୍ଡ  ନେଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ସେହିପରି ଫେରାରୀ ଡ୍ରାଇଭର ଚାର୍ଲ୍ସ ଲିକ୍ଲର୍କ ଅତିରିକ୍ତ ୧୯.୮୨୦ ସେକେଣ୍ଡ ସହ ତୃତୀୟ ଓ  ଲୁଇସ୍‌ ହାମିଲଟନ୍‌ ଅତିରିକ୍ତ ୨୯.୦୨୦  ସେକେଣ୍ଡ ସହ ଚତୁର୍ଥ ସ୍ଥାନରେ ରହିଥିଲେ । 

ରେଡ୍‌ ବୁଲ୍‌ ରିଙ୍ଗ୍‌ରେ ଆୟୋଜିତ ଏହି ରେସ୍‌ ଆରମ୍ଭରୁ  କାର୍ଲୋସ ସେଞ୍ଜ୍‌ଙ୍କ କାର୍‌ରେ ନିଆଁ ଲାଗିଯାଇଥିଲା । ଫଳରେ  ୧୦ମିନିଟ୍‌ ବିଳମ୍ବରେ ରେସ୍‌ ଆରମ୍ଭ ହୋଇଥିଲା । ଏହି ରେସ୍‌କୁ  ୭୧ ଲାପ୍‌ ପରିବର୍ତ୍ତେ ୭୦ଲାପ୍‌ରେ ସୀମିତ ରଖାଯାଇଥିଲା ।  ରେସ୍‌ ଆରମ୍ଭରୁ ଶେଷ ଯାଏଁ ମ୍ୟାକ୍‌ଲରେନ ଡ୍ରାଇଭର ନୋରିସ୍‌  ଓ ପିୟାଷ୍ଟ୍ରିଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱୀତା ଦେଖିବାକୁ ମିଳିଥିଲା ।  ପୂର୍ବରୁ ପୋଲ୍‌ ପୋଜିସନ ହାସଲ କରିଥିବା ନୋରିସ୍‌ ତାଙ୍କୁ  ପଛରେ ପକାଇ ଚାମ୍ପିଅନ୍‌ ହୋଇଥିଲେ । ଅନ୍ୟ ପଟରେ  ବିଶ୍ୱ ଚାମ୍ପିଅନ୍‌ ମ୍ୟାକ୍ସ ଭର୍ଷ୍ଟାପେନଙ୍କ କାର୍‌ ପ୍ରଥମ ଲାପ୍‌ରେ  ଦୁର୍ଘଟଣାଗସ୍ତ ହୋଇଥିଲା । ସେ ବାଦ୍‌ ପଡ଼ିଥିଲେ । ଚଳିତ ସିଜନରେ ନୋରିସ୍‌ ତୃତୀୟ ରେସ୍‌ ଜିତିଛନ୍ତି ।  ପୂର୍ବରୁ ସେ ଅଷ୍ଟ୍ରେଲିଆ, ମୋନାକୋ ଗ୍ରାଁପ୍ରି ଚାମ୍ପିଅନ୍‌  ହୋଇଥିଲେ । 

ଚଳିତ ସିଜନରେ ଡ୍ରାଇଭର ପଏଣ୍ଟ ତାଲିକାରେ  ପିୟାଷ୍ଟ୍ରି ସର୍ବାଧିକ ୨୧୬ ପଏଣ୍ଟ ସହ ଶୀର୍ଷରେ ଥିବାବେଳେ  ନୋରିସ୍‌ ୨୦୧ ପଏଣ୍ଟ ସହ ଦ୍ୱିତୀୟ, ଭର୍ଷ୍ଟାପେନ ୧୫୫ପଏଣ୍ଟ  ସହ ତୃତୀୟ ସ୍ଥାନରେ ରହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.